ଶିକ୍ଷକଙ୍କ ଗଳାକାଟି ହତ୍ୟା, ବାପାଙ୍କୁ ହାଣିଲେ ପୁଅ

କୁଚିଣ୍ଡା,୭।୫(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳରେ ଶନିବାର ପୃଥକ୍‌ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୋଟିଏ ଘଟଣାରେ ଜଣେ ଶିକ୍ଷକଙ୍କ ଗଳାକାଟି ହତ୍ୟା କରାଯାଇଥିବାବେଳେ ଅନ୍ୟ ଏକ ଘଟଣାରେ ବିବାହ ପାଇଁ ଜିଦ୍‌ ଧରି ପୁଅ କୋଡି ସାହାଯ୍ୟରେ ବାପାଙ୍କୁ ହତ୍ୟା କରିଛନ୍ତି। ଉଭୟ ଘଟଣାକୁ ପୋଲିସ ଗୁରୁତର ସହ ନେଇ ଛାନ୍‌ଭିନ୍‌ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, କୁଚିଣ୍ଡା ଥାନା ୪୯ନଂ. ଜାତୀୟ ରାଜପଥର କୁଚିଣ୍ଡା ବାଇପାସ୍‌ ଖର୍ଲା ପୋଲ ପାଶର୍‌ବରୁ ସକାଳେ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି। କେହି ତାଙ୍କୁ ଗଳାକାଟି ହତ୍ୟା କରିବା ପରେ ଫିଙ୍ଗି ଦେଇଥିବା ପୋଲିସ ଅନୁମାନ କରୁଛି। ମୃତକ ହେଲେ ମହୁଲପାଲି ଥାନା କୁଚିଲାପାଲି ଗ୍ରାମର ପୃଥୀରାଜ ମହାନନ୍ଦ(୪୩) ଓରଫ ମଣ୍ଟୁ। ସେ କୁଚିଣ୍ଡା ଏନ୍‌ଏସି ୱାର୍ଡ ନଂ.୮ ମନ୍ତ୍ରୀମୁଣ୍ଡା ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ଥାନା ଓ ପରିବାରକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି କେସ୍‌ ନଂ.୯୦/୨୩ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି। ସମ୍ବଲପୁରରୁ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍‌ ପହଞ୍ଚତ୍ ତନାଘନା ଚଳାଇଛି। କୁଚିଣ୍ଡା ମେଡିକାଲରେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମଣ୍ଟୁ ଦୀର୍ଘବର୍ଷ ହେବ କୁଚିଣ୍ଡାରେ ଘର ଭଡା ନେଇ ରହୁଥିଲେ। ତାଙ୍କ ସ୍ତ୍ରୀ ଓ ଗୋଟିଏ ପୁତ୍ର ସନ୍ତାନ ଅଛନ୍ତି। ଶୁକ୍ରବାର ଅପରାହ୍ନରେ ମଣ୍ଟୁ ସ୍କୁଟି ଧରି ଘରୁ ବାହାରିଥିଲେ। ହେଲେ ରାତିରେ ଆଉ ଘରକୁ ଫେରି ନ ଥିଲେ। ଶନିବାର ସକାଳୁ ସ୍ବାମୀଙ୍କ ହତ୍ୟା ଖବର ଶୁଣି ସ୍ତ୍ରୀଙ୍କ ହୋସ ଉଡିଯାଇଥିଲା। ଘଟଣାଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଥିବା କୁଚିଣ୍ଡା ଆଇଆଇସି ଶୋଭାକର ସେଠ କହିଛନ୍ତି।
ସେହିପରି କୁଚିଣ୍ଡା ଥାନା ଅନ୍ତର୍ଗତ ଚନ୍ଦନିମାଲ ପଞ୍ଚାୟତ ତିହାଡିପାଲି ଗ୍ରାମରେ ଶନିବାର ଏକ ହତ୍ୟାକାଣ୍ଡ ଘଟିଛି। ମଧ୍ୟାହ୍ନରେ ପରମାନନ୍ଦ ନାୟକ (୬୨)ଙ୍କୁ ନିଜ ବଡ ପୁଅ ବିକାଶ ନାୟକ(୩୦)କୋଡି ଦ୍ବାରା ହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ହତ୍ୟାକାରୀ ପୁଅ ବିକାଶଙ୍କୁ ଗିରଫ କରିଛି। ଏ ନେଇ ଥାନାରେ କେସ୍‌ ନଂ.୯୧/୨୩ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଦୀର୍ଘ ଦିନ ହେବ ପୁଅ ବିକାଶ ବିବାହ ପାଇଁ ବାପା ପାଖରେ ଜିଦ ଧରି ଗଣ୍ଡଗୋଳ କରିଆସୁଥିଲେ। ଶନିବାର ମଧ୍ୟ ସମାନ ଘଟଣା ନେଇ ସେ ବାପାଙ୍କ ସହ ପାଟିତୁଣ୍ଡ କରିଥିଲେ। ପରେ ବାପାଙ୍କୁ କୋଡିରେ ହାଣି ହତ୍ୟା କରିଥିଲେ। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ମେଡିକାଲକୁ ପଠାଇ ହତ୍ୟାରେ ବ୍ୟବହୃତ କୋଡି ଜବତ କରି ଅଧିକ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri