Categories: ବାଣିଜ୍ୟ

ଫୋର୍ଡ ପ୍ଲାଣ୍ଟ ଅଧିଗ୍ରହଣ କରିବ ଟାଟା

ନୂଆଦିଲ୍ଲୀ,୩୧ା୧୨: ମୋଟରଯାନ ନିର୍ମାଣ କ୍ଷେତ୍ରରେ ଦେଶର ଅଗ୍ରଣୀ ସଂସ୍ଥା ଟାଟା ମୋଟର୍ସ ଆସନ୍ତା ୧୦ ଜାନୁୟାରୀ ସୁଦ୍ଧା ଗୁଜରାଟସ୍ଥିତ ଫୋର୍ଡ ଇଣ୍ଡିଆର ସାନନ୍ଦ ପ୍ଲାଣ୍ଟକୁ ଅଧିଗ୍ରହଣ କରିବ। ଏ ନେଇ ଶୁକ୍ରବାର ଟାଟା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଅଗଷ୍ଟରେ ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍‌ ମୋବିଲିଟି ଲିମିଟେଡ୍‌ (ଟିପିଇଏମ୍‌ଏଲ୍‌) ଗୁଜରାଟଠାରେ ଥିବା ଫୋର୍ଡ ଇଣ୍ଡିଆର ସାନନ୍ଦ ପ୍ଲାଣ୍ଟକୁ ଅଧିଗ୍ରହଣ କରିବ ବୋଲି କହିଥିଲା। ଏଥିରେ ପ୍ରାୟ ୭୨୫.୭ କୋଟି ଟଙ୍କା ବିନିଯୋଗ କରାଯିବାକୁ ନିଷ୍ପତ୍ତି ହୋଇଛି। ଦେଶରେ ବୈଦ୍ୟୁତିକ ଯାନ ବ୍ୟବସାୟ ବଜାର ବୃଦ୍ଧି ଘଟିଛି। ଏହି ଅଧିଗ୍ରହଣ କମ୍ପାନୀକୁ ଆଗକୁ ନେବାରେ ସହାୟତା କରିବ ବୋଲି ଟାଟା ମୋଟର୍ସ ପକ୍ଷରୁ କୁହାଯାଇଛି।

Share