ସନ୍ତୋଷଜନକ ହେଉନି ଶିକ୍ଷାଦାନ

ବଇଣ୍ଡା,୨୬ା୮ (ଡି.ଏନ.ଏ.): ବିଦ୍ୟାଳୟ ଭିତ୍ତିଭୂମିରେ କରାଯାଇଛି ବଡ଼ ପରିବର୍ତ୍ତନ। ସ୍ମାର୍ଟ ହୋଇଛି ଶିକ୍ଷାନୁଷ୍ଠାନ। ହେଲେ ଶିକ୍ଷାଦାନକୁ ନେଇ ସନ୍ତୁଷ୍ଟ ନୁହନ୍ତି ଛାତ୍ରୀଛାତ୍ର କି ଅଭିଭାବକ। କାରଣ ବିଦ୍ୟାଳୟରେ ନାହାନ୍ତି ପ୍ରଧାନ ଶିକ୍ଷକ, କଳା ଶିକ୍ଷକ ଓ ଖେଳ ଶିକ୍ଷକ। ଦୀର୍ଘଦିନ ହେଲା ଖାଲି ପଡ଼ିଛି ଏହି ୩ ପଦବୀ। ୨ ପିଅନ ପଦବୀରେ ମଧ୍ୟ ଦିଆଯାଉନି ନିଯୁକ୍ତି। ଗତ ମାଟ୍ରିକ ପରୀକ୍ଷା ଫଳ ଭଲ ହୋଇ ନ ଥିବାରୁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ରାମଦେଓ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ାକୁ ନେଇ ବଢ଼ିଛି ଗ୍ରାମବାସୀଙ୍କ ଚିନ୍ତା।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୧୯୬୨ ମସିହାରେ ଏହି ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଏଠାରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଯାଉଥିବା ବେଳେ ମୋଟ ୨୮୨ ଛାତ୍ରୀଛାତ୍ର ଅଛନ୍ତି। ହେଲେ ଦୀର୍ଘ ଦିନ ହେବ ପ୍ରଧାନ ଶିକ୍ଷକ, କଳା ଓ ଖେଳ ଶିକ୍ଷକ ପଦବୀ ଖାଲି ପଡ଼ିଛି। ୨ ପିଅନ ପଦବୀରେ ମଧ୍ୟ କାହାରିକୁ ନିଯୁକ୍ତି ଦିଆଯାଇ ନାହିଁ। ଫଳରେ ପାଠପଢା ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି। ଖେଳ ଶିକ୍ଷକ ପଦବୀ ପୂରଣ କରାଯାଉ ନ ଥିବାରୁ ଛାତ୍ରୀଛାତ୍ରମାନଙ୍କ କ୍ରୀଡ଼ାର ବିକାଶ ହୋଇପାରୁନାହିଁ। ଏ ନେଇ ବଇଣ୍ଡା ଗ୍ରାମବାସୀ ୨୦ ମେ ୨୦୨୦ ଓ ୧୫ ଫେବୃୟାରୀ ୨୦୨୧ରେ ଅନୁଗୋଳ ଜିଲାପାଳଙ୍କ ଠାରୁ ଆରମ୍ଭ କରି ଗଣଶିକ୍ଷା ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ ଖାଲି ପଡ଼ିଥିବା ପଦବୀ ପୂରଣ ଦିଗରେ ପଦକ୍ଷେପ ନିଆଗଲା ନାହିଁ। ସେହିପରି ବିଦ୍ୟାଳୟରେ ଏକ ଛାତ୍ରାବାସ ପାଇଁ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସୁଫଳ ମିଳୁନାହିଁ। ୬୦ ବର୍ଷର ଏହି ପୁରାତନ ବିଦ୍ୟାଳୟ ପ୍ରତି ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ତୁରନ୍ତ ଶିକ୍ଷାନୁଷ୍ଠାନର ସମସ୍ୟା ସମାଧାନ ପାଇଁ ବଇଣ୍ଡା ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଗୁରୁବାର ଗଣଶିକ୍ଷା ମନ୍ତ୍ରୀ, ବିଭାଗୀୟ ସଚିବ, ଅନୁଗୋଳ ଜିଲାପାଳ, ଆଠମଲ୍ଲିକ ଉପଜିଲାପାଳ, ସମ୍ବଲପୁର ଏମ୍‌ପି, ଆଠମଲ୍ଲିକ ବିଧାୟକ, ଅନୁଗୋଳ ଏସ୍‌ପି, ଜିଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗପତ୍ର ପ୍ରଦାନ କରାଯାଇଛି। ୧୫ ଦିନ ମଧ୍ୟରେ ଖାଲି ପଡିଥିବା ପଦବୀ ପୂରଣ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ନେଇ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ମଞ୍ଜରୀ ଚତମ୍ବା କହିଛନ୍ତି, ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁ ପାଠପଢାରେ ଅସୁବିଧା ହେଉଛି। ସମସ୍ୟା ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ଜିଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି।

ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତା ବଢ଼ୁଛି
ବହୁ ପୁରାତନ ବିଦ୍ୟାଳୟ ହୋଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଅବହେଳା କରାଯାଉଛି। ଆବଶ୍ୟକ ସଂଖ୍ୟକ ଶିକ୍ଷକ ନ ଥିବା ଯୋଗୁ ପାଠପଢ଼ା ଠିକ୍‌ ଭାବେ ହେଉନାହିଁ। ଫଳରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ହେବାକୁ ପଡୁଛି।
-ଆଲୋକ କୁମାର ବେହେରା, ଅଭିଭାବକ
ଶିକ୍ଷା ବିଭାଗ ଅଣଦେଖା କରୁଛି
ବଇଣ୍ଡା ହାଇସ୍କୁଲକୁ ସବୁବେଳେ ଶିକ୍ଷା ବିଭାଗ ଅଣଦେଖା କରୁଛି। ବହୁ ସମସ୍ୟା ଲାଗିରହିଥିଲେ ବି ସମାଧାନ କରାଯାଉ ନାହିଁ। ଜିଲା ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ।
-ଭଗବାନ ଘିୱାଲା, ବରିଷ୍ଠ ନାଗରିକ
ପୂର୍ବଭଳି ଶିକ୍ଷାଦାନ ହେଉନାହିଁ
ଶିକ୍ଷକ ଅଭାବ ଲାଗି ରହିଥିବାରୁ ପୂର୍ବଭଳି ଏଠାରେ ଶିକ୍ଷାଦାନ କରାଯାଇପାରୁ ନାହିଁ। ଫଳରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ହାଇସ୍କୁଲର ଛାତ୍ରୀଛାତ୍ରମାନେ ଭଲ ସଫଳତା ହାସଲ କରିନାହାନ୍ତି।
-ବିନୀତ ସାହା, ପୁରାତନ ଛାତ୍ର
ଆବଶ୍ୟକ ଦୃଷ୍ଟି ଦିଆଯାଉ ନାହିଁ
ଚଳିତବର୍ଷ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରାଯାଇଛି। କିନ୍ତୁ ବଇଣ୍ଡା ହାଇସ୍କୁଲ ପ୍ରତି ଅବହେଳା କରାଯାଇଛି। ପୂର୍ବରୁ ଗ୍ରାମବାସୀଙ୍କ ପକ୍ଷରୁ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଦୃଷ୍ଟି ଦିଆଯାଉ ନାହିଁ।
-ଜିତେନ୍ଦ୍ର କୁମାର ବେହେରା, ଗ୍ରାମ ସମ୍ପାଦକ
ଶୀଘ୍ର ପୂରଣ ପାଇଁ ନିର୍ଦ୍ଦେଶ ଦିଆଯିବ
ଜିଲାର ଅନେକ ହାଇସ୍କୁଲରେ ଶିକ୍ଷକ ପଦବୀ ପୂରଣ କରାଯାଇଛି। ବଇଣ୍ଡାରେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲା। ସମସ୍ତ ଖାଲି ପଦବୀ କିଭଳି ଶୀଘ୍ର ପୂରଣ ହେବ ସେ ନେଇ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri