ଟିକସ ସଂଗ୍ରହ ୨୨.୫% କମିଲା

ନୂଆଦିଲ୍ଲୀ,୧୭।୯: ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସ ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କ ମୋଟ ଟିକସ ସଂଗ୍ରହ ୨୨.୫% ହ୍ରାସ ଘଟିଛି। ସେପ୍ଟେମ୍ବର ୧୫ ସୁଦ୍ଧା ସରକାର ୨.୫୩ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ସକ୍ଷମ ହୋଇଛନ୍ତି। ଏହା ମଧ୍ୟରେ ଅଗ୍ରିମ ଟିକସ ମଧ୍ୟ ସାମିଲ ରହିଥିବା ଆୟକର ବିଭାଗ ମୁମ୍ବାଇ ଜୋନର ଜଣେ ଅଧିକାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ଗତ ବର୍ଷ ଏହି ସମୟ ଅବଧିରେ ୩.୨୭ ଲକ୍ଷ କୋଟି ଟଙ୍କାର ଟିକସ ସଂଗ୍ରହ ହୋଇଥିଲା। ଅପରପକ୍ଷରେ ଚଳିତ ତ୍ରୈମାସରେ କେତେ ପରିମାଣରେ ଅଗ୍ରିମ ଟିକସ ସଂଗ୍ରହ ହୋଇଛି ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ମିଳିଥିବା ତଥ୍ୟ ପ୍ରୋଭିଜନାଲ ହୋଇଥିବା ବେଳେ ବ୍ୟାଙ୍କଗୁଡିକ ଚୂଡାନ୍ତ ଡାଟାକୁ ଶୀଘ୍ର ଅପ୍‌ଡେଟ କରିବେ ବୋଲି ଜଣାପଡିଛି।
ସୂଚନା ମୁତାବକ, ଜୁନ ସୁଦ୍ଧା ମୋଟ ଟିକସ ସଂଗ୍ରହ ୩୧% କମିଛି। ସେହିଭଳି ଲକ୍‌ଡାଉନ ଯୋଗୁ ୭୬% ଅଗ୍ରିମ ଟିକସ ସଂଗ୍ରହ ହ୍ରାସ ହୋଇଥିବା ଆକଳନ କରାଯାଇଛି। ଜାତୀୟ ସ୍ତରରେ ବ୍ୟକ୍ତିଗତ ଆୟକର ସଂଗ୍ରହ ୧.୪୭ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ କର୍ପୋରେଶନ ଟିକସ ୯୯,୧୨୬ କୋଟି ଟଙ୍କା ରହିଛି। ଏହି ୨ ପ୍ରମୁଖ ସୂତ୍ରରୁ ମୋଟ ୨.୪୬ ଲକ୍ଷ କୋଟି ସଂଗ୍ରହ ହେବା ନେଇ ଆକଳନ କରାଯାଇଛି। ସାରା ଦେଶର ସଂଗ୍ରହ ହେଉଥିବା ଆୟକର ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଅଂଶ ମୁମ୍ବାଇ ଜୋନରୁ ହୋଇଥାଏ। ସାରା ଦେଶରେ ସଂଗ୍ରହ ୨୨.୫% କମିଥିବା ବେଳେ ଏହା ମୁମ୍ବାଇ ଅଞ୍ଚଳରେ ୧୩.୯% ଖସିବା ନେଇ ଆକଳନ କରାଯାଇଛି। ଏହି ଅଞ୍ଚଳରେ ଟିକସ ସଂଗ୍ରହ ସବୁଠାରୁ ପ୍ରଭାବିତ ସ୍ଥିତିରେ ରହିବା ଫଳରେ ୭୪,୭୮୯ କୋଟି ଟଙ୍କା ରହିଛି। ଏହା ମଧ୍ୟରେ ବ୍ୟକ୍ତିଗତ ଆୟକର ବାବଦ ୩୪,୮୦୮ କୋଟି ଏବଂ କର୍ପୋରେଟ ଟିକସ ବାବଦରେ ୩୨,୯୨୧ କୋଟି ଟଙ୍କା ସଂଗ୍ରହ କରାଯାଇଛି।
ସେହିଭଳି ପ୍ରମୁଖ ଟିକସ ସଂଗ୍ରହ ଜୋନ ମଧ୍ୟରୁ ବାଙ୍ଗାଲୋରରେ ୯.୯% ଟିକସ ସଂଗ୍ରହ ଅଭିବୃଦ୍ଧି ହୋଇଛି। ଗତ ବର୍ଷ ଏହି ଅବଧିରେ ବାଙ୍ଗାଲୋର ଜୋନରେ ୩୬,୯୮୬ କୋଟି ଟିକସ ସଂଗ୍ରହ ହୋଇଥିବା ବେଳେ ବର୍ତ୍ତମାନ ଏହା ୪୦,୬୬୫ କୋଟି ଟଙ୍କା ରହିଛି। କୋଚିରେ ଟିକସ ସଂଗ୍ରହ ସବୁଠାରୁ ନିମ୍ନରେ ରହିଛି। ଏଠାରେ ସଂଗ୍ରହ ୪୯% ହ୍ରାସ ପାଇ ୩,୨୧୪ କୋଟି ଟଙ୍କା ରହିଥିବା ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri