ଭିତ୍ତିଭୂମି ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ

ଜଗତ୍‌ସିଂହପୁର ଅଫିସ, ୧୧ା୭: ରାଜ୍ୟ ସରକାର ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦେଉଥିବା ନେଇ ପ୍ରଚାର ହେଉଛି। କିନ୍ତୁ ନିକଟସ୍ଥ ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟଟି ଦୀର୍ଘ ବର୍ଷ ହେବ ଅବହେଳିତ ଅବସ୍ଥାରେ ରହିଛି। ଭିତ୍ତିଭୂମି ଅଭାବରୁ ଏଠାରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏଥିସହ ଡାଇନିଂ, ପାନୀୟ ଜଳ ଓ ଡ୍ରେନ୍‌ ସମସ୍ୟା ଚିନ୍ତାର କାରଣ ପାଲଟିଛି। ବିଦ୍ୟାଳୟର ଜଣେ ଗଣିତ ଶିକ୍ଷକ ସପ୍ତାହରେ ୩ ଦିନ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବାରୁ ଛାତ୍ରୀଛାତ୍ରମାନେ ଏହାର ଅଭାବ ଅନୁଭବ କରୁଛନ୍ତି। ଏସବୁ ସମସ୍ୟାର ସମାଧାନ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଜିଲା ଶିକ୍ଷା ବିଭାଗ ଓ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଦାବି ହୋଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି ।
ଆଳିପିଙ୍ଗଳସ୍ଥିତ ଗୋପାଳଜୀଉ ମନ୍ଦିର ନିକଟରେ ୧୯୨୯ରେ ବିଦ୍ୟାଳୟଟି ସ୍ଥାପନ ହୋଇଥିଲା। ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୩୦ ଜଣ ଛାତ୍ରୀଛାତ୍ର ଶିକ୍ଷାଲାଭ କରୁଥିବା ପ୍ରଧାନ ଶିକ୍ଷୟିତ୍ରୀ ନଳିନୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ତେବେ ଏହି ପୁରାତନ ବିଦ୍ୟାଳୟରେ ଅନେକ କିଛି ଅଭାବ ରହିଛି । ଏ ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଭାକର ବେହେରା କହିଛନ୍ତି, ପିଲାମାନଙ୍କ ଅଧ୍ୟୟନ ପାଇଁ ଅତି କମ୍‌ରେ ୫ଟି ଶ୍ରେଣୀ ଗୃହର ଆବଶ୍ୟକତା ଥିବା ବେଳେ ତାହା ଏ ପର୍ଯ୍ୟନ୍ତ ହୋଇପାରୁନାହିଁ । ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ହେବ ଛାତ୍ରୀଛାତ୍ରମାନେ ପୂର୍ବପରି ଫଟା କାନ୍ଥ ଓ ଛାତ ତଳେ ବିପଦସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି । ଯାହାକି ଚିନ୍ତାର କାରଣ ହୋଇଥିବା ବେହେରା କହିଛନ୍ତି। କେବଳ ଏତିକି ନୁହେଁ, ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ବର୍ଷାରେ ଶ୍ରେଣୀ ଗୃହରେ ପାଣି ପଶୁଛି। ଏହି କାରଣରୁ ବର୍ଷା ଦିନେ ଅନେକ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଆସୁନାହାନ୍ତି। ପାନୀୟ ଜଳ ସମସ୍ୟା କଥା ନ କହିଲେ ଭଲ। ଦର୍ଘ ୨୫ ବର୍ଷ ପୂର୍ବରୁ ବିଦ୍ୟାଳୟ ପରିସରରେ ୨ଟି ନଳକୂପ ବସିଥିଲା, ଯାହା ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଅଛି । ମାତ୍ର ଏଥିରୁ ବାହାରୁଥିବା ପାଣି ପିଇବା ଉପଯୋଗୀ ନୁହେଁ ବୋଲି ଅନେକେ ଅଭିଯୋଗ କରିଛନ୍ତି। ତେଣୁ ବିକଳ୍ପ ଭାବେ ତୁରନ୍ତ ବିଦ୍ୟାଳୟ ପରିସରରେ ଏକ ସୌର ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି। ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ରୀଛାତ୍ରମାନେ ଖାଇବା ସମୟରେ ଅସୁବିଧାରେ ପଡ଼ୁଛନ୍ତି। ଡାଇନିଂ ହଲ୍‌ ନ ଥିବାରୁ ପିଲାମାନେ ଖାଦ୍ୟ ଥାଳି ଧରି ଏଣେ ତେଣେ ବୁଲି ଏପରି କି ସାଇକେଲ ଉପରେ ରଖି ଖାଉଛନ୍ତି। ପିଅନ ନ ଥିବାରୁ ଅନେକ ସମସ୍ୟା ହେଉଛି । ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସପ୍ତାହର ୩ ଦିନ କାର୍ଯ୍ୟ କରୁଥିବା ଗଣିତ ଶିକ୍ଷକଙ୍କୁ ବିଦ୍ୟାଳୟରେ ପୂର୍ଣ୍ଣକାଳୀନ ନିଯୁକ୍ତି ଦିଆଯିବା ଜରୁରୀ ବୋଲି ଅନେକେ ଦାବି କରିଛନ୍ତି। ତେଣୁ ଯୁଦ୍ଧକାଳୀନଭିତ୍ତିରେ ଉପରୋକ୍ତ ସମସ୍ୟାଗୁଡିକର ସ୍ଥାୟୀ ସମାଧାନ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସାଗର ଜେନା, ଅନ୍ନପୂର୍ଣ୍ଣା ମାଝୀ, ପ୍ରଭାତୀ ମାଝୀ ଓ ସୁରେନ୍ଦ୍ର ସାହୁ ପ୍ରମୁଖ ଦାବି କରିଛନ୍ତି।
ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା କହିଛନ୍ତି, ବିଦ୍ୟାଳୟକୁ ୫-ଟିରେ ଅନ୍ତର୍ଭୁକ୍ତ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ତେଣୁ ଆଗକୁ ସମସ୍ୟା ରହିବ ନାହିଁ। ଏବେ ମରାମତି କି ଅନ୍ୟ କିଛି ଆବଶ୍ୟକ ହେଲେ ପଞ୍ଚାୟତ କରିବ । ଏନେଇ ପଞ୍ଚାୟତକୁ ଚିଠି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri