ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮୭ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ହେଲେ ବିଦ୍ୟାଳୟରେ ମାତ୍ର ହେଲେ ମାତ୍ର ୪ଟି ଶ୍ରେଣୀଗୃହ ରହିଛି। ଏନେଇ ଅବିଭାବକ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି। ଯାହାକୁନେଇ ସରକାରୀ ବିଦ୍ୟାଳୟ ବଦଳରେ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ନିଜ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଉଚିତ ମନେ କରୁଛନ୍ତି। ଏହି ବିଦ୍ୟାଳୟରେ ଦାମୋଦରପୁର ସମେତ ଗଞ୍ଜାମ, ପୁଇଁତୋଳା, ବିଛଣାପଲ୍ଲୀ, କାଇଁଚପୁର, କଲ୍ୟାଣପୁର, ଝରାପଦର, ବିରିପୁର, ଅଲ୍ୟାବାଦ, କରପଡ଼ା ଅଞ୍ଚଳରୁ ପିଲାମାନେ ବିଦ୍ୟା ଅଧ୍ୟୟନ କରୁଥିଲେ। କିନ୍ତୁ ଏହି ସ୍କୁଲର ଭିତ୍ତିଭୂମିର ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉନଥିବା ଯୋଗୁ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଉଛି। ତୁରନ୍ତ ଶ୍ରେଣୀ ଗୃହ ନିର୍ମାଣ କରିବା ନେଇ ଜିଲା ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଦାବି ହେଉଛି।

