Categories: ଫୁରସତ

ପ୍ରାଣୀଙ୍କ ଚିତାଭସ୍ମରେ ଟାଟୁ

ୱାଶିଂଟନ: ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି, ଯେଉଁମାନଙ୍କ ଅଜବ ଇଚ୍ଛା ରହିଥାଏ। ଆମେରିକା ଫ୍ଲୋରିଡାରେ ରହୁଥିବା ଜଣେ ୩୦ ବର୍ଷୀୟା ମହିଳା ଆଲେକଜେଣ୍ଡ୍ରା ଏସ୍‌ ତାଙ୍କ ଦେହରେ ଟାଟୁ କରୁଛନ୍ତି। ହେଲେ ଏହା କୌଣସି ପାରମ୍ପରିକ ଟାଟୁ ନୁହେଁ, ବରଂ ପାଳିତ ପ୍ରାଣୀଙ୍କ ଚିତାଭସ୍ମରୁ ସେ ଏହାକୁ ପ୍ରସ୍ତୁତ କରିଛନ୍ତି। ଏବେ ତାଙ୍କ ଶରୀରରେ ୩୦ଟି ଟାଟୁ ରହିଛି। ସମସ୍ତ ଟାଟୁ ବିଭିନ୍ନ ପ୍ରାଣୀଙ୍କ ଚିତାଭସ୍ମରେ କରାଯାଇଛି। ଆଲେକଜେଣ୍ଡ୍ରା ପ୍ରାଣୀ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ୧୮ ବର୍ଷ ହୋଇଥିବାବେଳେ
ଏକ ଝିଟିପିଟିର ମୃତ୍ୟୁ ଘଟିଥିଲା।
ଉକ୍ତ ଝିଟିପିଟିର ସ୍ମୃତିରେ ତାହାର ଚିତାଭସ୍ମରେ ଆଲେକଜେଣ୍ଡ୍ରା ନିଜ ଶରୀରରେ ଏକ ଝିଟିପିଟି ଟାଟୁ କରିଥିଲେ। ସେବେଠାରୁ ଏହା ତାଙ୍କ ନିଶାରେ ପରିଣତ ହୋଇଛି। ଏବେ ତାଙ୍କ ଶରୀରରେ ବିଭିନ୍ନ ପ୍ରାଣୀଙ୍କ ଟାଟୁ ରହିଛି।

Share