ସଙ୍ଗରୋଧ କେନ୍ଦ୍ରରେ କାମକରିବା ପରେ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ କରାଯାଉ ସ୍ବାବ ଟେଷ୍ଟ: ଶେରଗଡ଼ ପ୍ରାଥମିକ ଶିକ୍ଷକ ସଂଘ

ଶେରଗଡ଼,୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏ ନେଇ ଶିକ୍ଷକ ମାନଙ୍କୁ କ୍ୱାରାଣ୍ଟାଇନ କାର୍ଯ୍ୟରେ ନିୟୋଜିତ କରୁଛି ବ୍ଲକ ପ୍ରଶାସନ। ସେମାନେ ତାଙ୍କ ଜୀବନକୁ ବିପଦରେ ପକାଇ କାମ କରୁଛନ୍ତି। ମାତ୍ର ସରକାର ଏ ଦିଗରେ ଦୃଷ୍ଟି ଦେଉ ନ ଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ୪ଦଫା ସମ୍ଭଳିତ ଏକ ଦାବିପତ୍ର ଶୁକ୍ରବାର ସକାଳେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶେରଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଭାସ୍କର ଲେଙ୍କାଙ୍କୁ ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ରରେ ସଙ୍ଗରୋଧ କେନ୍ଦ୍ରରେ କାମ କରୁଥିବା ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ କରୋନା ଯୋଧ୍ୟା ଭାବେ ଘୋଷଣା, କରୋନା ସହାୟତା, ସଙ୍ଗରୋଧ କେନ୍ଦ୍ରରେ କାମକରିବା ପରେ ସେମାନଙ୍କ ସ୍ବାବ ଟେଷ୍ଟ, ଆଦି ଦାବି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଦିଗରେ ଦୃଷ୍ଟି ଦେବା ସହ ପଦକ୍ଷେପ ନେବାକୁ ଶେରଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦାବି କରାଯାଇଛି।ଏହି ପତ୍ରକୁ ତୁରନ୍ତ ପ୍ରେରଣ କରାଯିବ ବୋଲି ବିଇଓ ଲେଙ୍କା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଆଘାତରେ କର୍ମଚାରୀ ମୃତ, ରାସ୍ତାରୋକୋ

ଫୁଲବାଣୀ,୮ା୭(ରାକେଶ କୁମାର ରାଉତ): ଫୁଲବାଣୀ ସହରରେ ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ବିଦ୍ୟୁତ୍‌ ଆଘାତରେ ଗୁରୁବାର ରାତିରେ ମୃତ୍ୟୁ ଘଟିଛି ା ସେ ହେଲେ...

ଅଧାପନ୍ତରିଆ ଭାବେ ପଡ଼ିରହିଛି

ନୂଆଗାଁ,୭।୭(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକର କୌଣସି ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକଙ୍କ ପାଇଁ ଶୌଚାଳୟଟିଏ ନାହିଁ । ନୂଆଗାଁ ତହସିଲ କାର୍ଯ୍ୟାଳୟ...

ମାଲକାନଗିର ପୋଲିସ ହାତରେ ଚୋର ଗ୍ୟାଙ୍ଗ : ୪ ଅଭିଯୁକ୍ତ ଗିରଫ

କୋରୁକୁଣ୍ଡା,୨୯।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ଦୀର୍ଘଦିନରୁ ଚୋରି କରୁଥିବା ଏକ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିବାରେ ବୁଧବାର ମାଲକାନଗିରି ପୋଲିସ ସଫଳ ହୋଇଛି।...

ରାତି ଅଧରେ ଜିପିଆର୍‌ଏସ୍‌

ପୁରୀ ଅଫିସ୍‌, ୨୨।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଶ୍ରୀମନ୍ଦିର ପାର୍ଶ୍ୱରେ ଚାଲିଥିବା ନିର୍ମାଣ କାର୍ଯ୍ୟ କରିବା ପୂର୍ବରୁ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ସର୍ଭେ(ଜିପିଆର୍‌ଏସ୍‌) କରାଯାଇ...

ଏଣିକି ସମ୍ବଲପୁରୀ ପୋଷାକ ପିନ୍ଧିବେ କର୍ମଚାରୀ

ଝାରସୁଗୁଡ଼ା ଅଫିସ,୨।୮: ଝାରାସୁଗୁଡ଼ା ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି ହୋଇଛି। ଏଣିକି ମାସର ପ୍ରତ୍ୟେକ ଦ୍ୱିତୀୟ, ଚତୁର୍ଥ ଶୁକ୍ରବାର ସରକାରୀ କର୍ମଚାରୀ...

ଧାନ ବିକ୍ରି କରିବାର ୫୦ ଦିନ ପରେ ବି ଚାଷୀଙ୍କୁ ମିଳୁନି ଟଙ୍କା

କର୍ଲାମୁଣ୍ଡା:୨।୨(ଡି.ଏନ.ଏ.): ମଣ୍ଡିରେ ଧାନ ବିକ୍ରି କରିବାର ୭୨ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଜମା କରାଯିବାର ନିୟମ ରହିଥିଲେ ହେ ଚାଷୀମାନେ ସମୟ ସୀମା...

ପରିତ୍ୟକ୍ତ ଅବସ୍ଥାରେ ସ୍ବାଧୀନତା ସଂଗ୍ରାମର ସ୍ମାରକୀ

ଡେରାବିଶ,୧୫ା୮(ବେବର୍ତ୍ତା ଅଜୟ ଦାସ): ସ୍ବାଧୀନତା ଆନ୍ଦୋଳନରେ କେନ୍ଦ୍ରାପଡ଼ା ଜିଲାର ଭୂମିକା ଅବିସ୍ମରଣୀୟ। ସ୍ବାଧୀନତା ସଂଗ୍ରାମରେ ଜିଲାର କୋଣ ଅନୁକୋଣରୁ ସେ ସମୟରେ ବହୁ ଛାତ୍ର ଓ...

ଆଧାର ସାଜିବେ ଆଶା

ଅନୁଗୋଳ ଅଫିସ, ୧୧ା୭: କୋଭିଡ୍‌ ମହାମାରୀରୁ ଗର୍ଭବତୀଙ୍କୁ ଦିଆଯିବ ସୁରକ୍ଷା। ବୟସ୍କ ଓ ଯୁବବର୍ଗଙ୍କ ପରି ସେମାନଙ୍କର ମଧ୍ୟ ହେବ ଟିକାକରଣ। ହେଲେ ଏଥିପାଇଁ ଅନ୍‌ଲାଇନ୍‌ କି...

Advertisement
Archives

Model This Week