ଛାତ୍ରୀଙ୍କୁ ଗର୍ଭବତୀ କରି ଗିରଫ ହେଲେ ଶିକ୍ଷକ

ଠାକୁରମୁଣ୍ଡା,୧୭ା୩(ଡି.ଏନ.ଏ.): ଜଣେ ନାବାଳିକା ଛାତ୍ରୀଙ୍କୁ ଗର୍ଭବତୀ କରି ଫେରାର ହୋଇଯାଇଥିବା ଶିକ୍ଷକଙ୍କୁ ପୋଲିସ ଗିରଫ ପରେ ଶୁକ୍ରବାର କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ପୁରୁଣାପାଣି ଅଞ୍ଚଳର ରବୀନ୍ଦ୍ର ମହାନ୍ତ ନିକଟସ୍ଥ ଏକ ହାଇସ୍କୁଲରେ ଶିକ୍ଷକତା କରନ୍ତି । ଅବସର ସମୟରେ ନିଜ ଘରେ ଟିୟୁସନ ପଢ଼ାନ୍ତି । କିଛି ବାଳକ, ବାଳିକା ତାଙ୍କ ପାଖରେ ଟିୟୁସନ ପଢ଼ୁଥିବା ବେଳେ ପୀଡିତା ଛାତ୍ରୀଙ୍କୁ ପ୍ରଲୋଭନ ଦେଖାଇ ସେ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଛାତ୍ରୀ ଜଣକ ଗର୍ଭବତୀ ହୋଇଥିଲେ। ଏ ନେଇ ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବାରୁ ପୋଲିସ ଏକ ମାମଲା(ନଂ.୩୬/୨୩) ରୁଜୁ କରି ତଦନ୍ତ ଜାରି ରଖିଥିଲା।