Categories: ଜାତୀୟ

ପାକିସ୍ତାନ ଜିତିବା ଖୁସିରେ ଷ୍ଟାଟସ୍‌ ରଖିଲେ ଶିକ୍ଷକ: ସ୍କୁଲରୁ ହେଲେ ବିଦା

ଉଦୟପୁର,୨୬।୧୦: ଗତ ରବିବାର ଟି-୨୦ ବିଶ୍ୱକପ୍‌ରେ ଭାାରତ ଏବଂ ପାକିସ୍ତାନ ମଧ୍ୟ ମ୍ୟାଚ୍‌ ଖେଲାଯାଇଥିଲା। ଏହି ମ୍ୟାଚ୍‌ରେ ପାକିସ୍ତାନ ଭାରତକୁ ୧୦ ଉଇକେଟ୍‌ ପରାସ୍ତ କରିଥିଲା। ଏହାପରେ ଦେଶରେ ନିରାଶାର ମାହୋଲ ଖେଳି ଯାଇଥିଲା। କିନ୍ତୁ ଉଦୟପୁରର ଜଣେ ଶିକ୍ଷକ ଭାରତ ହାରିବା ପରେ ବହୁତ ଖୁସି ଥିଲେ। ପାକିସ୍ତାନ ବିଜୟରେ ସେ ଏତେ ଖୁସି ଥିଲେ ଯେ, ମୋବାିଲ୍‌ ଷ୍ଟାଟସ୍‌ରେ ପାକିସ୍ତାନ ଖେଲାଳିଙ୍କ ଫଟୋ ରଖି ଲେଖିଥିଲେ-ଆମେ ଜିତିଲୁ। ଏହାପରେ ଏହି ଷ୍ଟାଟସ୍‌ର ସ୍କ୍ରିନ୍‌ଶଟ୍‌ ସାରା ଉଦୟପୁରରେ ଭାଇରାଲ ହୋଇଥିଲା।
ସୂଚନାଯୋଗ୍ୟ, ଉଦୟପୁରର ଖେଲଗାଓଁ ସ୍ଥିତ ନୀରଜା ମୋଦି ସ୍କୁଲର ଅଧ୍ୟାପିକା ନଫିସା ଅଟାରୀ ରବିବାର ଭାରତ-ପାକିସ୍ତାନ ମ୍ୟାଚ୍‌ ପରେ ‘ଆମେ ଜିତି ଗଲୁ’ ଷ୍ଟାଟସ୍‌ ଦେଇଥିଲେ। ଏନେଇ ତାଙ୍କ ପଚରାଯିବାରୁ ସେ ମଜାକରେ ଏଭଳି କରିଥିବା କହିଥିଲେ। କିନ୍ତୁ ସ୍କୁଲ ମ୍ୟାନେଜ୍‌ମେଣ୍ଟ ଏକଥା ସହଜରେ ସ୍ବୀକାର ନ କରି ନଫିସାଙ୍କୁ ସ୍କୁଲରୁ ବହିସ୍କାର କରିଦେଇଥିଲେ।

Share