ଟାଟୁରୁ ହୋଇପାରେ ରକ୍ତ କର୍କଟ

ଟାଟୁରୁ ଲିମ୍ଫୋମା ବ୍ଲଡ୍‌ କ୍ୟାନ୍‌ସର ବା ରକ୍ତ କର୍କଟ ହୋଇପାରେ ବୋଲି ସ୍ବିଡେନ୍‌ରେ କରାଯାଇଥିବା ଏକ ଷ୍ଟଡିରୁ ଜଣାପଡିଛି। ୧୦ବର୍ଷ ଧରି ହୋଇଥିବା ଏହି ଗବେଷଣା ଅନୁଯାୟୀ, ୨୧% ଲୋକଙ୍କ କ୍ଷେତ୍ରରେ ଟାଟୁ ଯୋଗୁ ରକ୍ତ କର୍କଟ ହୋଇଥିବା ଆଶଙ୍କା କରାଯାଉଛି। ଟାଟୁରେ ବ୍ୟବହାର କରାଯାଉଥିବା ସ୍ୟାହି ଓ ରଙ୍ଗରେ ଥିବା କେମିକାଲ ଚର୍ମ ଦେଇ ସିଧା ରକ୍ତରେ ମିଶିଥାଏ। ଫଳରେ ଶରୀରରେ ରୋଗ ପ୍ରତିରୋଧକ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ। ଶରୀର ଭିତରେ କୌଣସି ବାହ୍ୟ ପଦାର୍ଥ ବା ଫରେନ୍‌ବଡି ପ୍ରବେଶ କଲେ ରୋଗ ପ୍ରତିରୋଧକ ସିଷ୍ଟମ ତାହାକୁ ବାହାର କରିଦେବାକୁ ଚେଷ୍ଟା କରିଥାଏ। କିନ୍ତୁ ଟାଟୁ କେମିକାଲରୁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଥିବାରୁ କର୍କଟ ଭଳି ବହୁ ମାରାତ୍ମକ ରୋଗ ହେବା ଆଶଙ୍କା ଅଧିକ ରହିଛି ବୋଲି ଉଲ୍ଲେଖ କରାଯାଇଛି। ତେବେ ଗବେଷଣାକାରୀଙ୍କ ମତରେ ଏନେଇ ଆହୁରି ଅଧ୍ୟୟନ ଜାରି ରହିଛି। ଟାଟୁ ସହିତ କ୍ୟାନ୍‌ସର ସିଧାସଳଖ ସମ୍ପର୍କ ଥିବା ଏ ଯାଏ ପ୍ରମାଣିତ ହୋଇ ନ ଥିଲେ ମଧ୍ୟ ପରୋକ୍ଷ ସମ୍ପର୍କକୁ ଏଡାଯାଇ ପାରିବ ନାହିଁ ବୋଲି ବିଶେଷଜ୍ଞ ମତ ରଖିଛନ୍ତି। ତେବେ ଓଡ଼ିଶାର କେତେଜଣ ଟାଟୁ ଆର୍ଟିଷ୍ଟ ଓ ଡାକ୍ତର ଏହି ଗବେଷଣାକୁ ଏଡାଇ ନ ଥିଲେ ମଧ୍ୟ ଏଭଳି ଆଶଙ୍କାରୁ ଦୂରେଇ ରହିବାକୁ କେତେକ ପରାମର୍ଶ ଦେଇଛନ୍ତି।

ପେସାଦାର ଆର୍ଟିଷ୍ଟଙ୍କ ପାଖରେ ଟାଟୁ କଲେ ଭୟ ନାହିଁ
ଟାଟୁ କରାଇବା ଆଗରୁ ସବୁ ପ୍ରକାର ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ବିଶେଷକରି ଯେଉଁମାନେ ଟାଟୁ କରୁଛନ୍ତି, ଶସ୍ତା ନ ଖୋଜି ପେସାଦାର ଆର୍ଟିଷ୍ଟଙ୍କ ପାଖେ ଟାଟୁ କରାଇବା ଆବଶ୍ୟକ। ଆଜି ବି ଯେକୌଣସି ମେଳା ଯାଆନ୍ତୁ ଦେଖିବେ ଟାଟୁ ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗୁଥିବ। ସେଠି ଛୁଞ୍ଚି ପରିବର୍ତ୍ତନ ହେଉଛି କି ନାହିଁ, କେଉଁ ଇଙ୍କ୍‌ ବ୍ୟବହାର କରାଯାଉଛି ତାହା ଲୋକେ ଦେଖୁନାହାନ୍ତି। ଗ୍ଲୋବ୍‌ ପିନ୍ଧା ନାହିଁ, ସଫାସୁତରା କିଛି ନ ଥିବ, ସେଠି ଲୋକ ଟାଟୁ କରୁଛନ୍ତି। ତେଣୁ ଏଭଳି କ୍ଷେତ୍ରରେ ନିହାତି କ୍ୟାନ୍ସର ହେବ, ଏଥିରେ ଦ୍ୱିମତ ନାହିଁ।
-ରକିରଞ୍ଜନ ବିଶୋଇ, ଟାଟୁ ଆର୍ଟିଷ୍ଟ

ସତର୍କ ରହିଲେ କୌଣସି ରୋଗର ସମ୍ଭାବନା ନାହିଁ
ଆମେ ସ୍କିନ୍‌ର ୨ଟା ଲେୟାର ପର୍ଯ୍ୟନ୍ତ ଟାଟୁ କରୁଛୁ। ରକ୍ତକୁ ନିଡଲ୍ସ ଇନଜେକ୍ଟ ହେଉନି। ସେଥିପାଇଁ କ୍ୟାନ୍ସର ହେବାର ସେମିତି କୌଣସି ଚାନ୍ସ ନାହିଁ। ଏହି ସବୁ ମିଥ୍‌। ଏବେ ତ ଲେଜର ଟ୍ରିଟ୍‌ମେଣ୍ଟ କରି ଟାଟୁ ରିମୁଭ କରାଯାଉଛି। ଯେଉଁମାନେ ଟାଟୁ କରୁଛନ୍ତି, ସେମାନେ ସତର୍କ ହୋଇ କରିବା ଦରକାର। ତା’ ଛଡ଼ା କିଏ କେଉଁ ଭଳି ଇଙ୍କ ବ୍ୟବହାର କରୁଛି ସେ ଉପରେ ବିଶେଷ ଧ୍ୟାନ ଦେବା ଦରକାର। ଏସବୁ ହେଲେ ରକ୍ତ କର୍କଟ କ’ଣ କୌଣସି ରୋଗ ହେବାର ସମ୍ଭାବନା ନାହିଁ।
-ସତିଶ କୁମାର ପାତ୍ର, ଟାଟୁ ଆର୍ଟିଷ୍ଟ

ଉପଯୁକ୍ତ ପ୍ରାକ୍‌ ସାବଧାନତା ଅବଲମ୍ବନ ଜରୁରୀ
ଟାଟୁ ଇଣ୍ଡଷ୍ଟ୍ରି ବହୁତ ପୁରୁଣା। ଓଡ଼ିଶାରେ ଆଜି ଯାଏ କ୍ୟାନ୍‌ସର ଭଳି କୌଣସି ଘଟଣା ଘଟିନାହିଁ। ତା’ମାନେ ନୁହେଁ ଯେ ହେବନି। ଯଦି ଉପଯୁକ୍ତ ପ୍ରାକ୍‌ ସାବଧାନତା ଅବଲମ୍ବନ ନ କରାଯାଏ ତା’ହେଲେ ଏଭଳି ଘଟିବାର ସମ୍ଭାବନା ରହିଛି। ଉଭୟ ଆର୍ଟିଷ୍ଟ ଓ ଟାଟୁ କରୁଥିବା ଲୋକଙ୍କୁ ସଚେତନ ରହିବାକୁ ପଡ଼ିବ। ଶସ୍ତାରେ ହୋଇଯିବ ବୋଲି ଭାବି ଯେଉଁଠି ପାର ସେଇଠି କରିବା ଉଚିତ ନୁହେଁ।
-ତାପସ ରଞ୍ଜନ,ଟାଟୁ ଆର୍ଟିଷ୍ଟ

ଇନ୍‌ଷ୍ଟ୍ରକ୍ସନ ନ ମାନିଲେ ଫୁଲିବା, କୁଣ୍ଡାଇ ହୋଇଥାଏ
କେବେଠୁ ତ ଲୋକେ ଟାଟୁ କରୁଛନ୍ତି। ଆଉ କ୍ୟାନ୍ସର ହେଲା ଭଳି କୌଣସି ଘଟଣା ଏ ଯାଏ ଶୁଣିବାକୁ ମିଳିନି। ବେଳେବେଳେ ଟାଟୁ କରିଥିବା ବ୍ୟକ୍ତି ଯାହା ଇନଷ୍ଟ୍ରକ୍ସନ ଦିଆଯାଇଥାଏ ନ ମାନିଲେ ଟାଟୁ କରିଥିବା ସ୍ଥାନ ଫୁଲିବା ନ ହେଲେ କୁଣ୍ଡାଇ ହେବା ଭଳି ସମସ୍ୟା ଆସେ। ମାତ୍ର କୌଣସି ବଡ଼ ଘଟଣା ଘଟିନି। ସେହିପରି ବଜାରରେ ନିଡଲ୍ସ ମଧ୍ୟ ୫୦୦ରୁ ୫୦୦୦ ମଧ୍ୟରେ ଆସୁଛି। ତେଣୁ ଯେତେ ସତର୍କ ହୋଇ କରିବେ ଭଲ।
-ଲୋକନାଥ ବାରିକ, ଟାଟୁ ଆର୍ଟିଷ୍ଟ

ଅନ୍ୟ କ୍ୟାନ୍‌ସର ମଧ୍ୟ କରାଇପାରେ
ଟାଟୁକୁ ନେଇ ବିଭିନ୍ନ ସମୟରେ ଅନେକ ରିପୋର୍ଟ ପ୍ରକାଶ ପାଇଛି। ଟାଟୁରେ ବ୍ୟବହାର ହେଉଥିବା ଇଙ୍କରେ ମର୍କୁରି, ଲିଡ୍‌, କାର୍ଡମିୟମ ରହୁଛି। ଏହା ଶରୀରକୁ ପ୍ରବେଶ କଲେ ଡିଏନ୍‌ଏକୁ ଆଗ ଡ୍ୟାମେଜ କରେ। ପରେ ପରେ ଏହା ଲିଭର୍‌କୁ ମଧ୍ୟ ଆଫେକ୍ଟ କରେ। ଟାଟୁ ସ୍କିନ୍‌ରେ ହେଉଛି ବୋଲି କେବଳ ସ୍କିନ କି ବ୍ଲଡ୍‌ କ୍ୟାନ୍ସର ହେବ ଏହାର କୌଣସି ନିର୍ଦ୍ଦିଷ୍ଟତା ନାହିଁ। ଏହାର ନାନୋ ପାର୍ଟିକିଲ୍‌ସ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ଅନ୍ୟ କ୍ୟାନ୍ସର ମଧ୍ୟ କରାଇପାରେ।
-ନିରୋଜ କୁମାର ମିଶ୍ର, ସ୍ବାସ୍ଥ୍ୟ ବିଶେଷଜ୍ଞ


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri