ଓଡ଼ିଶାରେ ଟାଟା ଷ୍ଟିଲ୍‌ର ଅତ୍ୟାଧୁନିକ ସିସିସି

ଭୁବନେଶ୍ୱର,୩।୭: ଟାଟା ଷ୍ଟିଲ୍‌ର ଅତ୍ୟାଧୁନିକ ତଥା ସର୍ବପ୍ରଥମ ସମ୍ପୂର୍ଣ୍ଣ ସ୍ବୟଂକ୍ରୀୟ ନିର୍ମାଣ ସର୍ଭିସ୍‌ ସେଣ୍ଟର୍‌ (ସିସିସି) ଓଡ଼ିଶାର କଟକ ଜିଲା ଅନ୍ତର୍ଗତ ଟାଙ୍ଗିଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଟାଟା ଷ୍ଟିଲ୍‌ର ଚେୟାରପର୍ସନ (ମାର୍କେଟିଂ ଏବଂ ସେଲ୍‌ସ ଓ ଲଙ୍ଗ ପ୍ରଡକ୍ଟସ୍‌ ବିଭାଗ) ଆଶିଷ ଅନୁପମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, କମ୍ପାନୀର ଚ୍ୟାନେଲ୍‌ ପାର୍ଟନର ସାଗର ବିଜ୍‌ନେସ ପ୍ରାଇଭେଟ୍‌ ଲିମିଟେଡ୍‌ ଆନୁକୂଲ୍ୟରେ ଉକ୍ତ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ବିଶେଷ କରି ୧୧ ଏକର ପରିବ୍ୟାପ୍ତ ଅଞ୍ଚଳରେ ଉକ୍ତ ସିସିସି କାର୍ଯ୍ୟକ୍ଷମ ହେବ। ଏପରିକି ଏହି ଅତ୍ୟାଧୁନିକ ସ୍ବୟଂକ୍ରୀୟ ମାନୁଫାକଚରିଂ ସୁବିଧା ସହିତ କଟ୍‌ ଆଣ୍ଡ୍‌ ବେଣ୍ଡ୍‌ ରିବାର, କପଲର୍‌ ଥ୍ରେଡିଂ ଓ ୱେଲ୍‌ଡେଡ୍‌ ଓୟାର ମେସ୍‌ ଉପତ୍ାଦନ ଲାଗି ଉକ୍ତ କେନ୍ଦ୍ରର କ୍ଷମତା ୩୦୦୦ ଟିପିଏମ୍‌ (ମାସ ପିଛା ଟନ୍‌) ରହିଛି। ଏ ସମ୍ପର୍କରେ ଆଶିଷ ଅନୁପମ କହିଛନ୍ତି, ଓଡ଼ିଶାରେ ଏଭଳି ଏକ ଅତ୍ୟାଧୁନିକ ସୁବିଧା କେନ୍ଦ୍ରର ସ୍ଥାପନ କରି ଆମେ ବେଶ୍‌ ଉତ୍ସାହୀ ଅଛୁ। ଏପରିକି କମ୍ପାନୀ ସାଗର ବିଜନେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସହ ସହଭାଗିତା ସ୍ଥାପନ କରିଥିବାରୁ ଆମେ ଉତ୍ସାହିତ ଓ ଏହା ଜରିଆରେ ଆମେ ଦୀର୍ଘସ୍ଥାୟିତ୍ୱ, ସୂକ୍ଷ୍ମ, ଗୁଣାତ୍ମକ ଓ ଦ୍ରୁତ ନିର୍ମାଣର ଏକ ନୂତନ ଯୁଗର ମୂଳଦୁଆ ସ୍ଥାପନ କରିଛୁ। ଅପରପକ୍ଷରେ ଭୁବନେଶ୍ୱରରେ ଏକ ଗ୍ରାହକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ଭିତ୍ତିଭୂମି, ଗୃହ ଓ ବାଣିଜ୍ୟ ଏବଂ ଶିଳ୍ପ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସହିତ ୬୦ରୁ ଅଧିକ ଗ୍ରାହକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri