Categories: ଫୁରସତ

ଏମିତି ଟାଟୁ କରି ଚର୍ଚ୍ଚାରେ ଏହି ଯୁବତୀ, ହାତରେ ଲେଖିଛନ୍ତି…

ସାଧାରଣତଃ ଯୁବପିଢ଼ିଙ୍କୁ ବର୍ତ୍ତମାନ ଟାଟୁ ମାନିଆ ଘାରିଛି। ସବୁଦିନେ କିଛି ନା କିଛି ଅଜବ ଟାଟୁକୁ ନେଇ ଚର୍ଚ୍ଚା ହୋଇଥାଏ। କେଉଁଠି ଟାଟୁର ସ୍ଥାନକୁ ନେଇ ତ ଆଉ କେଉଁଠି ଟାଟୁର ରଙ୍ଗକୁ ନେଇ। ଏହି ସମୟରେ ଏମିତି ଟାଟୁ ଚର୍ଚ୍ଚାକୁ ଆସିଛି। ଯେଉଁଠି ଜଣେ ଯୁବତୀ ନିଜ ହାତରେ ଅଜବ ଟାଟୁ କରିଛନ୍ତି। ଏଥିରେ ଲେଫ୍ଟ ଏବଂ ରାଇଟ୍‌ ବା ବାମ ଡାହାଣ ଲେଖିଛନ୍ତି।

ଅଷ୍ଟ୍ରେଲିଆର କାନବେରାର ଡିକୋଡିଆ ନାମକ ଜଣେ ଛାତ୍ରୀ ନିଜର ବାମ ହାତରେ ଏଲ୍‌ ଏବଂ ଡାହାଣ ହାତରେ ଆର୍‌ ଲେଖିଛନ୍ତି। ଏ ସମ୍ପର୍କରେ ଟାଟୁ ଆର୍ଟିଷ୍ଟ ଲରିନ୍‌ ବିଞ୍ଜର ତାଙ୍କ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। କାରଣ ଡିକୋଡିଆ ବାମ କେଉଁଟା ଡାହାଣ କେଉଁଟା ସବୁବେଳେ ଭୁଲି ଯାଉଥିଲେ। ତେଣୁ ଏହି ଭ୍ରମ ଦୂର ପାଇଁ ସେ ଏପରି ଟାଟୁ କରିଥିଲେ। ଡିକୋଡିଆ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଟାଟୁ କରିଛନ୍ତି। ତାଙ୍କ ଇନ୍‌ଷ୍ଟାଗ୍ରାମ ଫଟୋ ଦେଖିଲେ ଲାଗିବ ଯେମିତି ଟାଟୁ ପ୍ରତି ତାଙ୍କ ଖୁବ୍‌ ଦୁର୍ବଳତା ରହିଛି। ଡିକୋଡିଆ ସବୁବେଳେ ତାଙ୍କର ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ବିଶେଷକରି ତାଙ୍କ ଟାଟୁକୁ ନେଇ ଖୁବ୍‌ ଚର୍ଚ୍ଚା ହୁଏ।

Share