ମଣିଷ ନ ଥାଇ ଟିକସ

ଓ୍ବାଶିଂଟନ,୪ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବୁଧବାର ଭାରତ ସମେତ ଅନେକ ଦେଶ ଉପରେ ରେସିପ୍ରୋକଲ ଟାରିଫ୍‌ ବା ଟିକସ ଲଗାଇଛନ୍ତି। ତେବେ ଟ୍ରମ୍ପ୍‌ ଆଣ୍ଟାର୍କଟିକା ନିକଟ ମେନ୍‌ଲାଣ୍ଡ ଅଷ୍ଟ୍ରେଲିଆର ହର୍ଡ ଆଣ୍ଡ୍‌ ମାକ୍‌ଡୋନାଲ୍ଡ ଦ୍ୱୀପରେ ମଧ୍ୟ ୧୦% ଟାରିଫ୍‌ ଲଗାଇଛନ୍ତି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ କେହି ମଣିଷ ରୁହନ୍ତି ନାହିଁ। ଅଷ୍ଟ୍ରେଲୀୟ ଟେରିଟୋରିରେ ସାମିଲ ଥିବାରୁ ଟ୍ରମ୍ପ୍‌ଙ୍କ ଟାରିଫ୍‌ ତାଲିକାରେ ଏହି ଦ୍ୱୀପକୁ ଯୋଡ଼ା ଯାଇଛି ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି।
ଅଷ୍ଟ୍ରେଲୀୟ ସରକାରଙ୍କ ଦ୍ୱାରା ପରିଚାଳିତ ହର୍ଡ ଆଣ୍ଡ୍‌ ମାକ୍‌ଡୋନାଲ୍ଡ ଦ୍ୱୀପକୁ ପୃଥିବୀର ସବୁଠାରୁ ନିର୍ଜନ ସ୍ଥାନ କୁହାଯାଇଥାଏ। ଅଷ୍ଟ୍ରେଲିଆର ବାହ୍ୟ ଅଞ୍ଚଳରେ ଥିବା ଏହି ଦ୍ୱୀପରେ ମଣିଷ ରୁହନ୍ତି ନାହିଁ ବରଂ ଏହା ପେଙ୍ଗୁଇନ୍‌, ସିଲ୍‌ ପରି ବିଭିନ୍ନ ପ୍ରକାରର ପ୍ରଜାତିଙ୍କ ଆଶ୍ରୟସ୍ଥଳୀ। ହର୍ଡ ଆଣ୍ଡ୍‌ ମାକ୍‌ଡୋନାଲ୍ଡ ଦ୍ୱୀପର ଅଧିକାଂଶ ଅଞ୍ଚଳ ଗ୍ଲେସିୟର ଦ୍ୱାରା ଆଚ୍ଛାଦିତ। ଅଷ୍ଟ୍ରେଲିଆର ପଶ୍ଚିମ ଉପକୂଳରେ ଥିବା ପର୍ଥ ସହରରୁ ବୋଟ୍‌ ଯୋଗେ ଏହି ଦ୍ୱୀପରେ ପହଞ୍ଚିବାକୁ ପ୍ରାୟ ୨ ସପ୍ତାହ ଲାଗିବ। ତେବେ ଗତ ପ୍ରାୟ ଦଶନ୍ଧି ଧରି ଏହି ଦ୍ୱୀପରେ କୌଣସି ମଣିଷଙ୍କ ପାଦ ପଡ଼ିନାହିଁ।
ତେବେ ହର୍ଡ ଆଣ୍ଡ୍‌ ମାକ୍‌ଡୋନାଲ୍ଡ ଦ୍ୱୀପରେ ଟାରିଫ୍‌ ଲଗାଯିବାକୁ ନେଇ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଅଲ୍‌ବାନିଜ୍‌ ସମାଲୋଚନା କରି କହିଛନ୍ତି, ଏବେ ଏହି ପୃଥିବୀରେ କେହି ମଧ୍ୟ ସୁରକ୍ଷିତ ନୁହନ୍ତି। ତେବେ ଉକ୍ତ ଟାରିଫ୍‌ର ଜବାବରେ ପ୍ରତିକ୍ରିୟାଶୀଳ ହୋଇ ଅଷ୍ଟ୍ରେଲିଆ ଆମେରିକା ଉପରେ କୌଣସି ପାରସ୍ପରିକ ଶୁଳ୍କ ଲଗାଇବ ନାହିଁ ବୋଲି ସେ କହିଛନ୍ତି। ପ୍ରକାଶ ଯେ, ଟ୍ରମ୍ପ୍‌ ବୁଧବାର ହ୍ବାଇଟ ହାଉସରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରି ଆମେରିକା ପକ୍ଷରୁ ୧୮୦ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲାଗୁ କରାଯାଇଥିବା ନେଇ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

ଖୁସି ଖବର: ଭାରତ ପହଞ୍ଚିଲା ଆମେରିକାର LPG ଜାହାଜ, ପ୍ରଥମେ ରୁଷିଆ ତେଲ ଟ୍ୟାଙ୍କର ଆଉ ଏବେ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପରେ, ବିଶ୍ୱ ତୈଳ ସଙ୍କଟ ଆହୁରି ଘନିଷ୍ଠ ହୋଇଛି। ଇରାନର ହର୍ମୁଜ ପ୍ରଣାଳୀ ଉପରେ ପହରାଦେବା ଜାହାଜଗୁଡ଼ିକୁ ସମୁଦ୍ରରେ ରହିବାକୁ ବାଧ୍ୟ କରିଛି।…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

କ୍ୟୁବାରେ ଘୋଟିଗଲା ଘନ ଅନ୍ଧାର, ଦେଶବ୍ୟାପୀ ବ୍ଲାକ ଆଉଟ, ଏଥିପାଇଁ ଟ୍ରମ୍ପ ଦାୟୀ?

ହାଭାନା,୨୨।୩: ଶନିବାର ଦିନ, କ୍ୟୁବାର ସମ୍ପୂର୍ଣ୍ଣ ବିଦ୍ୟୁତ ଗ୍ରୀଡ ପୁଣି ଥରେ ଭାଙ୍ଗି ପଡ଼ିଲା, ଯାହା ଫଳରେ ସାରା ଦେଶରେ ପ୍ରାୟ ୧୧ ନିୟୁତ ଲୋକ ଅନ୍ଧାରରେ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri