ଆୟ ବହିର୍ଭୂତ ସମ୍ପତ୍ତି ଠୁଳ, ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ

ରାୟଗଡ଼ା ଅଫିସ,୨୯ା୧: ରାୟଗଡ଼ା ବିଇଓ ଅଫିସରେ କାର୍ଯ୍ୟରତ ଶିକ୍ଷକ ଶିଶିର ସେମେଳି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କଠାରୁ ସାଢ଼େ ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ବିଭାଗ।

ଶିକ୍ଷକ ଚାକିରିରେ ରେଗୁଲାର୍‌ ହେବାକୁ ୬ ବର୍ଷ ପୂରିନି। ହେଲେ ସେ ଆଜି କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତିର ମାଲିକ। ତାଙ୍କ ଘର ସମେତ ୬ଟି ସ୍ଥାନରେ ଚଢ଼ାଉ କରି ବର୍ତ୍ତମାନ ସୁଦ୍ଧା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ ଟିମ୍‌। ଭିଜିଲାନ୍ସ ବିଭାଗର ୪ଟି ଟିମ୍‌ ୬ଟି ସ୍ଥାନରେ ଚଢ଼ାଉ କରି ଶିକ୍ଷକଙ୍କଠାରୁ ସାଢ଼େ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କରିଛି।

ଏହି ଚଢ଼ାଉରେ ନଗଦ ୨ଲକ୍ଷ ୮୮ ହଜାର ଟଙ୍କା, ୨ଟି ଚାରିଚକିଆ ଯାନ, ୨ଟି ତିନି ମହଲା ଘର, ୩ଟି ଦୁଇ ମହଲା ଘର, ୨୧ ଲକ୍ଷ ୬୮ ହଜାର ଟଙ୍କାର ବ୍ୟାଙ୍କ ଜମା, ୪୦୮ ଗ୍ରାମ ଓଜନର ସୁନାଗହଣା, ୨୨୯ ଗ୍ରାମର ରୁପା ଅଳଙ୍କାର ଜବତ କରିଛି ଭିଜିଲାନ୍ସ ଟିମ୍‌ । ଜଣେ ପ୍ରାଥମିକ ସ୍କୁଲର ଶିକ୍ଷକ ଯେ ଏତେ କୋଟି ଟଙ୍କାର ମାଲିକ ହୋଇପାରନ୍ତି ଏହା ଦେଖି ଭିଜିଲାନ୍ସ ବିଭାଗ ଟିମ୍‌ ଜଳକା ହୋଇଯାଇଛି।