ଟିକସ ଫାଙ୍କି: ଟ୍ରମ୍ପ୍‌ଙ୍କ କମ୍ପାନୀକୁ ୧.୬ ନିୟୁତ ଡଲାର ଜରିମାନା

ନ୍ୟୁୟର୍କ,୧୪ା୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କମ୍ପାନୀକୁ ଶୁକ୍ରବାର ଏକ ଅଦାଲତ ୧.୬ ନିୟୁତ ଡଲାର ଜରିମାନା ଆଦେଶ ଦେଇଛନ୍ତି। ଟ୍ରମ୍ପ ଅର୍ଗାନାଇଜେଶନର ଜଣେ ଶୀର୍ଷ ଏକ୍‌ଜିକ୍ୟୁଟିଭ୍‌ ଉଚ୍ଚ ଦରମା ନେଇ ବ୍ୟକ୍ତିଗତ ଆୟକର ଠକେଇ କରିଥିବା ଜଣାପଡ଼ିଥିଲା। ଷଡ଼ଯନ୍ତ୍ର ଓ ବିଜ୍‌ନେସ ରେକର୍ଡ ଜାଲିଆତି ସମେତ ୧୭ଟି ଟିକସ ଅପରାଧ ମାମଲାରେ ଟ୍ରମ୍ପ୍‌ ଅର୍ଗାନାଇଜେଶନକୁ ଜଜ୍‌ ଜୁଆନ୍‌ ମାନୁଏଲ୍‌ ମେର୍ଚାନ ଗତ ମାସରେ ଦଣ୍ଡିତ କରିଥିଲେ। ଏହି ମାମଲାରେ ଟ୍ରମ୍ପ୍‌ ନିଜେ ସମ୍ପୃକ୍ତ ନ ଥିଲେ। ତାଙ୍କ କର୍ମଚାରୀ ଟିକସ ଠକେଇ କରିଥିବା ମଧ୍ୟ ସେ ଜାଣି ନ ଥିବା କୁହାଯାଏ। ପୂର୍ବତନ ରାଷ୍ଟ୍ରପତି କିମ୍ବା ଟ୍ରମ୍ପ୍‌ ଅର୍ଗାନାଇଜେଶନକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିବା ତାଙ୍କ ଝିଅପୁଅ ଶୁଣାଣି ବେଳେ ଉପସ୍ଥିତ ନ ଥିଲେ।

Share