Categories: Uncategorized

ଆହତଙ୍କୁ ଭେଟି ଖାଦ୍ୟ ବାଣ୍ଟିଲେ ଶିକ୍ଷୟିତ୍ରୀ ଶିକ୍ଷକ

ଭଦ୍ରକ,୫।୬(ସ୍ବ.ପ୍ର.): ଭଦ୍ରକ ନୂଆବଜାରସ୍ଥିତ ମଞ୍ଜୁଳ ମଞ୍ଜରୀ ସରସ୍ବତୀ ଶିଶୁମନ୍ଦିର  ପକ୍ଷରୁ ଶିକ୍ଷୟିତ୍ରୀ ଶିକ୍ଷକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ବାହାନଗା ରେଳ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କୁ ଭେଟି ଖାଦ୍ୟ ଯୋଗାଇ ଦେଇଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଶୁଖିଲା ଖାଦ୍ୟ, ପାଉଁରୁଟି, ଫଳ, ପାଣିବୋତଲ ଇତ୍ୟାଦି ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନଙ୍କୁ  ପ୍ରଦାନ କରିଥିଲେ। ଏଥିସହ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ରକ୍ତଦାନ ଶିବରରେ ୮୫ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଦୁର୍ଘଟଣା ପୀଡ଼ିତମାନଙ୍କ ଉଦ୍ଦେଶ୍ୟରେ ଡାକ୍ତରଖାନା କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି। ଆହତଙ୍କ ଠିକଣା, ନାମ ଓ ମୋବାଇଲ ନମ୍ବର ସଂଗ୍ରହ କରାଯାଇ ସୁସ୍ଥ ହେବା ପରେ ସହଜରେ କିପରି ଘରକୁ ଯାଇପାରିବେ ସେଥିପାଇଁ ବସ୍‌, ରେଳ ଟିକେଟର ବ୍ୟବସ୍ଥା କରାଯାଇଛି। ଏଥିସହ ଜରୁରୀ ବସ୍ତ୍ର ଓ ଜୋତା ମଧ୍ୟ ଯୋଗାଇ ଦିଆଯାଇଛି।
ପ୍ରଧାନ ଆଚାର୍ଯ୍ୟ ଭାଗବତ ମହାଳିକଙ୍କ ନେତୃତ୍ୱରେ ୫୫ଜଣ ଆଚାର୍ଯ୍ୟା ଆଚାର୍ଯ୍ୟ, ପରିଚାଳନା ସମିତି ସମ୍ପାଦକ ସନ୍ତୋଷ  କୁମାର ଦାସ, କୋଷାଧ୍ୟକ୍ଷ ବସନ୍ତ କୁମାର ମହାନ୍ତି, ଶତାଧିକ ଅଭିଭାବକ, ପୂର୍ବତନ ଛାତ୍ର ପ୍ରମୁଖ ସହଯୋଗ କରିଥିଲେ। ଶିକ୍ଷା ବିକାଶ ସମିତିର କର୍ଯ୍ୟକର୍ତ୍ତା ଦେବେନ୍ଦ୍ର ପଟ୍ଟନାୟକ, ବିଭୂତି ଭୂଷଣ ପାଇକରାୟ, ଶ୍ରୀନିବାସ ପ୍ରଧାନ, ନାରାୟଣ ପାଣିଗ୍ରାହୀ, ଆଚାର୍ଯ୍ୟ ସୀତାକାନ୍ତ ନାୟକ ଓ ଆଚାର୍ଯ୍ୟା ଜୟଶ୍ରୀ ମହାନ୍ତି ସାମିଲ ଥିଲେ।