Categories: ଜାତୀୟ

‘ଦୁର୍ନୀତି ବିରୋଧରେ ବଡ ପଦକ୍ଷେପ’, ଆରବିଆଇର ନିଷ୍ପତ୍ତିକୁ ସ୍ବାଗତ କଲେ ଚନ୍ଦ୍ରବାବୁ

ନୂଆଦିଲ୍ଲୀ,୨୦।୫: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ୨୦୦୦ଟଙ୍କିଆ ନୋଟ ପ୍ରତ୍ୟାହାର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି, ୨୦୦୦ ଟଙ୍କିଆ ନୋଟ ବନ୍ଦ ହେବା ଏକ ଭଲ ସଙ୍କେତ। ନାଇଡୁଙ୍କ ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ବିମୁଦ୍ରୀକରଣକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି।

ଶନିବାର ଆନ୍ଧ୍ରପ୍ରଦେଶରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ନାଇଡୁ କହିଛନ୍ତି, ‘୨୦୦୦ ଟଙ୍କିଆ ନୋଟ ଉପରେ ନିଷେଧାଦେଶ ନିଶ୍ଚିତ ଭାବରେ ଏକ ଭଲ ସଙ୍କେତ ଅଟେ। ମୁଁ ଡିଜିଟାଲ ମୁଦ୍ରା ଉପରେ ଏକ ରିପୋର୍ଟ ଦାଖଲ କରିଛି ଏବଂ ପ୍ରତ୍ୟାହାର ନିଶ୍ଚିତ ଭାବରେ ଦୁର୍ନୀତି ବନ୍ଦ କରିବ। ’

Share