Posted inଫୁରସତ

ଟାଟୁରେ ଭର୍ତ୍ତି ଶିକ୍ଷକଙ୍କ ଶରୀର

ପ୍ୟାରିସ: ଆମେ ଶିକ୍ଷକଙ୍କୁ ସବୁବେଳେ ସରଳ ମଣିଷ ଭାବେ ଦେଖିବାକୁ ପାଇଥାଉ। ତାଙ୍କ ଆସନ ସର୍ବଦା ବହୁ ଊର୍ଦ୍ଧ୍ୱରେ ରହିଥାଏ। ସେମାନେ ନିଜ ଚାଲିଚଳନ, ବେଶଭୂଷାକୁ ସାଧାରଣ ରଖିଥା’ନ୍ତି। ହେଲେ ଜଣେ ବ୍ୟକ୍ତି ଅଛନ୍ତି, ଯିଏକି ପେସାରେ ଜଣେ ଶିକ୍ଷକ, ହେଲେ ତାଙ୍କୁ ଦେଖିଲେ କେହି ତାହା ଭାବିପାରିବେନି। ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌ରେ ରହୁଥିବା ଜଣେ ୩୭ ବର୍ଷୀୟ ସେଲ୍‌ଭେନ ହେଲେନି ତାଙ୍କ ଶରୀରର ଶତପ୍ରତିଶତ ଭାଗରେ ଟାଟୁ କରିଛନ୍ତି। ଏପରିକି ସେ ତାଙ୍କ ଆଖି ଡୋଳାରେ ମଧ୍ୟ ଟାଟୁ କରିଛନ୍ତି। ଏଥିପାଇଁ ସେ ପାଖାପାଖି ୫୮ ଲକ୍ଷ ୧୩ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ସେ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ ପାଠ ପଢ଼ାଉଛନ୍ତି। ଏଥିସହ ହେଲେନି ଜଣେ ମଡେଲର ଏବଂ କମେଡିଆନ ମଧ୍ୟ। ସେ ତାଙ୍କର ଏହି ଟାଟୁ ଯାତ୍ରା ୧୦ ବର୍ଷ ପୂର୍ବେ ଆରମ୍ଭ କରିଥିଲେ। ସେ ଥରେ ଲଣ୍ଡନରେ ସୁଟ୍‌ବୁଟ୍‌ ପିନ୍ଧିଥିଲେ ମଧ୍ୟ ତାଙ୍କ ପାଖରେ ଟଙ୍କାର ଅଭାବ ରହିଥିଲା। ସେତେବେଳେ ସେ କ’ଣ କରିବେ ଜାଣିପାରି ନ ଥିଲେ। ହଠାତ୍‌ ତାଙ୍କର ନଜର ଜଣେ ବ୍ୟକ୍ତିଙ୍କ ଉପରେ ପଡ଼ିଲା, ଯିଏକି ବେକରେ ଟାଟୁ କରିଥିଲେ। ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ଆଖିରେ ଟାଟୁ କରିଥିଲେ। ଏହା ଦେଖି ସେ ତାଙ୍କ ଶରୀରରେ ଟାଟୁ କରିବା କଥା ଚିନ୍ତା କରିଥିଲେ। ସେବେଠାରୁ ତାଙ୍କର ଟାଟୁ ଯାତ୍ରା ଆରମ୍ଭ ହୋଇଥିଲା। ସେ ୬ ମାସ ମଧ୍ୟରେ ପ୍ୟାରିସ୍‌ରେ ଟାଟୁର ପ୍ରଥମ ପର୍ଯ୍ୟାୟ କରିସାରିଥିଲେ। ଏବେ ସେ ଟାଟୁର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ଏହାପରେ ସେ ଟାଟୁର ତୃତୀୟ ଏବଂ ୪ର୍ଥ ପର୍ଯ୍ୟାୟ କରିବେ ବୋଲି କହିଛନ୍ତି। ଏହି ଟାଟୁ ପାଇଁ ସେ ତାଙ୍କ ଶରୀରର ସ୍ତନବୃନ୍ତ ସହ ନାଭିକୁ କାଢ଼ି ଦେଇଛନ୍ତି। ସେ ଟାଟୁକୁ ନିଜ ଶରୀରରେ ପୋଷାକ ଭଳି ପିନ୍ଧିବାକୁ ଚାହୁଁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CJP ଆଗରେ ପୁଣି ନଇଁଲେ କି ସରକାର? ସୌରଭ ଦାସଙ୍କ FIR ପ୍ରତ୍ୟାହାରକୁ ନେଇ ବଡ଼ ଦାବି

ନୂଆଦିଲ୍ଲୀ,୨୮ା୭: କୋକ୍ରୋଚ୍ ଜନତା ଦଳ ଦିଲ୍ଲୀର ଜନ୍ତରମନ୍ତରରେ କିଛି ଦିନ ଧରି ପ୍ରତିବାଦ ପ୍ରଦର୍ଶନ କରିଥିଲା। ସଂସଦ ଅଭିମୁଖେ ଯାତ୍ରା ସମୟରେ, ଦିଲ୍ଲୀ ପୋଲିସ ଭିଡ଼କୁ ନିୟନ୍ତ୍ରଣ…

ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତିକୁ ସ୍ବାଗତ କଲେ କନ୍ଧମାଳ ଏମପି: କହିଲେ, ଏହା ଏକ ମାଇଲଖୁଣ୍ଟ

ଦାରିଙ୍ଗବାଡି,୨୮।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ କରିବା ନିଷ୍ପତ୍ତିକୁ ନେଇ ଦାରିଙ୍ଗବାଡି ଅଞ୍ଚଳରେ…

ବଢୁଛି ବନ୍ୟା ଜଳ: ବିପଦପୂର୍ଣ୍ଣ ଭାବେ ଚାଲୁଛି ଡଙ୍ଗା

ମହାକାଳପଡ଼ା,୨୮ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ମହାନଦୀରେ ବଢୁଛି ବନ୍ୟା ଜଳ। ଏହା ଦ୍ବାରା ମହାନଦୀ – ବାହାକୁଦ – ମୂଷାଡିଆ ଫେରିଘାଟରେ…

କରୁର ଦଳାଚକଟା ଘଟଣା, ମୃତକ ପରିବାରକୁ ଚାକିରି ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ

ଚେନ୍ନାଇ,୨୮।୭: ତାମିଲନାଡୁର କରୁର ଦଳାଚକଟା ଘଟଣାରେ ମୃତକଙ୍କ ପରିବାରକୁ ସରକାରୀ ନିଯୁକ୍ତି ଦେବା ପାଇଁ ତାମିଲନାଡୁ ସରକାରଙ୍କ ଏକ ନିର୍ଦ୍ଦେଶନାମାକୁ ମାଡ୍ରାସ ହାଇକୋର୍ଟ ସୋମବାର ଖାରଜ କରିଦେଇଛନ୍ତି।…

ଏତଲା ପାଇଁ ଯିବାକୁ ପଡ଼ିବନି ଥାନା,‘ଆମ ସାଥୀ’ରେ ମିଳିବ ୧୯୦ ପ୍ରକାର ସେବା

ସାଧାରଣ ଲୋକଙ୍କୁ ଏଣିକି ଏତଲା ଦେବା ପାଇଁ ଆଉ ଥାନାକୁ ଦୌଡ଼ିବାକୁ ପଡ଼ିବ ନାହିଁ। ସେହିପରି କୌଣସି ମେଡିକାଲରେ ଡାକ୍ତରଙ୍କୁ ଦେହ ଖରାପ ପାଇଁ ଘଣ୍ଟା ଘଣ୍ଟା…

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

ଆସାମ ବନ୍ୟା, ମୃତ୍ୟୁସଂଖ୍ୟା ୬୮

ଗୁଆହାଟୀ,୨୮।୭: ଆସାମରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ସଙ୍କଟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟଳି ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨…

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ୯ ଜିଲାକୁ ରେଡ୍‌ ଆଲର୍ଟ, ୨୪ ଘଣ୍ଟା ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮।୭(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ- ଉତ୍ତର ଓଡ଼ିଶା ଉପକୂଳ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri