ଶିକ୍ଷକ-ଛାତ୍ରୀଛାତ୍ରଙ୍କ ଅଭିନବ ପ୍ରୟାସ: ନାଟକ ମାଧ୍ୟମରେ ଉପସ୍ଥାପନ କଲେ ସ୍କୁଲର ବିଭିନ୍ନ ସମସ୍ୟା

ଥୁଆମୂଳ ରାମପୁର,୧୧।୦୧(ଦୁର୍ଗା କୀର୍ତ୍ତି): ବିଭିନ୍ନ ସମସ୍ୟା ଘେରରେ ବ୍ଲକ ମୁଖ୍ୟାଳୟ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟର ବିଭିନ୍ନ ସମସ୍ୟା ପ୍ରଶାସନ ସମାଧାନ ନିମନ୍ତେ କଳାହାଣ୍ଡି ଘୁମୁରା ଉତ୍ସବ ମଞ୍ଚରେ ଏକ ନାଟକ ମାଧ୍ୟମରେ ଉପସ୍ଥାପନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ଥାନୀୟ ଶିକ୍ଷକ, ଛାତ୍ରୀଛାତ୍ର ଏବଂ ସ୍କୁଲ ପରିଚାଳନା କମିଟି ସଦସ୍ୟ ଏହି ନାଟକରେ ଭାଗନେଇ ସଚେତନ କରିଥିବା ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା l ଏହା ଘଟଣାଟି ହେଉଛି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବାବା ଖଣ୍ଡୁଆଲ ଖେଳ ପଡ଼ିଆରେ ଆୟୋଜିତ ୨୭ ତମ ବ୍ଲକ ସ୍ତରୀୟ କଳାହାଣ୍ଡି ଘୁମୁରା ଉତ୍ସବ ୨୦୨୫ର ଉଦଯାପନୀ ଦିବସର ଘଟଣା।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି, ତହସିଲଦାର ନିରୋଜ କୁମାର ଭତ୍ରା, ବ୍ଲକ ଶିକ୍ଷାଧିକାରିଣୀ ପ୍ରଭାତୀ ନଳିନୀ ଠାକୁର, ବ୍ଲକ ୍ଯଯଯକ୍ଷ ଦୟାନିଧି ମାଝୀ, ଉପାଧ୍ୟକ୍ଷ ଜୟନ୍ତୀ ମାଝୀ ସମେତ ଅନ୍ୟାନ୍ୟ ଜିଲା ତଥା ବ୍ଲକର ବିଭିନ୍ନ ବିଭାଗର ପଦାଧିକାରୀ ଏବଂ ଜନପ୍ରତିନିଧି ଯୋଗଦେଇଥିଲେ l
ସ୍କୁଲର ପ୍ରଧାନ ଶିକ୍ଷକ ନାଗେଶର ନାଏକ, ଶିକ୍ଷକ ଅଜିତ୍ କୁମାର ଦୁର୍ଗା, ଶିକ୍ଷକ ଗୁଣେଶ୍ୱର ନାଏକ, ସମାଜସେବୀ ମାଣିକ୍ୟ ଚନ୍ଦ୍ର ନାଏକ, ସମାଜସେବୀ କୃଷ୍ଣ ଚନ୍ଦ୍ର ନାଏକ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ଏକତ୍ରିତ ଭାବରେ ଏକ କ୍ଷୁଦ୍ର ନାଟକ ମାଧ୍ୟମରେ ସ୍କୁଲର ମୌଳିକ ସୁବିଧା ଉପରେ ସରକାର ତଥା ପ୍ରଶାସନଙ୍କ ପାଖରେ ଦୃଷ୍ଟି ଆକର୍ଷଣ କରିଥିଲେ, ଯାହା ବେଶ ଆକର୍ଷଣୀୟ ଏବଂ ଲୋକ ପ୍ରିୟ ନାଟକ ହୋଇଥିଲା l
ପ୍ରକାଶ ଥାଉ କି ଯେ, ଉକ୍ତ ବିଦ୍ୟାଳୟର ପରିଚାଳନା କମିଟି ଏବଂ ଅଭିଭାବକ ମିଶି ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସମିତିସଭ୍ୟା, ବ୍ଲକ ଶିକ୍ଷା ଅଧିକାରୀ ଏବଂ ବିଡ଼ିଓଙ୍କ ପାଖରେ ଉପସ୍ଥିତ ହୋଇ ଦୃଷ୍ଟି ଆକର୍ଷଣ ସ୍ବରୂପ ଲିଖିତ ଏକ ଅଭିଯୋଗ ପତ୍ର ପ୍ରଦାନର ଦୀର୍ଘ ୨ ବର୍ଷ ବିତିଯାଇଛି ତଥାପି ବିଦ୍ୟାଳୟର ଚିତ୍ର କିଛି ବଦଳି ପାରିନାହିଁ l ସରକାରଙ୍କ ପକ୍ଷରୁ ଶିକ୍ଷାର ବିକାଶ କରିବା ନେଇ ଅନେକ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଛାତ୍ରୀଛାତ୍ରୀମାନେ ନିୟମିତ ସ୍କୁଲକୁ ଯାଇ ପାଠ ପଢିବେ ସେ ନେଇ ମଧ୍ୟ ଅନେକ ଯୋଜନା ପ୍ରସ୍ତୁତ ହେଉଛି । ସେହିଭଳି ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ଦାନ ନିମନ୍ତେ ବହିପତ୍ର ଠାରୁ ଆରମ୍ଭ କରି ପୋଷାକ, ଜୋତା ମଧ୍ୟ ଯୋଗାଇ ଦିଆଯାଉଛି। କିନ୍ତୁ ଏହି ସ୍କୁଲରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଦୃଷ୍ଟିରୁ ପାଚେରି ନିର୍ମାଣ ଓ ସ୍ବଚ୍ଛ ପାନୀୟ ଜଳ ସାଙ୍ଗକୁ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଉତ୍ତମ ସ୍ଥାନ କିମ୍ବା କୌଣସି କୋଠରୀ ନାହିଁ, ଯାହା ଫଳରେ ଛାତ୍ରୀଛାତ୍ର ଏଣେ ତେଣେ ଅପରିଷ୍କାର ସ୍ଥାନରେ ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି।
ଅପରପକ୍ଷରେ ବିଦ୍ୟାଳୟ ପରିସରରେ ଗାଈଗୋରୁ ଅବାଧରେ ପ୍ରବେଶ କରୁଛନ୍ତି। ବିଦ୍ୟାଳୟ ସାମ୍ନାରେ ଏକ ପୋଖରୀ ଅଛି। କୁନିକୁନି ଛୁଆ ସେଠାକୁ ପାଠ ପଢିବା ଯାଉଥିବାବେଳେ ଅଘଟଣ ଘଟିବାର ଆଶଙ୍କା ରହିଛି। ସେହିଭଳି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିବାକୁ ବସିଲାଣି ଏହି ବିଦ୍ୟାଳୟ।
୧୮୯୧ ମସିହାରେ ସ୍ଥାପିତ ବିଦ୍ୟାଳୟରେ ଅଧ୍ୟୟନରତ ୧୯୨ଜଣ ଛାତ୍ରୀଛାତ୍ରମାନଙ୍କର ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟର ପାଚେରି ନିର୍ମାଣ କାର୍ଯ୍ୟ ଓ ପାରିପାଶର୍‌ବିକ ବିକାଶ ଦିଗରେ ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ସମାଧାନ କରିବା ପାଇଁ ନାଟକ ମାଧ୍ୟମରେ ବିଡ଼ିଓ ଏବଂ ବ୍ଲକ ଅଧ୍ୟକ୍ଷଙ୍କୁ ମଞ୍ଚରେ ଅନୁରୋଧ କରିଥିଲେ କଳାକାର l ଏ ଦିଗରେ ପ୍ରଶାସନ କେଉଁ ଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା।

 


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri