Categories: ଫୁରସତ

ବଲିଉଡ୍‌ର ଅନେକ ତାରକାଙ୍କ ସମ୍ପତ୍ତିକୁ ଟକ୍କର ଦେବ ଏହି ପୋଷା ବିଲେଇ, ରୋଜଗାର ଜାଣିଲେ…

ଗ୍ରାମୀ ପୁରସ୍କାର ବିଜେତା ଗାୟିକା ଟେଲର ସ୍ବିଫ୍ଟଙ୍କ ବିଲେଇ ଅଲିଭିଆ ବେନସନ ସବୁଠାରୁ ଧନୀ ଗୃହପାଳିତ ପଶୁ ତାଲିକାରେ ସାମିଲ ହୋଇଛି। ମୋଟ ସମ୍ପତ୍ତି ମାମଲାରେ ସେ ବଲିଉଡ୍‌ର ବଡ ବଡ ତାରକାଙ୍କୁ ଟକ୍କର ଦେଉଛି। ୨୦୧୪ରୁ ସେ ଟେଲରଙ୍କ ସହ ଅଛନ୍ତି। ଏବେ ସେ ବିଶ୍ୱର ତୃତୀୟ ଧନୀ ଗୃହପାଳିତ ପଶୁ ପାଲଟିଛନ୍ତି।

ରୋଲିଂ ଷ୍ଟୋନ୍ସର ରିପୋର୍ଟ ମୁତାବକ, ଅଲିଭିଆଙ୍କ ମୋଟ ସମ୍ପତ୍ତି ହେଉଛି ୯୭ ମିଲିୟନ ଡଲାର। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୮୦୦ କୋଟି ଟଙ୍କା ହେବ। ଏହାକୁ ଦେଖିଲେ ଅନେକ ବଲିଉଡ ତାରକାଙ୍କ ସମ୍ପତ୍ତି ଅଲିଭିଆଙ୍କ ସମକକ୍ଷ ହେବ ନାହିଁ।

ଅଲ୍‌ ଆବାଉଟ୍‌ କ୍ୟାଟ୍‌ ଓ୍ବେବସାଇଟ୍‌ ଦ୍ୱାରା ଇନଷ୍ଟାଗ୍ରାମ ତଥ୍ୟ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ପ୍ରତି ଗୃହପାଳିତ ପଶୁ ଇନଷ୍ଟାଗ୍ରାମରେ କେତେ ରୋଜଗାର କରିପାରିବ ତାହା ଆକଳନ କରାଯାଇଛି। ଅଲିଭିଆଙ୍କ ନିଜସ୍ବ ସୋସିଆଲ ମିଡିଆ ଆକାଉଣ୍ଟ ନ ଥିଲେ ହେଁ ସେ ଏହି ତାଲିକାରେ ସାମିଲ ହୋଇଛନ୍ତି।

ଅଲିଭିଆ ଟେଲରଙ୍କ ସହ ଅନେକ ମ୍ୟୁଜିକ ଭିଡିଓରେ ନଜର ଆସିଛନ୍ତି। ଏହାଛଡ଼ା ଅନେକ ଭିଡିଓରେ ସେ ଟେଲରଙ୍କ ସହ ନଜର ଆସିଛନ୍ତି। ତଦନୁଯାୟୀ ମଧ୍ୟ ଅଲିଭିଆ ବହୁ ଲୋକପ୍ରିୟତା ହାସଲ କରିଛନ୍ତି। ସୋସିଆଲ ମିଡିଆରେ ତାଙ୍କ ନାମରେ ବହୁ ଫ୍ୟାନ୍‌ କ୍ଲବ ଗଠନ କରାଯାଇଛି। ଏଥିରେ ତାଙ୍କ ଫଟୋ ଏବଂ ଭିଡିଓ ଦେଖିବାକୁ ମିଳିଥାଏ। ଏହାଛଡ଼ା ଅଲିଭିଆ ଅନେକ ଦାମୀ ବିଜ୍ଞାପନରେ କାମ କରିଛନ୍ତି।

Share