ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମକରି ଶିକ୍ଷକ ଗିରଫ

ପୁରୁଷୋତ୍ତମପୁର, ୨୭।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳର ଜଣେ ୮ବର୍ଷର ନାବାଳିକା ଛାତ୍ରୀଙ୍କୁ ଟ୍ୟୁଶନ ଶିକ୍ଷକ ବଳାତ୍କାର ଉଦ୍ୟମ କରିଥିବା ନେଇ ଗତ ସୋମବାର ଥାନାରେ ଅଭିଯୋଗ ହୋଇଥିଲା। ଏହା ପରେ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଓ ମହିଳା ଶିଶୁ ଡେସ୍କ ଅଧିକାରୀ ଏସ୍‌.ଆଇ. ଚମ୍ପାବତି ମାରାଣ୍ଡି ଏକ ମାମଲା (କେସ୍‌ ନଂ. ୨୮୭/୨୦) ରୁଜୁକରି ଘଟଣାର ତଦନ୍ତ ଚଳାଇଥିଲେ। ଅଭିଯୁକ୍ତ ଟ୍ୟୁଶନ ଶିକ୍ଷକ ଶ୍ରୀକାନ୍ତ ସାମନ୍ତରାୟଙ୍କୁ ଗିରଫ ପରେ କୋର୍ଟଚାଲାଣ କରରାଯାଇଥିବା ଜଣାପଡ଼ିଛି।