ଏୟାର ଇଣ୍ଡିଆକୁ କିଣିବ ଟାଟା

ନୂଆଦିଲ୍ଲୀ,୨।୧୦: କ୍ଷତିରେ ଚାଲିଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ଘରୋଇକରଣ ପ୍ରକ୍ରିୟାକୁ କେନ୍ଦ୍ର ସରକାର ତ୍ୱରାନ୍ବିତ କରିଛନ୍ତି। ଏହି କମ୍ପାନୀର ନିଲାମ ପ୍ରକ୍ରିୟାରେ ଦେଶର ପ୍ରମୁଖ ବାଣିଜି୍ୟକ ଗ୍ରୁପ ଟାଟା ଭାଗ ନେଇଥିବା ବେଳେ ବିଡ୍‌ ଲାଗି ଏହା ଆଗରେ ରହିଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଏୟାର ଇଣ୍ଡିଆ ପୁଣି ଥରେ ଟାଟା ନିକଟକୁ ଫେରିବ ବୋଲି ଆଶା କରାଯାଉଛି। ଏୟାର ଇଣ୍ଡିଆ ଲାଗି ଟାଟାସନ୍ସ ବିଡ୍‌ ଲାଭ କରିଥିବା ବ୍ଲୁମବର୍ଗ ନ୍ୟୁଜ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, ବିଡ୍‌ରେ ଟାଟା ଆଗୁଆ ରହିଛି। ଏହି କମ୍ପାନୀ ସର୍ବୋଚ୍ଚ ବିଡ୍‌ ଦାଖଲ କରିଥିବା ମଧ୍ୟ ଉଲ୍ଲେଖ ରହିଛି। ଉକ୍ତ ବିମାନ କମ୍ପାନୀର ମାଲିକାନା କାହା ନିକଟକୁ ଯିବ ସେ ନେଇ ଆଗାମୀ କିଛି ଦିନରେ ସରକାର ଚୂଡାନ୍ତ ଘୋଷଣା କରିବେ ବୋଲି ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି।
ରିପୋର୍ଟ ମୁତାବକ, ଡିସେମ୍ବର ଶେଷ ସୁଦ୍ଧା ଏୟାର ଇଣ୍ଡିଆକୁ ଏହାର ନୂଆ ମାଲିକଙ୍କ ହାତକୁ ହସ୍ତାନ୍ତର କରିବାକୁ ସରକାର ଯୋଜନା ରଖିଛନ୍ତି। ଏହି ଡିଲ୍‌ ନେଇ ଚୂଡାନ୍ତ ମଞ୍ଜୁରୀ ମଧ୍ୟ ଲୋଡ଼ା ପଡ଼ିବ। ନିର୍ଦ୍ଦିଷ୍ଟ ବିକଳ୍ପ ବ୍ୟବସ୍ଥା ଦ୍ୱାରା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ପ୍ରମୁଖଙ୍କୁ ନେଇ ଗଠିତ ମନ୍ତ୍ରୀ ଗୋଷ୍ଠୀ ଏବଂ ଚୂଡାନ୍ତ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ଆବଶ୍ୟକ ହେବ। କେନ୍ଦ୍ର ସରକାରଙ୍କ ବିନିବେଶ କାର୍ଯ୍ୟକ୍ରମ ଦାୟିତ୍ୱରେ ରହିଥିବା ରାଷ୍ଟ୍ରାୟତ୍ତ ସମ୍ପତ୍ତି ଏବଂ ପରିଚାଳନା ବିଭାଗ (ଦୀପମ୍‌)ର ସଚିବ ତୁହୀନକାନ୍ତ ପାଣ୍ଡେ କହିଛନ୍ତି, ଏ ସଂକ୍ରାନ୍ତ ଚୂଡାନ୍ତ ନିଷ୍ପତ୍ତି ଏବେ ଯାଏ ଆସିନାହିଁ। ଏୟାର ଇଣ୍ଡିଆ ବିଡ୍‌ ହାସଲ କରିବା ନେଇ ମିଡିଆରେ ଯେଉଁ ରିପୋର୍ଟ ଆସିଛି ତାହା ସତ୍ୟ ନୁହେଁ। ସରକାର ଏହି ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ନେବା ଏବେ ଯାଏ ବାକି ରହିଛି। ତେବେ ଏହି ପ୍ରସଙ୍ଗରେ ଟାଟା ସନ୍ସର ଉତ୍ତର ଲୋଡ଼ାଯାଇଥିଲେ ମଧ୍ୟ ଏହା ମିଳିପାରିନାହିଁ।
ଟାଟା ଗ୍ରୁପ ଏହି ନିଲାମ ପ୍ରକ୍ରିୟାରେ ଭାଗ ନେଇଛି। କମ୍ପାନୀ ରଖିଥିବା ସର୍ତ୍ତକୁ ସରକାର ଯଦି ଗ୍ରହଣ କରନ୍ତି, ତେବେ ଏୟାର ଇଣ୍ଡିଆ ଋଣର ସର୍ବାଧିକ ୧୫% ଅଂଶ ମଧ୍ୟ ଗ୍ରହଣ କରିବ। ଏ ନେଇ ଟାଟା ସରକାରଙ୍କୁ ପ୍ରସ୍ତାବ ଦେଇଥିବା ଚର୍ଚ୍ଚା ହେଉଛି। ତେବେ ଏହି ପ୍ରସ୍ତାବ ନେଇ କିଛି ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। କାରଣ ସରକାର କିମ୍ବା ଟାଟାସନ୍ସ ପକ୍ଷରୁ ଏ ନେଇ କିଛି ସ୍ପଷ୍ଟ କରାଯାଇନାହିଁ। ଉଲ୍ଲେଖଯୋଗ୍ୟ, ଏୟାର ଇଣ୍ଡିଆ ସହ ଟାଟାର ଏକ ଦୀର୍ଘ ଇତିହାସ ରହିଛି। ଜେଆର୍‌ଡି ଟାଟା ୨ ଲକ୍ଷ ଟଙ୍କାର ମୂଳ ପୁଞ୍ଜିରେ ଏହାକୁ ଆରମ୍ଭ କରିଥିଲେ। ୧୯୩୨ରେ ଏହା ସେବା ଆରମ୍ଭ କରିଥିଲା। ୧୯୫୩ରେ ଏହାକୁ ଜାତୀୟକରଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri