Categories: ଫୁରସତ

ପିଲାଙ୍କୁ ଏମିତି ଢଙ୍ଗରେ ସ୍କୁଲକୁ ସ୍ବାଗତ ଜଣାଇଲେ ଶିକ୍ଷୟିତ୍ରୀ, ଭିଡିଓ ଦେଖିଲେ…

ପିଲାଙ୍କର ଛୁଟିଦିନ ଶେଷ ହୋଇଥିବାରୁ ସେମାନେ ପୁଣି ଥରେ ସ୍କୁଲକୁ ଆସିଛନ୍ତି। ତେଣୁ ପିଲାମାନଙ୍କୁ ବିଭିନ୍ନ ସ୍କୁଲରେ ଭିନ୍ନ ଭିନ୍ନ ଢଙ୍ଗରେ ସ୍ବାଗତ କରାଯାଇଛି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଶିକ୍ଷୟିତ୍ରୀ ପିଲାମାନଙ୍କୁ ଅତ୍ୟନ୍ତ ସ୍ନେହ ଆଦରରେ ସ୍ବାଗତ କରୁଛନ୍ତି। ଯାହାକି ଖୁବ୍‌ ପ୍ରଶଂସାଯୋଗ୍ୟ।

ଭିଡିଓରେ ଜଣେ ଶିକ୍ଷୟିତ୍ରୀ ଛାତ୍ରୀଛାତ୍ରଙ୍କୁ ସ୍ବାଗତ ଜଣାଉଥିବା ନଜର ଆସିଛନ୍ତି। ଭିଡିଓରେ ପିଲାମାନେ ଧାଡ଼ିରେ ଠିଆ ହୋଇ ସ୍କୁଲ୍‌ ମଧ୍ୟକୁ ପ୍ରବେଶ କରୁଛନ୍ତି। ଗେଟ୍‌ ପାଖରେ ଜଣେ ଶିକ୍ଷୟତ୍ରୀ ଠିଆ ହୋଇ କାହାକୁ କୋଳେଇ ନେଉଛନ୍ତି ତ ଆଉ କାହାକୁ ଡ୍ୟାନ୍ସ ମାଧ୍ୟମରେ ସ୍ବାଗତ କରୁଛନ୍ତି। ଏହି ପଦ୍ଧତି ଏତେ ମଜାଳିଆ ଯେ, ପିଲାମାନେ ମଧ୍ୟ ଖୁସି ହେଉଥିବାର ନଜର ଆସିଛନ୍ତି। ଭିଡିଓ ଦେଖି ଲୋକେ ଶିକ୍ଷୟିତ୍ରୀ ଏବଂ ସହିତ ପିଲାମାନଙ୍କର ବନ୍ଧନକୁ ପ୍ରଶଂସା କରୁଛନ୍ତି।

ଭିଡିଓଟି କେଉଁଠାରୁ ଆସିଛି ତାହା ଜଣା ପଡ଼ିନାହିଁ, କିନ୍ତୁ ଶିକ୍ଷୟିତ୍ରୀ ଶ୍ରେଣୀ ବାହାରେ ଏକ ବୋର୍ଡ ଲଗାଇଛନ୍ତି, ଯେଉଁଥିରୁ ପିଲାମାନେ ନିଜେ ସ୍ବାଗତ ପ୍ରଣାଳୀ ବାଛୁଛନ୍ତି। ସେହି ଅନୁଯାୟୀ ଶିକ୍ଷୟିତ୍ରୀ ସେମାନଙ୍କୁ ସ୍ବାଗତ କରୁଛନ୍ତି। ବୋର୍ଡରେ ଏକ ହାର୍ଟ ଚିହ୍ନ ରହିଛି। ପିଲାମାନେ ତାହାକୁ ଛୁଇଁଲେ ଶିକ୍ଷୟିତ୍ରୀ ପିଲାଙ୍କୁ କୋଳେଇ ନେଉଛନ୍ତି। ସେମିତି ଆଉ ଏକ ବଟନକୁ ଛୁଇଁଦେଲେ ଶିକ୍ଷୟିତ୍ରୀ ଡ୍ୟାନ୍ସ କରି ସ୍ବାଗତ ଜଣାଉଛନ୍ତି।

ଭିଡିଓଟି ପ୍ରଥମେ Alvin Foo ନାମକ ଟୁଇଟର ଆକାଉଣ୍ଟରେ ଶେୟାର କରାଯାଇଥିଲା। ଯାହା ପରେ ୟୁଜରମାନେ ଏହାକୁ ନିଜ ନିଜ ଆକାଉଣ୍ଟରେ ଶେୟାର କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୩୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ହଜାର ହଜାର ଲୋକ ଏହାକୁ ପସନ୍ଦ କରିଛନ୍ତି। କେବଳ ଏତିକି ନୁହେଁ, ଭିଡିଓ ଉପରେ ମନ୍ତବ୍ୟ ଦେବାବେଳେ ୟୁରଜମାନେ କହିଛନ୍ତି, ସମାନେ ମଧ୍ୟ ସେମିତି ଶିକ୍ଷୟିତ୍ରୀ ଚାହୁଁଛନ୍ତି। କିଛି ୟୁଜର କହିଛନ୍ତି, ପିଲାମାନଙ୍କୁ ଭଲ ଆଚରଣ ଶିଖାଇବା ପାଇଁ ଏହା ହେଉଛି ସର୍ବୋତ୍ତମ ଉପାୟ। ଆଉ କିଛି ଲୋକ ଏହି ଭିଡିଓକୁ ବହୁତ ସୁନ୍ଦର ବୋଲି କହିଛନ୍ତି।

Share