ମହାକାଳପଡ଼ା,୧୨।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ସୁନ୍ଦର ମୋହନ ସିଂଙ୍କୁ ଗୁରୁବାର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱର ସ୍ଥିତ ୟୁନିଟ- ୩ ସରକାରୀ ଉଚ୍ଚ ବିଦ୍ୟାଳୟ ରଙ୍ଗାରଙ୍ଗ ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିକ୍ଷକ ସୁନ୍ଦରଙ୍କୁ ସମ୍ବର୍ଦ୍ଦିତ କରିବା ସହ ବିଦ୍ୟାଳୟ ଉନ୍ନୟନ ପାଇଁ ୫ଲକ୍ଷ ଟଙ୍କାର ଚେକ୍ ସହ ମାନପତ୍ର ପ୍ରଦାନ କରିଥିଲେ।
ଶିକ୍ଷକ ସିଂ ଆଦିବାସୀ ସମ୍ପ୍ରଦାୟରୁ ଆସିଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ ବୋଲି ସିଂ କହିଛନ୍ତି । ଶିକ୍ଷକ ସିଂ ରାଜ୍ୟସ୍ତରୀୟ ଶିକ୍ଷା ପୁରସ୍କୃତ ହୋଇଥିବାରୁ ବ୍ଲକର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ, ବରିଷ୍ଠ ଶିକ୍ଷାବିତ ଓ ଗ୍ରାମର ମୁରବୀ ପ୍ରମୁଖ ଆନ୍ତରିକତାର ସହ ଶୁଭେଚ୍ଛା ଜଣାଇଛନ୍ତି ।