Posted inଜାତୀୟ

ହତ୍ୟାକାରୀଙ୍କୁ ଧରାପକାଇ ଦେଲା ଟାଟୁ

ଥାଣେ,୧୬।୯: ନବି ମୁମ୍ବାଇରେ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବାର ଦିନକ ପରେ ଟାଟୁ କାରଣରୁ ମୃତକଙ୍କ ପରିଚୟ ମିଳିଛି। କଟା ହାତରେ ଥିବା ଟାଟୁ ସହାୟତାରେ ଅଭିଯୁକ୍ତଙ୍କୁ ହତ୍ୟା ପାଇଁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ଗୁରୁବାର କୁହାଯାଇଛି। ଅଭିଯୁକ୍ତ ସୁମିତକୁମାର ହରିଶକୁମାର ଚୌହାନ (୨୭) ରବୀନ୍ଦ୍ର ରମେଶ ମୋନ୍‌ଦୋତିୟା (୩୦)ଙ୍କୁ ନିର୍ମମ ଭାବେ ହତ୍ୟା କରିବା କରିଥିଲେ। ତା’ ପରେ ମୃତଦେହକୁ କାଟି କିଛି ଦିନ ତଳେ ପକାଇ ଦେଇଥିଲେ ନବି ମୁମ୍ବାଇରେ।

ନବି ମୁମ୍ବାଇର ବରିଷ୍ଠ ପୋଲିସ ଅଧିକାରୀ ବିପିନ କୁମାର ସିଂ ଗଣମାଧ୍ୟମକୁ କହିଛନ୍ତି, ଗତ ୧୨ ତାରିଖରେ ନବି ମୁମ୍ବାଇର ବାଶି ଏପିଏମ୍‌ସି ଅଞ୍ଚଳରୁ ମିଳିଥିଲା ଦୁଇ ହାତ, ଗୋଡ଼ ସମେତ ଶରୀରର ବିଭିନ୍ନ କଟା ଅଙ୍ଗ ଭର୍ତ୍ତି ପ୍ଲାଷ୍ଟିକ ବ୍ୟାଗ। ମୁଣ୍ଡ ନ ମିଳିବାରୁ ପୋଲିସ ପାଇଁ ପୀଡ଼ିତଙ୍କ ପରିଚୟ ଜାଣିବା ସହଜ ନ ଥିଲା। ମୃତକଙ୍କ କଟା ହାତରେ ଥିଲା ଦୁଇଟି ଟାଟୁ। ଗୋଟିଏରେ ‘ରବୀନ୍ଦ୍ର’ ନାମ ଲେଖାଥିଲା ବେଳେ ଅନ୍ୟଟି ଥିଲା ଭଗବାନ ହନୁମାନଙ୍କ ଚିତ୍ର। ମୃତକଙ୍କ ପରିଚୟ, ଶରୀରର ଅନ୍ୟ ଅଙ୍ଗ ଖୋଜିବା ଓ ହତ୍ୟାକାରୀଙ୍କୁ ଧରିବା ଆମ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲା। ମୃତକଙ୍କ ପରିଚୟ ଜାଣିବା ପାଇଁ ଗଠନ କରାଯାଇଥିଲା ପୋଲିସ ଟିମ୍‌।

ପୋଲିସ ଦଳକୁ ଥାଣେ, ରାଇଗଡ଼, ମୁମ୍ବାଇ ଓ ନବି ମୁମ୍ବାଇ ପଠାଯାଇଥିଲା। ୧୦୦ ନିଖୋଜ ବ୍ୟକ୍ତିଙ୍କ ସହ ମୃତଦେହର ତଥ୍ୟକୁ ତୁଳନା କରାଯାଇଥିଲା। ତଦନ୍ତ ବେଳେ ସାମ୍ନାକୁ ଆସିଥିଲା ରବୀନ୍ଦ୍ର ମାନଦୋତିୟା ନାମକ ଜଣେ ସୁଇପର ନିଖୋଜ ଥିବା ଘଟଣା। ଏ ନେଇ କୋପାଖଇର୍ନେ ଥାନାରେ ଅଭିଯୋଗ କରିଥିଲେ ତାଙ୍କ ପରିବାରବର୍ଗ। ଅଭିଯୋଗକାରୀ ମୃତଦେହ ଚିହ୍ନଟ କରିବା ପରେ ସିସିଟିଭି ସମେତ ବିଭିନ୍ନ ଦିଗରେ ତଦନ୍ତ କରି ଅଭିଯୁକ୍ତ ଚୌହାନଙ୍କୁ ଧରିଥିଲା ପୋଲିସ।

ପଚରାଉଚୁରା ବେଳେ ପୀଡ଼ିତଙ୍କ ସହ ଟଙ୍କାକୁ ବିବାଦ ଥିବା ଚୌହାନ କହିଥିଲେ। ଏଥିଯୋଗୁ ଗତ ୯ ତାରିଖରେ ରବୀନ୍ଦ୍ରଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହକୁ କାଟି ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ଏପିଏମ୍‌ସି ଅଞ୍ଚଳରେ ଫିଙ୍ଗି ଦେଇଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri