ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ବନ୍ଧା ହେଲେ ଗଣିତ ଶିକ୍ଷକ

ଖୋର୍ଦ୍ଧା,୧୫ା୧(ପ୍ରଭାତ ପାଣିଗ୍ରାହୀ ): ଖୋର୍ଦ୍ଧାର ଏକ ସରକାରୀ ଇଂଲିଶ ମିଡିୟମ ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗୁରୁବାର ଆଦର୍ଶ ଥାନା ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ସେ ହେଲେ ଗଣିତ ଶିକ୍ଷକ ଢେଙ୍କାନାଳ ଜିଲା କାମାକ୍ଷାନଗର ଚିରିଡ଼ାମାଳିର ଅମରେନ୍ଦ୍ର ସାହୁ (୫୫)। ଏନେଇ ଥାନାରେ ପୋକ୍‌ସୋ ଆକ୍ଟରେ ଏକ ମାମଲା (ନଂ.୩୧/୨୬) ରୁଜୁ ହୋଇଛି।

ସୂଚନା ମୁତାବକ, ବୁଧବାର ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ସାଇକେଲରେ ବୁଲୁଥିବା ସମ୍ପୃକ୍ତ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଅମରେନ୍ଦ୍ର ଅସଦାଚରଣ କରିଥିଲେ। ଏନେଇ ଛାତ୍ରୀ ଜଣଙ୍କ ଘରକୁ ଯିବା ପରେ ପରିବାରଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଏନେଇ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଚଳାଇ ଶିକ୍ଷକ ଅମରେନ୍ଦ୍ରଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନିଆଁ ଲାଗି ଜଳିଗଲେ ଗୋଟିଏ ପରିବାରର ୬ଜଣ

ଚଣ୍ଡିଗଡ଼,୧୫ା୧: ହିମାଚଳପ୍ରଦେଶର ସିର୍‌ମୌର ଜିଲା ଅଧୀନ ତଲଗ୍ନା ଗ୍ରାମରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଘରେ ନିଆଁଲାଗି ପରିବାରର ୬ଜଣ ଜଳିଯାଇଛନ୍ତି। ମୃତକଙ୍କ ମଧ୍ୟରେ ୩ଜଣ...

ଦାୟିତ୍ବ ଗ୍ରହଣ କଲେ ରାଇକିଆ ନୂତନ ଥାନା ଅଧିକାରୀ

ରାଇକିଆ,୧୫।୧(ପ୍ରଦୀପ ବେହେରା)- କନ୍ଧମାଳ ଜିଲା ରାଇକିଆ ଥାନାର ନୂତନ ଅଧିକାରୀ ଭାବେ ଏ. ଏ ସ୍ବର୍ଣ୍ଣଲତା ପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବରୁ ଥାନା...

ଗୁମ୍ମା ସ୍ବାସ୍ଥ୍ୟକେନ୍ଦ୍ରରେ ମିଳିଲାନି ମହାପ୍ରୟାଣ ଗାଡ଼ି: ବାଇକ୍‌ରେ ବୁହାହେଲା ମୃତଦେହ

ଗଜପତି,୧୫।୧(ଗିରିଧାରୀ ପରିଚ୍ଛା): ରାଜ୍ୟରେ ସ୍ବାସ୍ଥ୍ୟ ସେବାର ବିକାଶ ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ଗଜପତି ଜିଲା ଗୁମ୍ମା ବ୍ଲକରୁ ଏକ ଅତ୍ୟନ୍ତ ସ୍ପର୍ଶକାତର ତଥା...

ଜମ୍ମୁ-କଶ୍ମୀର ସୀମାରେ ପୁଣି ଉଡ଼ିଲା ପାକ୍‌ ଡ୍ରୋନ୍‌

ଶ୍ରୀନଗର,୧୫ା୧: ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ସୀମାରେ ଉତ୍ତେଜନା ସୃଷ୍ଟି ନ କରିବାକୁ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଚେତାବନୀ ଦେବା ସତ୍ତ୍ୱେ ଜମ୍ମୁ-କଶ୍ମୀର ସୀମାରେ ସନ୍ଦିଗ୍ଧ...

ନବୀନଙ୍କ ଆକ୍ସନକୁ ନେଇ ବିଜୟ କହିଲେ- ମୁଁ ହତବାକ୍‌…

ଭୁବନେଶ୍ୱର,୧୫।୧: ଦଳୀୟ ବିଶୃଙ୍ଖଳାକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ୨ ବିଧାୟକଙ୍କୁ ଦଳରୁ ସସ୍‌ପେଣ୍ଡ କରିଛନ୍ତି। ସେମାନଙ୍କ ମଧ୍ୟରେ ବରିଷ୍ଠ...

ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଦାବି ତେଜିଲା, ଦାବି ପୂରଣ ନ ହେଲେ…

କୁନ୍ଦୁରା,୧୫।୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତର ଶତାଧିକ ଲୋକେ ଗୁରୁବାର କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ। ହାତରେ ଦାବିପତ୍ର ଧରି...

ନୂଆପଡ଼ା ପରେ ଆରମ୍ଭ ହେଲା ବିଜେଡିର ରାଜ୍ୟ ସଭା ଡିଲ୍‌; ନବୀନଙ୍କ ଆକ୍ସନ ପରେ ଏଭଳି କହି ଚର୍ଚ୍ଚାରେ…

ଭୁବନେଶ୍ୱର,୧୫।୧: ନୂଆପଡ଼ା ପରେ ଆରମ୍ଭ ହେଲା ବିଜେଡିର ରାଜ୍ୟ ସଭା ଡିଲ। ସମଝଦାର କୋ ଇଶାରା କାଫି ହୈ। ବିଜେଡିର ୨ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ...

ଅଜାତିରେ ବାହା ହେଲା ଝିଅ, ବାପାଙ୍କ ମୃତଦେହ ପାଖ ମାଡ଼ିଲେନି ଗ୍ରାମବାସୀ, ୯ ଘଣ୍ଟା ଯାଏ…

ଜଗନ୍ନାଥ ପ୍ରସାଦ,୧୫ା୧(ବିଭୁ ପ୍ରସାଦ ପଟ୍ଟନାୟକ)- ଝିଅ ଅନ୍ୟ ଜାତିରେ ବାହା ହୋଇଗଲା ବୋଲି ଜାତିପ୍ରଥାକୁ ନେଇ ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ଦେଖାଦେଇଛି ଏକ ଭିନ୍ନ ଚିତ୍ର।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri