Categories: ଜାତୀୟ

ଶିକ୍ଷକଙ୍କ ମାଡ଼ରେ ଭାଙ୍ଗିଲା ୫ ବର୍ଷର ଛାତ୍ରୀଙ୍କ ହାତ

ଭୋପାଳ,୨୯ା୧୨: ବନାନ ଭୁଲ୍‌ ପାଇଁ ଏକ ଘରୋଇ ଟ୍ୟୁଶନ ଶିକ୍ଷକଙ୍କ ମାଡ଼ରେ ଜଣେ ୫ବର୍ଷର ଛାତ୍ରୀଙ୍କ ହାତ ଭାଙ୍ଗିଯାଇଛି। ଏନେଇ ପୋଲିସରେ ଅଭିଯୋଗ ପରେ ୨୨ ବର୍ଷୀୟ ଶିକ୍ଷକ ପ୍ରୟାଗ ବିଶ୍ୱକର୍ମାଙ୍କୁ ଗିରଫ କରାଯାଇଛି। ଶିଶୁଟି ‘ପ୍ୟାରୋଟ’ ଶବ୍ଦ ଠିକ୍‌ ଭାବେ ବନାନ କରି ନ ପାରିବାରୁ ଶିକ୍ଷକ ତାଙ୍କ ହାତ ମୋଡ଼ିଦେବା ସହ ମାଡ଼ ମାରିଥିଲେ। ଫଳରେ ଶିଶୁଟିର ଡାହାଣ ହାତ ଭାଙ୍ଗିଯାଇଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ହବିବଗଞ୍ଜ ପୋଲିସ ଇନ୍ସପେକ୍ଟର ରାଜ ସିଂ ଭଦୌରିଆ କହିଛନ୍ତି।

Share