ଓଡ଼ିଶାରେ ଟାଟା ଷ୍ଟିଲ୍‌ର ଅତ୍ୟାଧୁନିକ ସିସିସି

ଭୁବନେଶ୍ୱର,୩।୭: ଟାଟା ଷ୍ଟିଲ୍‌ର ଅତ୍ୟାଧୁନିକ ତଥା ସର୍ବପ୍ରଥମ ସମ୍ପୂର୍ଣ୍ଣ ସ୍ବୟଂକ୍ରୀୟ ନିର୍ମାଣ ସର୍ଭିସ୍‌ ସେଣ୍ଟର୍‌ (ସିସିସି) ଓଡ଼ିଶାର କଟକ ଜିଲା ଅନ୍ତର୍ଗତ ଟାଙ୍ଗିଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଟାଟା ଷ୍ଟିଲ୍‌ର ଚେୟାରପର୍ସନ (ମାର୍କେଟିଂ ଏବଂ ସେଲ୍‌ସ ଓ ଲଙ୍ଗ ପ୍ରଡକ୍ଟସ୍‌ ବିଭାଗ) ଆଶିଷ ଅନୁପମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, କମ୍ପାନୀର ଚ୍ୟାନେଲ୍‌ ପାର୍ଟନର ସାଗର ବିଜ୍‌ନେସ ପ୍ରାଇଭେଟ୍‌ ଲିମିଟେଡ୍‌ ଆନୁକୂଲ୍ୟରେ ଉକ୍ତ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ବିଶେଷ କରି ୧୧ ଏକର ପରିବ୍ୟାପ୍ତ ଅଞ୍ଚଳରେ ଉକ୍ତ ସିସିସି କାର୍ଯ୍ୟକ୍ଷମ ହେବ। ଏପରିକି ଏହି ଅତ୍ୟାଧୁନିକ ସ୍ବୟଂକ୍ରୀୟ ମାନୁଫାକଚରିଂ ସୁବିଧା ସହିତ କଟ୍‌ ଆଣ୍ଡ୍‌ ବେଣ୍ଡ୍‌ ରିବାର, କପଲର୍‌ ଥ୍ରେଡିଂ ଓ ୱେଲ୍‌ଡେଡ୍‌ ଓୟାର ମେସ୍‌ ଉପତ୍ାଦନ ଲାଗି ଉକ୍ତ କେନ୍ଦ୍ରର କ୍ଷମତା ୩୦୦୦ ଟିପିଏମ୍‌ (ମାସ ପିଛା ଟନ୍‌) ରହିଛି। ଏ ସମ୍ପର୍କରେ ଆଶିଷ ଅନୁପମ କହିଛନ୍ତି, ଓଡ଼ିଶାରେ ଏଭଳି ଏକ ଅତ୍ୟାଧୁନିକ ସୁବିଧା କେନ୍ଦ୍ରର ସ୍ଥାପନ କରି ଆମେ ବେଶ୍‌ ଉତ୍ସାହୀ ଅଛୁ। ଏପରିକି କମ୍ପାନୀ ସାଗର ବିଜନେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସହ ସହଭାଗିତା ସ୍ଥାପନ କରିଥିବାରୁ ଆମେ ଉତ୍ସାହିତ ଓ ଏହା ଜରିଆରେ ଆମେ ଦୀର୍ଘସ୍ଥାୟିତ୍ୱ, ସୂକ୍ଷ୍ମ, ଗୁଣାତ୍ମକ ଓ ଦ୍ରୁତ ନିର୍ମାଣର ଏକ ନୂତନ ଯୁଗର ମୂଳଦୁଆ ସ୍ଥାପନ କରିଛୁ। ଅପରପକ୍ଷରେ ଭୁବନେଶ୍ୱରରେ ଏକ ଗ୍ରାହକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ଭିତ୍ତିଭୂମି, ଗୃହ ଓ ବାଣିଜ୍ୟ ଏବଂ ଶିଳ୍ପ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସହିତ ୬୦ରୁ ଅଧିକ ଗ୍ରାହକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri