Categories: ଜାତୀୟ

୬ ବର୍ଷର ଆୟ ଉପରେ ଦେଇ ନ ଥିଲା ଟ୍ୟାକ୍ସ

ନୂଆଦିଲ୍ଲୀ,୨୪।୭: ଗତ ୬ ବର୍ଷରେ ଆୟ ହୋଇଥିବା ୭୦୦ କୋଟି ଟଙ୍କା ଉପରେ ଆୟକର ଦେଇ ନ ଥିଲା ଗଣମାଧ୍ୟମ ସଂସ୍ଥା ଦୈନିକ ଭାସ୍କର। ଷ୍ଟକ ମାର୍କେଟ ନିୟମ ମଧ୍ୟ ଭଙ୍ଗାଯାଇଥିଲା। ଦୈନିକ ଭାସ୍କର ଗ୍ରୁପ୍‌ ଉପରେ କରାଯାଇଥିବା ଚଢ଼ାଉରୁ ଆଇଟି ବିଭାଗକୁ ଏଭଳି ତଥ୍ୟ ମିଳିଛି।

ସର୍ଚ୍ଚ ବେଳେ ଜଣାପଡ଼ିଥିଲା ଯେ, କମ୍ପାନୀର କର୍ମଚାରୀଙ୍କ ନାମରେ ଅନେକ କମ୍ପାନୀ ପରିଚାଳନା କରୁଥିଲେ। ବୋଗସ ଖର୍ଚ୍ଚକୁ ଲୁଚାଇବା ପାଇଁ ଏଭଳି କରାଯାଇଥିଲା। କିଛି କର୍ମଚାରୀଙ୍କ ନାମକୁ ବିଭିନ୍ନ କମ୍ପାନୀର ଅଂଶୀଦାର ଓ ଡିରେକ୍ଟର୍ସ ଭାବେ ବ୍ୟବହୃତ କରାଯାଇଥିଲା। କିନ୍ତୁ ସେଭଳି କୌଣସି କମ୍ପାନୀ ସମ୍ପର୍କରେ ଜାଣି ନ ଥିବା କର୍ମଚାରୀମାନେ ଆଇଟି ବିଭାଗ ପକ୍ଷରୁ ବିବୃତିରେ କୁହାଯାଇଛି।

Share