ବାରଣ୍ଡାରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ

ଚମ୍ପୁଆ,୨।୯(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ଏନ୍‌ଏସି ଅନ୍ତର୍ଗତ ୧ ନଂ. ୱାର୍ଡରେ ଥିବା ଗୋଧୂଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଶ୍ରେଣୀଗୃହ ଅଭାବରୁ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ବର୍ଷତମାମ ବାରଣ୍ଡାରେ ବସି ଶିକ୍ଷା ଗ୍ରହଣ କରୁଛନ୍ତି। ରତ୍ନଗର୍ଭା ଚମ୍ପୁଆ ସଦର ମହକୁମା ଶିକ୍ଷା ବିଭାଗରେ ଏହି ବିକଳ ଚିତ୍ର ଅତି ଦୁଃଖଦାୟକ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ପୋଷଣ କରିଛନ୍ତି।
ସୂଚନା ଅନୁଯାୟୀ, ଗୋଧୂଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୫୮ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ପ୍ରାୟ ୯୯ ଭାଗ ଆଦିବାସୀ ଶ୍ରେଣୀର ଛାତ୍ରୀଛାତ୍ର ରହିଛନ୍ତି। ୩ଟି ଶ୍ରେଣୀଗୃହ ରହିଥିବା ବେଳେ ସେଥିରୁ ଗୋଟେ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ୨ଟିରେ ଶିକ୍ଷାଦାନ କରାଯାଉଛି। ସ୍ଥାନ ପର୍ଯ୍ୟାପ୍ତ ହେଉ ନ ଥିବାରୁ ବାରଣ୍ଡାରେ ପଢ଼ାଯାଉଛି। ଅନେକ ସମୟରେ ଭଙ୍ଗା ଘରେ ମଧ୍ୟ ପିଲାଙ୍କୁ ବସାଇ ଶିକ୍ଷାଦାନ କରାଯାଉଛି। ଏଥିସହ ଛାତ୍ରଙ୍କ ପାଇଁ ଉଦ୍ଧିଷ୍ଟ ଶୌଚାଳୟ ଭାଙ୍ଗିଯାଇଛି। ଦୀର୍ଘ ୫ ବର୍ଷ ହେବ ରୋଷେଇ ଘରର ଛପର ଗଳିପଡ଼ିଥିବା ବେଳେ ମରାମତି କରାଯାଉନହିଁ। ପ୍ରଧାନଶିକ୍ଷକ ରଞ୍ଜିତ କୁମାର ପ୍ରଧାନ କହିଛନ୍ତି, ସମସ୍ୟା ସମ୍ପର୍କରେ ଏକ ମାସ ପୂର୍ବେ ଚମ୍ପୁଆ ଏନ୍‌ଏସିକୁ ଜଣାଇଛି। ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କଠାରୁ ଅନୁମତି ପତ୍ର ଆଣିଲେ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଏନ୍‌ଏସି କର୍ତ୍ତୃପକ୍ଷ କହିଥିବା ସେ କହିଛନ୍ତି। ଚମ୍ପୁଆ ବ୍ଲକ୍‌ ସହକାରୀ ଶିକ୍ଷା ଅଧିକାରୀ ନରେନ୍ଦ୍ର ନାଏକ କହିଛନ୍ତି, ଆବଶ୍ୟକ ଶ୍ରେଣୀଗୃହ ଅଭାବରୁ ପିଲା ବାରଣ୍ଡାରେ ବସି ପଢୁଛନ୍ତି। ବିଭାଗ ପକ୍ଷରୁ ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ୧ ମାସ ପୂର୍ବରୁ ସମସ୍ୟା ସମାଧାନ ପାଇଁ ଅବଗତ କରିସାରିଛୁ। ବିଜ୍ଞାପିତ ଅଞ୍ଚଳ ପରିଷଦର ସହକାରୀ ଯନ୍ତ୍ରୀ ସୁଧାକର ଦାସ କହିଛନ୍ତି, ଉକ୍ତ ଘଟଣା ବିଷୟରେ ଅବଗତ ଅଛନ୍ତି। ନୂତନ ଶ୍ରେଣୀଗୃହ ପାଇଁ ଜିଲା ଖଣିଜ ପାଣ୍ଠିରୁ ଅନୁଦାନ ନିମନ୍ତେ ପ୍ରସ୍ତାବ ଦେବା ସହିତ ଗତ ଅଗଷ୍ଟ ୨୫ରେ ୨ ଗୋଟି ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ପ୍ରାୟ ୩୦ ଲକ୍ଷ ଟଙ୍କାର ଅଟକଳ କରାଯାଇ ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଅନୁଦାନ ଆସିଲେ ତୁରନ୍ତ ଏଥିପ୍ରତି ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବର୍ଷ ପରେ କୁମ୍ଭ ରାଶିରେ ସୃଷ୍ଟି ହେଲା ‘ଅଦ୍ଭୁତ ଯୋଗ’: ଏହି ୩ ରାଶିଙ୍କର ଅଚାନକ ଘଟିବ…

୬ ଫେବୃଆରୀ, ୨୦୨୬ ଠାରୁ, ସୁଖ, ସମୃଦ୍ଧି ଏବଂ ପ୍ରେମର ଗ୍ରହ ଶୁକ୍ର, ତାଙ୍କ ବନ୍ଧୁ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ, ଏହା ତାଙ୍କ…

ଆଉ U19 ବିଶ୍ୱକପରେ ଖେଳିପାରିବେ ନାହିଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୭।୨: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୨୦୨୬ର ୧୯ ବର୍ଷରୁ କମ ବିଶ୍ୱକପରେ ଇତିହାସ ରଚିଥିଲେ। ଫାଇନାଲରେ ୮୦ ବଲ ରୁ ୧୭୫ ରନ କରି ଭାରତକୁ…

ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ,୭।୨: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ ଭାରତ ଏବଂ ଆମେରିକା ମାର୍ଚ୍ଚ ମାସରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ…

ଟାରିଫ୍‌ ହ୍ରାସ ଦ୍ୱାରା ଉଭୟ ଦେଶ କ’ଣ ଫାଇଦା ପାଇବେ? ବୁଝନ୍ତୁ ପୂରା ଗଣିତ…

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଆମେରିକା ପାରସ୍ପରିକ ବାଣିଜ୍ୟକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଉଭୟ ଦେଶ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତିନାମା ପାଇଁ…

ହୋମଗାର୍ଡ ପରୀକ୍ଷାବେଳେ ଯୁବକ ଗୁରୁତର: ଗଞ୍ଜାମର ୪ ସ୍ଥାନରେ ଚାଲିଛି ପରୀକ୍ଷା

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଶନିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri