ଜନଗଣନା ସର୍ଭେ କରିବାକୁ ଯାଇଥିଲେ ଶିକ୍ଷକ, ଘେରିଗଲେ ମହୁମାଛି: ଆଉ ତା’ପରେ…

ନୂଆପଡ଼ା,୨୦ା୪ (ମକାରୁ ବେମାଲ):ଜନଗଣନା ସର୍ଭେ କାର୍ଯ୍ୟରେ ନିୟୋଜିତ ଜଣେ ଶିକ୍ଷକ ମହୁମାଛି ଆକ୍ରମଣରେ ଗୁରୁତର ହୋଇ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆହତ ଶିକ୍ଷକ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ବରତିଆ ପଞ୍ଚାୟତ ସୁନାମୁଦି ଗଁ।ର ଡୋଳାମଣି ହଂସ (୪୪)।

ସୂଚନା ଅନୁଯାୟୀ ଟଙ୍କାପାଣି ପଞ୍ଚାୟତ ସରାଇବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡୋଳାମଣି ଶିକ୍ଷକ ଭାବରେ ନିଯୁକ୍ତ ଅଛନ୍ତି। ସୋମବାର ପୂର୍ବାହ୍ନରେ ସେ ଗୋୟଲମୁଣ୍ଡା ଗଁ। ଜନଗଣନା ସର୍ଭେ କରି ମାଝିପଡ଼ାକୁ ଯାଉଥିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣରେ ତାଙ୍କ ମୁହଁ ଓ ମୁଣ୍ଡରେ ଆଘାତ ଲାଗିଛି। ପରେ ସେ କିଛି ସମୟ ଏକ ଗଛମୂଳେ ଆଶ୍ରୟ ନେଇ ବାଇକ୍‌ ଯୋଗେ ନିଜ ଘର ସୁନାମୁଦି ଗଁ।କୁ ଫେରୁଥିଲେ। ହେଲେ ଧରଣିମାଲ ଗଁ।ଠାରେ ହଠାତ୍‌ ମୁଣ୍ଡ ବୁଲାଇ ସେ ଚେତାଶୂନ୍ୟ ହୋଇଯାଇଥିଲେ। ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ପାଇ ପରିବାର ଲୋକଙ୍କ ସହ ଖପ୍ରାଖୋଲ ବିଇଓ, ସିଆର୍‌ସିସି ଓ କେତେଜଣ ଶିକ୍ଷକ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ଛନ୍ତି। ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡ଼ିଛି।

Share