Categories: ଖେଳ

ବିଶ୍ୱକପ୍‌ରେ ହାରିବା ପରେ ବି ଟିମ ଇଣ୍ଡିଆର ରହିଛି ଭଲ ରେକର୍ଡ

ନୂଆଦିଲ୍ଲୀ,୨୯।୧୨: ବିଶ୍ୱକପ୍‌ ୨୦୨୩ର ଫାଇନାଲରେ ଟିମ ଇଣ୍ଡିଆକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଇନାଲ ମ୍ୟାଚକୁ ଛାଡି ଦେଲେ ଏହି ବିଶ୍ୱକପ୍‌ ଭାରତ ପାଇଁ ବହୁତ ଭଲ ଥିଲା। ସେମିଫାଇନାଲ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ପ୍ରତ୍ୟେକ ମ୍ୟାଚ ଜିତିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଭାରତୀୟ ଦଳ ବର୍ଷସାରା ଦୃଢ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ନୂତନ ଖେଳାଳିମାନେ ମଧ୍ୟ ବିଭିନ୍ନ ଫର୍ମାଟରେ ଅଧିନାୟକତ୍ୱର ସୁଯୋଗ ପାଇଛନ୍ତି। ୨୦୨୩ରେ ଭାରତର ପ୍ରତ୍ୟେକ ଫର୍ମାଟରେ ଦବଦବା ରହିଛି।

ଚଳିତ ବର୍ଷ ଟିମ ଇଣ୍ଡିଆ ମୋଟ ୬୬ଟି ମ୍ୟାଚ ଖେଳିଛି। ଏଥିରେ ଟେଷ୍ଟ, ଦିନିକିଆ ଏବଂ ଟି -୨୦ ମ୍ୟାଚ ସାମିଲ। ଭାରତ ଏହି ସମୟରେ ୪୫ ଟି ମ୍ୟାଚ ଜିତି ୧୭ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି। ସେହିପରି ୨ ଟି ମ୍ୟାଚ ମଧ୍ୟ ଡ୍ର ହୋଇଯାଇଛି। ଯଦି ଆମେ ଦିନିକିଆ ଫର୍ମାଟ ବିଷୟରେ କହିବା, ଭାରତ ୩୫ଟି ମ୍ୟାଚ ଖେଳି ୨୭ ଟି ମ୍ୟାଚ ଜିତିଛି। ସେହିପରି ୮ଟି ଟେଷ୍ଟ ମ୍ୟାଚ ଖେଳି ୩ରେ ଜିତି ୩ଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି। ୨୩ ଟି -୨୦ମ୍ୟାଚ ମଧ୍ୟରୁ ଭାରତ ୧୫ ଟି ଜିତି ୭ଟିରେ ହାରିଛି।

Share