ଶ୍ରେଣୀଗୃହରେ ଶିକ୍ଷକଙ୍କ ମୋବାଇଲ ନିଶା

ଯାଜପୁର ଅଫିସ,୨୯।୧: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ରାଜ୍ୟରେ ସରକାରୀ ପ୍ରାଥମିକ ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ମୁଣ୍ଡପିଛା ବାର୍ଷିକ ୨୫,୦୪୧ ଟଙ୍କା ୨୦୨୧-୨୨ରେ ଖର୍ଚ୍ଚ କରାଯାଇଛି। ତଥାପି ସରକାରୀ ସ୍କୁଲରେ ଛାତ୍ରୀଛାତ୍ରଙ୍କ ଗୁଣାମତ୍କ ବିକାଶ, ଶିକ୍ଷାନୁଷ୍ଠାନର ଉନ୍ନତି ସନ୍ତୋଷଜନକ ହୋଇପାରୁନାହିଁ। ବର୍ତ୍ତମାନ ଅଧିକାଂଶ ସ୍କୁଲର ଶ୍ରେଣୀଗୃହରେ ମୋବାଇଲ ଧରି ଶିକ୍ଷୟିତ୍ରୀ, ଶିକ୍ଷକମାନେ ଗପୁଛନ୍ତି। ଏଥିପାଇଁ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନରେ ଅବହେଳା କରାଯାଉଥିବା ଗୁରୁତର ଅଭିଯୋଗ ହେଉଛି। ସାରା ରାଜ୍ୟରେ ଏଭଳି ସ୍ଥିତି ଯୋଗୁ ସାଧାରଣ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟୟ ଆଡକୁ ମୁହଁାଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହି କ୍ରମରେ ଯାଜପୁର ଜିଲାର କୋରେଇ ବ୍ଲକ ତେନ୍ତୁଳିଖୁଣ୍ଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତି କରି ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।
ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷା ମିଲି ରାଉତ ଏବଂ ସଭ୍ୟାସଭ୍ୟଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, କେତେଜଣ ଶିକ୍ଷୟିତ୍ରୀ ଓ ଶିକ୍ଷକ ସ୍କୁଲରେ ଦୀର୍ଘବର୍ଷ ହେବ ରହିଛନ୍ତି। ସେମାନେ କ୍ଲାସ୍‌ରୁମ୍‌ରେ ମୋବାଇଲ ଫୋନ ଧରି ଗପୁଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀଙ୍କ କୌଣସି କଥାକୁ ମାନୁନାହାନ୍ତି। ସ୍କୁଲରେ ଅନୁପସ୍ଥିତ ରହୁଥିବା ସତ୍ତ୍ବେ ସେହିଦିନ ଉପସ୍ଥିତ ଦର୍ଶାଇବାକୁ ବାଧ୍ୟ କରୁଛନ୍ତି। ବଦଳି ପାଇଁ ଯିଏ ଅଭିଯୋଗ କରିବ, ତାଙ୍କ ବିରୋଧରେ ଜାତିଗତ ଏବଂ ବିଭିନ୍ନ ମାମଲାରେ ଫସେଇ ଦେବୁ ବୋଲି ଧମକ ଦେଉଛନ୍ତି। ସ୍କୁଲର ଉନ୍ନତିମୂଳକ କାର୍ଯ୍ୟକୁ ସଫଳ ନ କରାଇ ଦେବାକୁ ଚକ୍ରାନ୍ତ କରୁଛନ୍ତି। ତେଣୁ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ ବଦଳି କରାଇ ଅନ୍ୟ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଦାବି ହୋଇଛି। ଉକ୍ତ ଅଭିଯୋଗ ପତ୍ରରେ ଅନ୍ୟମାନଙ୍କ ମଧ୍ୟରେ ସବିତା ମହାରଣା, କଳ୍ପନା ମଲିକ, ରାଣୀ ମଲିକ, ଦୀପକ କୁମାର ବିଶ୍ୱାଳ, କୈଳାସ ଚନ୍ଦ୍ର ବିଶ୍ୱାଳ ଓ ମଙ୍କଲ ମୁର୍ମୁଙ୍କ ସ୍ବାକ୍ଷର ରହିଛି। ଏ ସଂକ୍ରାନ୍ତରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ା ଏପରି ଅଭିଯୋଗ ଉପରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ (ଡିଇଇ)ର ସହକାରୀ ନିର୍ଦ୍ଦେଶକ ୨୧ା୧ା୨୦୨୩ରେ ଉପଯୁକ୍ତ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ କୋରେଇ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଉକ୍ତ ନିର୍ଦ୍ଦେଶ କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା ବୋଲି କମିଟି କର୍ମକର୍ତ୍ତା କହିଛନ୍ତି। ଏ ସଂକ୍ରାନ୍ତରେ ଜିଲା ଶିକ୍ଷା ଅଧିକାରୀ ରଞ୍ଜନ ଗିରିଙ୍କୁ ପଚାରିବାରେ ସେ କହିଛନ୍ତି ସହକାରୀ ଶିକ୍ଷା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।
ରାଜ୍ୟରେ ୪୭,୧୭୩ ବିଦ୍ୟାଳୟରେ ୨,୮୫,୦୪୪ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶ୍ରେଣୀ ରହିଛି। ପ୍ରାଥମିକସ୍ତରରେ ପ୍ରତି ୩୦ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ଏବଂ ଉଚ୍ଚ ପ୍ରାଥମିକସ୍ତରରେ ପ୍ରତି ୩୫ ଜଣ ଛାତ୍ରୀଛାତ୍ରଙ୍କ ଲାଗି ଜଣେ ଲେଖାଏ ଶିକ୍ଷକ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ରାଜ୍ୟର ପ୍ରାଥମିକ ସ୍କୁଲରେ ଛାତ୍ରୀଛାତ୍ର-ଶିକ୍ଷକ ଅନୁପାତ ୨୪ ଥିବାବେଳେ ଉଚ୍ଚ ପ୍ରାଥମିକ ସ୍କୁଲରେ ଛାତ୍ରୀଛାତ୍ର-ଶିକ୍ଷକ ଅନୁପାତ ୨୦ ରହିଛି। ଆନ୍ତରିକତାର ପାଠ ପଢ଼ାଇବାରେ କେତେଜଣ ଶିକ୍ଷକ ଅବହେଳା କରୁଥିବା ଅଭିଯୋଗ ହୋଇଆସୁଛି। ପ୍ରାୟ ପ୍ରତ୍ୟେକ ଜିଲାରେ ନକଲି ପ୍ରମାଣପତ୍ରଧାରୀ ଶିକ୍ଷକତା କରୁଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳୁଛି। ଏଭଳି ଶିକ୍ଷା ବ୍ୟବସ୍ଥା କାରଣରୁ ଅଭିଭାବକମାନେ ଘରୋଇ ସ୍କୁଲ ପ୍ରତି ଆକୃଷ୍ଟ ହେଉଛନ୍ତି। ଭାତହାଣ୍ଡିରୁ ଗୋଟିଏ ପରଖିବା ଭଳି ଏଠାରେ ତେନ୍ତୁଳିଖୁଣ୍ଟା ସରକାରୀ ୟୁପି ସ୍କୁଲକୁ ଉଦାହରଣ ଭାବେ ନିଆଯାଇପାରେ। ସମଗ୍ର ରାଜ୍ୟରେ ବହୁ ସରକାରୀ ସ୍କୁଲରେ ଶିକ୍ଷାଦାନରେ ଅବହେଳା ଅଭିଯୋଗ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri