ଶିକ୍ଷକଙ୍କ ଗୋ ସେବା ନିଶା

କେନ୍ଦୁଝର, ୮ା୪ ଶିକ୍ଷକତା କରିବା ସହ ସ୍ବଦେଶୀ ବିଚାର ଧାରା ରଖି ଚାଷ ଓ ଗୋସେବା କରି ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ପାଟଣା ବ୍ଲକ ଡେଣୁଆ ଗ୍ରାମର ଡମ୍ବରୁଧର ମହାନ୍ତ। ମୁରୁସୁଆଁ ନୋଡାଲ ହାଇସ୍କୁଲରେ ହିନ୍ଦି ଶିକ୍ଷକ ଭାବେ କାମ କରିଆସୁଥିବା ଡମ୍ବରୁଧରଙ୍କ ବାପା ସ୍ବର୍ଗତ ବିଶ୍ୱନାଥ ମହାନ୍ତ ଜଣେ ଚାଷୀ ଥିଲେ। ବାପାଙ୍କ ଦେହାନ୍ତ ପରେ ଭାଇମାନଙ୍କ ମଧ୍ୟରେ ଭାଗ ବେଳେ ୨/୩ଟି ଗୋରୁଗାଈ ପାଇଥିଲେ। ଆଜି ତାଙ୍କର ଗୋସେବା ମନୋଭାବ ଯୋଗୁ ଏହି ସଂଖ୍ୟା ୪୮ରେ ପହଞ୍ଚିଛି। ଗୋସେବା ଠାରୁ ଅନ୍ୟ କାୈଣସି ଧାର୍ମିକ କାର୍ଯ୍ୟନାହିଁ। ଏଣୁ ଏହି ସେବା କାର୍ଯ୍ୟରେ ତାଙ୍କ ସ୍ତ୍ରୀ କାଞ୍ଚନମଣୀ ମହାନ୍ତ ସହାୟତା କରିଥାନ୍ତି। ଗୋରୁଗାଈଙ୍କୁ ଖାଦ୍ୟପାନୀୟ ଦେବା ସହ କ୍ଷୀର ଦୁହିଁଥାନ୍ତି।
କ୍ଷୀରକୁ ଘରେ ବ୍ୟବହାର କରିବା ସହ ବଳକା ସ୍ଥାନୀୟ ସୋସାଇଟି ତଥା ସ୍ଥାନୀୟ ଲୋକଙ୍କୁ ବିକିଥାନ୍ତି। ଏଣୁ ଘରେ କ୍ଷୀର, ଦହି ବା ଘିଅର ଅଭାବ ନାହିଁ ା ସେସବୁ ବିକି ଯାହା ମିଳେ ସେଥିରେ ଗୋରୁଗାଈଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିଥାନ୍ତି। ପଶୁ ଚିକିତ୍ସା କେନ୍ଦ୍ର ପକ୍ଷରୁ ଚିକିତ୍ସା ସେବା ମିଳୁଥିଲେ ହେଁ ଏଥିପାଇଁ ସରକାରୀ ପ୍ରୋତ୍ସାହନ କିଛି ମିଳୁନାହିଁ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି।
ଗୋବରରେ ଦୁଇଟି ଗୋବର ଗ୍ୟାସ ପ୍ଲାଣ୍ଟ କରି ରୋଷେଇ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ସେହିପରି ଗୋ ମୂତ୍ରରେ ନିମ୍ବ ପତ୍ର, ଅରଖ ପତ୍ର ମିଶାଇ କୀଟନାଶକ ଔଷଧ ପ୍ରସ୍ତୁତ କରି ନିଜର ବାଡ଼ିବଗିଚାରେ ଉପଯୋଗ କରିଥାନ୍ତି। ସେହିପରି ଖତକୁ ବ୍ୟବହାର କରି ଜୈବିକ ସାର ପ୍ରସ୍ତୁତ କରି ନିଜର ଜମି ଓ ବାଡିବଗିଚାରେ ଫସଲ ତଥା ପନିପରିବା ଚାଷ କରୁଥିବା କୁହନ୍ତି ା
ଶିକ୍ଷକତା ପରେ ବଳକା ସମୟକୁ ଗୋରୁଗାଈଙ୍କ ସେବା ତଥା ବାଡିବଗିଚା, ଚାଷ କାର୍ଯ୍ୟ ଆଦିରେ ବିନିଯୋଗ କରିଥାନ୍ତି ବୋଲି ଡମ୍ବରୁଧର କୁହନ୍ତି। ସେହିପରି ଘରେ ଛେଳି, କୁକୁଡା, ବତକ ମଧ୍ୟ ପାଳନ କରିଛନ୍ତି ା ଆଗକୁ ୧୦୦ ଗୋରୁଗାଈ ରଖିବା ସହ ଜୈବିକ ପ୍ରଣାଳୀ ଚାଷ କରି ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିବା ତଥା ଗୋବର ଦୀପ, ଗୋ ମୂତ୍ରରୁ ଫିନାଇଲ ପ୍ରସ୍ତୁତ କରି ସମସ୍ତଙ୍କୁ ବ୍ୟବହାର ପାଇଁ ସଚେତନତ କରିବା ଆଶା ରଖିଛନ୍ତି। ଡମ୍ବରୁଧରଙ୍କ ଦୁଇ ପୁଅ ଓ ଝିଅ ଅଛନ୍ତି ା ସେମାନେ ପାଠ ପଢୁଛନ୍ତି ା ସେ ପତଞ୍ଜଳୀ ଯୋଗ ସମିତି ଓ ଭାରତ ସ୍ବାଭିମାନର ଜିଲା ପ୍ରଭାରୀ ରହିଥିବା ବେଳେ ସ୍ବଦେଶୀ ସାମଗ୍ରୀର ବ୍ୟବହାର, ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାର ବିକାଶ ପାଇଁ ଚାଲିଥିବା ଜନଆନ୍ଦୋଳନକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

ଗୋଠଛଡ଼ା ଦନ୍ତାର ଉପଦ୍ରବ, ଦୁଇ ଘର ଭାଙ୍ଗି…..

କେନ୍ଦୁଝର,୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କଟୁପଶି ଗ୍ରାମରେ ଗୋଠଛଡା ଦନ୍ତାର ଉପଦ୍ରବ । ଗୋଠଛଡା ଦନ୍ତା ଆକ୍ରମଣରେ ଦୁଇ ଜଣଙ୍କ ଘର ଭାଙ୍ଗିଛି ।…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

ବାପା-ଝିଅ ଯାଉଥିବା ବେଳେ ରାସ୍ତା ମଝିରେ ହଠାତ୍‌  ଜଳିଲା ବାଇକ୍‌ 

କେନ୍ଦୁଝର,୪।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ନିକଟରେ ଏକ ଚଳନ୍ତା ବାଇକ୍‌ରେ ନିଆଁ ଲାଗିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।…

ଖଡ଼ିଛୁଆଁ, ପ୍ରବେଶ ଉତ୍ସବର ଶୁଭାରମ୍ଭ କଲେ ପାଟଣା ବିଧାୟକ

ପାଟଣା,୪ା୪(ବୀରକିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଛି। ଏହି ଅବସରରେ ଶନିବାର କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଟଣା ମୁଖ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri