Posted inଖେଳ

ମହିଳା ଟି୨୦ ଚ୍ୟାଲେଞ୍ଜ ପାଇଁ ଦଳ ଘୋଷଣା: ଭେଲୋସିଟି ଦଳରେ ଓଡ଼ିଶାର ସୁଶ୍ରୀ

ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି)- କରୋନା ମହାମାରୀ ଯୋଗୁ ଓଡ଼ିଶାରେ କ୍ରିକେଟ ଆରମ୍ଭର ପରିକଳ୍ପନା ହୋଇପାରି ନ ଥିବାବେଳେ ମହିଳା କ୍ରିକେଟ ପାଇଁ ଆସିଛି ଏକ ଭଲ ଖବର। ମହିଳା ଆଇପିଏଲ ଭାବେ ବିବେଚିତ ହେଉଥିବା ଟି୨୦ ଚ୍ୟାଲେଞ୍ଜ ପାଇଁ ରବିବାର ୩ ଦଳର ଖେଳାଳି ତାଲିକା ଘୋଷଣା କରାଯାଇଛି। ରାଜ୍ୟର ପ୍ରତିଭା ସମ୍ପନ୍ନ ଖେଳାଳି ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ଭେଲୋସିଟି ଦଳରେ ସ୍ଥାନ ପାଇଛନ୍ତି। କରୋନା କଟକଣା ଯୋଗୁ ଏଥର ପ୍ରତିଯୋଗିତା ୟୁନାଇଟେଡ ଆରବ ଏମିରେଟ୍ସରେ ନଭେମ୍ବର ୪ରୁ ୯ ପର୍ଯ୍ୟନ୍ତ ଆୟୋଜିତ ହେବ। ସୁପରନୋଭାସ ଓ ଭେଲୋସିଟି ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ଏଥିରେ ତୃତୀୟ ଦଳଭାବେ ଟ୍ରେଲ୍‌ବ୍ଲେଜର୍ସ ଭାଗନେବ।
ଢେଙ୍କାନାଳର ସୁଶ୍ରୀ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଜାଗୃତି କ୍ରିକେଟ ଏକାଡେମୀ (ଏସ୍‌ଜିଓ)ରେ କୋଚ୍‌ କ୍ଷୀରୋଦ ବେହେରାଙ୍କଠାରୁ ପ୍ରଶିକ୍ଷଣପ୍ରାପ୍ତ। ସେ ଓଡ଼ିଶା ପକ୍ଷରୁ ୧୯ ଓ ୨୩ ବର୍ଷରୁ କମ୍‌ ଏବଂ ସିନିୟର ଦଳରେ ପ୍ରତିନିଧିତ୍ୱ କରିଛନ୍ତି। ଏହା ବ୍ୟତୀତ ଇଷ୍ଟଜୋନ୍‌, ଇଣ୍ଡିଆ ‘ଏ’, ଚ୍ୟାଲେଞ୍ଜର୍ସ ଟ୍ରଫିରେ ଇଣ୍ଡିଆ ବ୍ଲୁ, ଚତୁଃରାଷ୍ଟ୍ରୀୟ ସିରିଜରେ ଇମର୍ଜିଂ ଇଣ୍ଡିଆ ଟିମ୍‌ରେ ଖେଳିବାର ଅଭିଜ୍ଞତା ସେ ରଖିଛନ୍ତି। ମହିଳା ଟି୨୦ ଚ୍ୟାଲେଞ୍ଜ ଟ୍ରଫିରେ ସେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଭେଲୋସିଟି ପକ୍ଷରୁ ଖେଳିବାକୁ ଯାଉଛନ୍ତି। କରୋନା ଜନିତ ବ୍ରେକ୍‌ ପରେ ସେ କୋଚ୍‌ କ୍ଷୀରୋଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଇନ୍ଦିରା ମଇଦାନରେ ୨ ମାସରୁ ଊର୍ଦ୍ଧ୍ୱ ଟ୍ରେନିଂ ଜାରି ରଖିଛନ୍ତି। ତେଣୁ ଆଗାମୀ ଟୁର୍ନାମେଣ୍ଟରେ ଖେଳିବାକୁ ବ୍ୟଗ୍ର ଥିବା ପ୍ରକାଶ କରିଛନ୍ତି। ”ଦୀର୍ଘଦିନଧରି ଖେଳ ବନ୍ଦ ରହିଛି। ତେଣୁ ଆଗାମୀ ଟୁର୍ନାମେଣ୍ଟରେ ମୁଁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ବ୍ୟଗ୍ର। ଟ୍ରେନିଂ ଭଲ ଚାଲିଥିବାରୁ ପ୍ରତିଯୋଗିତାରେ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିବା ନେଇ ଆଶା ରହିଛି“ ବୋଲି ସୁଶ୍ରୀ ପ୍ରକାଶ କରିଛନ୍ତି। ସେ ବାମହାତୀ ଅଫ୍‌ ସ୍ପିନର ଏବଂ ଡାହାଣହାତୀ ବ୍ୟାଟ୍ସଓମ୍ୟାନଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ମହିଳା ଟି୨୦ ଚ୍ୟାଲେଞ୍ଜର୍ସ ଖେଳିବାକୁ ଯାଉଥିବାରୁ ସୁଶ୍ରୀଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏଶନ ସଭାପତି ପଙ୍କଜଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା ଅଭିନନ୍ଦନ ଜଣାଇଛନ୍ତି।
ଭାରତୀୟ ମହିଳା କ୍ରିକେଟ ଦଳର ୩ ସିନିୟର ଖେଳାଳି ହରମନପ୍ରୀତ କୌର, ମିଥାଲି ରାଜ ଓ ସ୍ମୃତି ମନ୍ଧାନା ଯଥାକ୍ରମେ ସୁପରନୋଭାସ, ଟ୍ରେଲ୍‌ବ୍ଲେଜର୍ସ ଓ ଭେଲୋସିଟି ଦଳର ନେତୃତ୍ୱ ନେବେ। ଏଥର ପ୍ରତିଯୋଗିତାରେ ପ୍ରଥମଥର ପାଇଁ ଥାଇଲାଣ୍ଡର ନଟକନ୍‌ ଚାନ୍‌ଥାମ୍‌ ଅଂଶଗ୍ରହଣ କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଅଷ୍ଟ୍ରେଲିଆରେ ଦେଶର ପ୍ରଥମ ଖେଳାଳିଭାବେ ସେ ମହିଳା ଟି୨୦ ବିଶ୍ୱକପ ଅର୍ଦ୍ଧଶତକ ହାସଲ କରିଥିଲେ। ପ୍ରତିଯୋଗିତାରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଓ୍ବେଷ୍ଟଇଣ୍ଡିଜ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ଖେଳାଳି ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ପ୍ରତି ଦଳରେ ୪ ଜଣ ଲେଖାଏ ବିଦେଶୀ ଖେଳାଳି ସ୍ଥାନ ପାଇଛନ୍ତି। ୩ ଦଳରେ ସ୍ଥାନ ପାଇଥିବା ପାଖାପାଖି ୩୦ ଭାରତୀୟ ଖେଳାଳିଙ୍କୁ ଚଳିତ ମାସ ୧୩ ତାରିଖରେ ମୁମ୍ବାଇରେ ଏକତ୍ରିତ ହେବାକୁ କୁହାଯାଇଛି।
ଚ୍ୟାଲେଞ୍ଜର୍ସ ପାଇଁ ୩ ଦଳ
ସୁପରନୋଭାସ: ହରମନପ୍ରୀତ କୌର(ଅଧିନାୟିକା), ଜେମିମା ରୋଡ୍ରିଗ୍ବେଜ (ଉପ ଅଧିନାୟିକା), ଚାମରି ଅଟାପାଟ୍ଟୁ (ଶ୍ରୀଲଙ୍କା), ପ୍ରିୟା ପୁନିୟା, ଅନୁଜା ପାଟିଲ, ରାଧା ଯାଦବ, ତାନିୟା ଭାଟିଆ(ଉଇକେଟ କିପର), ଶଶିକଳା ଶିରିବର୍ଦ୍ଧନେ(ଶ୍ରୀଲଙ୍କା), ପୁନମ ଯାଦବ, ଶାକିରା ସଲମନ (ଓ୍ବେଷ୍ଟଇଣ୍ଡିଜ), ଅରୁନ୍ଧତୀ ରେଡ୍ଡୀ, ପୂଜା ବସ୍ତ୍ରକାର, ଆୟୂଷୀ ସୋନୀ, ଆୟାବୋଙ୍ଗା ଖାକା (ଦକ୍ଷିଣ ଆଫ୍ରିକା), ମୁସ୍କାନ ମଲିକ।
ଟ୍ରେଲ୍‌ବ୍ଲେଜର୍ସ: ସ୍ମୃତି ମନ୍ଧାନା(ଅଧିନାୟିକା), ଦୀପ୍ତି ଶର୍ମା (ଉପ ଅଧିନାୟିକା), ପୁନମ ରାଉତ, ରିଚା ଘୋଷ, ଡି. ହେମଲତା, ନୁଝତ୍‌ ପରବିନ(ଉଇକେଟ କିପର), ରାଜେଶ୍ୱରୀ ଗାଏକ୍ୱାଡ, ହର୍ଲିନ ଦେଓଲ, ଝୁଲଣ ଗୋସ୍ବାମୀ, ସିମରନ ଦିଲ ବାହାଦୁର, ସଲମା ଖାତୁନ (ବାଂଲାଦେଶ), ସୋଫି ଇକେଲଷ୍ଟୋନ (ଇଂଲଣ୍ଡ), ନଟକନ୍‌ ଚାନ୍‌ଥାମ୍‌ (ଥାଇଲାଣ୍ଡ), ଡିଣ୍ଡ୍ରା ଡୋଟିନ (ଓ୍ବେଷ୍ଟଇଣ୍ଡିଜ), କେଶବୀ ଗୌତମ।
ଭେଲୋସିଟି: ମିଥାଲି ରାଜ(ଅଧିନାୟିକା), ବେଦ କ୍ରିଷ୍ଣମୂର୍ତ୍ତି (ଉପ ଅଧିନାୟିକା), ଶେଫାଳି ବର୍ମା, ସୁଷମା ବର୍ମା (ଉଇକେଟ କିପର), ଏକତା ବିସ୍ତ, ମାନସୀ ଜୋଶୀ, ଶିଖା ପାଣ୍ଡେ, ଦେବୀକା ବୈଦ୍ୟ, ସୁଶ୍ରୀ ଦିବ୍ୟଦର୍ଶିନୀ, ମନାଲି ଦକ୍ଷିଣୀ, ଲେଗ୍‌ କାସ୍ପେରେକ (ନ୍ୟୁଜିଲାଣ୍ଡ), ଡାନିଏଲ ଓ୍ବାଟ୍ଟ (ଇଂଲଣ୍ଡ), ସୁନେ ଲୁସ(ଦକ୍ଷିଣ ଆଫ୍ରିକା), ଜାହାନାରା ଆଲମ(ବାଂଲାଦେଶ), ଏମ୍‌ ଅନଘା।
କାର୍ଯ୍ୟସୂଚୀ
ନଭେମ୍ବର ୪: ସୁପରନୋଭାସ ବନାମ ଭେଲୋସିଟି
ନଭେମ୍ବର ୫: ଭେଲୋସିଟି ବନାମ ଟ୍ରେଲବ୍ଲେଜର୍ସ
ନଭେମ୍ବର ୭: ଟ୍ରେଲ୍‌ବ୍ଲେଜର୍ସ ବନାମ ସୁପରନୋଭାସ
ନଭେମ୍ବର ୯: ଫାଇନାଲ


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?