Posted inଫୁରସତ

ଦିବ୍ୟାଙ୍ଗ ଛାତ୍ରୀଙ୍କ ଏହି ଇଚ୍ଛା ପୂରଣ କଲେ ଶିକ୍ଷକ, ଜାଣିଲେ କରିବେ ପ୍ରଶଂସା

କାହାର ସ୍ବପ୍ନ ପୂରଣ କରିବା ପାଇଁ ନିଜ ସ୍ବପ୍ନ ତିଆରି କରିବା କୌଣସି ସାଧାରଣ କଥା ନୁହେଁ। କିନ୍ତୁ ଯେତେବେଳେ ଜଣେ ଶିକ୍ଷକ ତାଙ୍କ ଛାତ୍ରୀଙ୍କ ପାଇଁ ଏମିତି କିଛି କରନ୍ତି ତେବେ ଏହା ନିଶ୍ଚିତ ଭାବେ ସ୍ବତନ୍ତ୍ର ଏବଂ ପ୍ରଶଂସାଯୋଗ୍ୟ।

ଗ୍ରୀସର ଆଥଲେଟ୍‌ ମାରିଓସ ଜିଆନାକୋ ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଏକ ଅବିଶ୍ୱସନୀୟ କାର୍ଯ୍ୟ କରିଛନ୍ତି। ରନର୍‌ ଏଲିଫାଥେରିଆ ଟୋସିଓ ନାମକ ଛାତ୍ରୀଙ୍କୁ ତାଙ୍କ ପିଠିରେ ବସାଇ ତାଙ୍କୁ ମାଉଣ୍ଟ ଅଲିମ୍ପସ୍‌ ଶିଖରକୁ ନେଇଛନ୍ତି। ଯେଉଁଠାକୁ ଯିବାକୁ ଛାତ୍ରୀ ଜଣକ ସ୍ବପ୍ନ ଦେଖିଥିଲେ। ଯଦିଓ ମାରିଓସ ମାଉଣ୍ଟ ଅଲିମ୍ପ୍‌ସ ଜିତିଥିଲେ ମଧ୍ୟ ୫୧ ତମ ଥର ଶୀର୍ଷରେ ପହଞ୍ଚିବାରେ ତାଙ୍କର ଦ୍ୱିଧା ନ ଥିଲା। କାରଣ ତାଙ୍କ ଛାତ୍ରୀ ସଠାରେ ପହଞ୍ଚିବା ପାଇଁ ସ୍ବପ୍ନ ଦେଖିଥିଲେ। ଏହାକୁ ଛାତ୍ରୀଛାତ୍ରଙ୍କ ପ୍ରତି ତାଙ୍କର ଉତ୍ସର୍ଗୀକୃତ ବୋଲି କୁହାଯାଉଛି।

ସେପ୍ଟେମ୍ବରରେ, ମାରିଓସ ୨୨ ବର୍ଷ ବୟସ୍କ ଜୀବବିଜ୍ଞାନ ଛାତ୍ରୀ ଏଲିଫାଥେରିଆଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ସେ ତାଙ୍କୁ କହିଥିଲେ ଯେ, ସେ ସର୍ବଦା ମାଉଣ୍ଟ ଅଲିମ୍ପସ ଉପରକୁ ଯିବାକୁ ଚାହାନ୍ତି। ମାରିଓସ ସେହିଦିନଠାରୁ ଛାତ୍ରୀଙ୍କୁ ପର୍ବତ ଶିଖରରେ ପହଞ୍ଚାଇବା ସ୍ବପ୍ନକୁ ପୂରଣ କରିବା ପାଇଁ ସ୍ଥିର କରିଥିଲେ।

ମାରିଓସ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପର୍ବତ ଉପରକୁ ଯିବା ଯୋଜନା ସମ୍ପର୍କରେ ପ୍ରଶଂସକମାନଙ୍କୁ ଜଣାଇଥିଲେ। ସେ ସୂଚନା ଦେଇଥିଲେ ଯେ, ଇଲେଫାଥେରିଆ ପ୍ରଥମ ମହିଳା ହେବେ ଯିଏକି ଦିବ୍ୟାଙ୍ଗ ହୋଇବି ସକ୍ଷମ। ଅଲିମ୍ପସର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିବେ।

ପର୍ବତ ଚଢ଼ିବା ପାଇଁ, ମାରିଓସ ତାଙ୍କ ପିଠିରେ ଥିବା ବ୍ୟାକ୍‌ପ୍ୟାକ ବ୍ୟବହାର କରି ଇଲେଫାଥେରିଆଙ୍କୁ ବସାଇଥିଲେ। ସମସ୍ତ ଆବଶ୍ୟକୀୟ ଉପକରଣ ସହିତ ଏହି ଯାତ୍ରା କରିଥିଲେ। ଫଳରେ ଦିବ୍ୟାଙ୍ଗ ଛାତ୍ରୀଙ୍କ ସ୍ବପ୍ନ ପୂରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri