ଶିକ୍ଷକଙ୍କ ଗଳାକାଟି ହତ୍ୟା, ବାପାଙ୍କୁ ହାଣିଲେ ପୁଅ

କୁଚିଣ୍ଡା,୭।୫(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳରେ ଶନିବାର ପୃଥକ୍‌ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୋଟିଏ ଘଟଣାରେ ଜଣେ ଶିକ୍ଷକଙ୍କ ଗଳାକାଟି ହତ୍ୟା କରାଯାଇଥିବାବେଳେ ଅନ୍ୟ ଏକ ଘଟଣାରେ ବିବାହ ପାଇଁ ଜିଦ୍‌ ଧରି ପୁଅ କୋଡି ସାହାଯ୍ୟରେ ବାପାଙ୍କୁ ହତ୍ୟା କରିଛନ୍ତି। ଉଭୟ ଘଟଣାକୁ ପୋଲିସ ଗୁରୁତର ସହ ନେଇ ଛାନ୍‌ଭିନ୍‌ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, କୁଚିଣ୍ଡା ଥାନା ୪୯ନଂ. ଜାତୀୟ ରାଜପଥର କୁଚିଣ୍ଡା ବାଇପାସ୍‌ ଖର୍ଲା ପୋଲ ପାଶର୍‌ବରୁ ସକାଳେ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି। କେହି ତାଙ୍କୁ ଗଳାକାଟି ହତ୍ୟା କରିବା ପରେ ଫିଙ୍ଗି ଦେଇଥିବା ପୋଲିସ ଅନୁମାନ କରୁଛି। ମୃତକ ହେଲେ ମହୁଲପାଲି ଥାନା କୁଚିଲାପାଲି ଗ୍ରାମର ପୃଥୀରାଜ ମହାନନ୍ଦ(୪୩) ଓରଫ ମଣ୍ଟୁ। ସେ କୁଚିଣ୍ଡା ଏନ୍‌ଏସି ୱାର୍ଡ ନଂ.୮ ମନ୍ତ୍ରୀମୁଣ୍ଡା ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ଥାନା ଓ ପରିବାରକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି କେସ୍‌ ନଂ.୯୦/୨୩ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି। ସମ୍ବଲପୁରରୁ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍‌ ପହଞ୍ଚତ୍ ତନାଘନା ଚଳାଇଛି। କୁଚିଣ୍ଡା ମେଡିକାଲରେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମଣ୍ଟୁ ଦୀର୍ଘବର୍ଷ ହେବ କୁଚିଣ୍ଡାରେ ଘର ଭଡା ନେଇ ରହୁଥିଲେ। ତାଙ୍କ ସ୍ତ୍ରୀ ଓ ଗୋଟିଏ ପୁତ୍ର ସନ୍ତାନ ଅଛନ୍ତି। ଶୁକ୍ରବାର ଅପରାହ୍ନରେ ମଣ୍ଟୁ ସ୍କୁଟି ଧରି ଘରୁ ବାହାରିଥିଲେ। ହେଲେ ରାତିରେ ଆଉ ଘରକୁ ଫେରି ନ ଥିଲେ। ଶନିବାର ସକାଳୁ ସ୍ବାମୀଙ୍କ ହତ୍ୟା ଖବର ଶୁଣି ସ୍ତ୍ରୀଙ୍କ ହୋସ ଉଡିଯାଇଥିଲା। ଘଟଣାଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଥିବା କୁଚିଣ୍ଡା ଆଇଆଇସି ଶୋଭାକର ସେଠ କହିଛନ୍ତି।
ସେହିପରି କୁଚିଣ୍ଡା ଥାନା ଅନ୍ତର୍ଗତ ଚନ୍ଦନିମାଲ ପଞ୍ଚାୟତ ତିହାଡିପାଲି ଗ୍ରାମରେ ଶନିବାର ଏକ ହତ୍ୟାକାଣ୍ଡ ଘଟିଛି। ମଧ୍ୟାହ୍ନରେ ପରମାନନ୍ଦ ନାୟକ (୬୨)ଙ୍କୁ ନିଜ ବଡ ପୁଅ ବିକାଶ ନାୟକ(୩୦)କୋଡି ଦ୍ବାରା ହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ହତ୍ୟାକାରୀ ପୁଅ ବିକାଶଙ୍କୁ ଗିରଫ କରିଛି। ଏ ନେଇ ଥାନାରେ କେସ୍‌ ନଂ.୯୧/୨୩ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଦୀର୍ଘ ଦିନ ହେବ ପୁଅ ବିକାଶ ବିବାହ ପାଇଁ ବାପା ପାଖରେ ଜିଦ ଧରି ଗଣ୍ଡଗୋଳ କରିଆସୁଥିଲେ। ଶନିବାର ମଧ୍ୟ ସମାନ ଘଟଣା ନେଇ ସେ ବାପାଙ୍କ ସହ ପାଟିତୁଣ୍ଡ କରିଥିଲେ। ପରେ ବାପାଙ୍କୁ କୋଡିରେ ହାଣି ହତ୍ୟା କରିଥିଲେ। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ମେଡିକାଲକୁ ପଠାଇ ହତ୍ୟାରେ ବ୍ୟବହୃତ କୋଡି ଜବତ କରି ଅଧିକ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri