ସଡ଼କ ସୁରକ୍ଷା ଦିଗରେ ଟାଟାଷ୍ଟିଲର ପଦକ୍ଷେପ

ଢେଙ୍କାନାଳ ଅଫିସ,୩।୫ ଢେଙ୍କାନାଳ ଟାଟାଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କାରଖାନା ଭିତରକୁ ଆସୁଥିବା ଟ୍ରକ୍‌ଗୁଡିକୁ ପାର୍କିଂସ୍ଥାନ ଯୋଗାଇଦେବା ନିମନ୍ତେ ୩ଟି ନୂତନ ପାର୍କିଂ ୟାର୍ଡ ବ୍ୟବସ୍ଥା କରାଯାଇଛି। ୫୫ନଂ. ଜାତୀୟ ରାଜପଥରେ ଟ୍ରାଫିକ୍‌ ଜାମ୍‌କୁ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଇଟାପ ଗ୍ରାମ ନିକଟରେ ଥିବା ୬.୮ ଏକର ଜମିରେ ଏହି ବଡ ପରିବହନ ପାର୍କିଂ ସ୍ଥାନ କରାଯାଇଛି। ଏଠାରେ ଗୋଟିଏ ପ୍ରବେଶ ଓ ଗୋଟିଏ ପ୍ରସ୍ଥାନ ଫାଟକ ସହିତ ପାର୍କିଂୟାର୍ଡ ଭିତରେ ସୁରକ୍ଷା ପାଇଁ ୩ଟି ଚେକ୍‌ ପଏଣ୍ଟ ଏବଂ ୧୨୦ଟି ଗାଡି ପାର୍କିଂ ବ୍ୟବସ୍ଥା ରହିଛି। ଏଠାରେ ପ୍ରତିଦିନ ୨୭୦ଟି ବଡ ଟ୍ରକ୍‌ ଓ ଟ୍ରେଲର ପାର୍କିଂ କରୁଛନ୍ତି। ଏତଦ୍‌ବ୍ୟତୀତ ଏଠାରେ ଡ୍ରାଇଭରମାନଙ୍କ ସୁବିଧା ପାଇଁ ନିଜସ୍ବ କ୍ୟାବିନ, ବିଶ୍ରାମ କକ୍ଷ ଓ ଶୌଚାଳୟର ବ୍ୟବସ୍ଥା କରାଯାଇଛି। ସମସ୍ତ ସୁରକ୍ଷା ନିୟମ ପାଳନ କରୁଥିବା ଗାଡିକୁ ଏଠାରେ ପାର୍କିଂ କରାଯିବ। ଲୋଡିଂ ଓ ଅନଲୋଡିଂ ସ୍ଥାନରୁ ଡାକରା ନ ଆସିବା ପର୍ଯ୍ୟନ୍ତ କିମ୍ବା ପ୍ରବେଶ ନିଷେଧ ସମୟରେ କୌଣସି ଟ୍ରକ୍‌କୁ କାରଖାନା ଭିତରକୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ। ସେହିପରି କାରଖାନା ଓ ସାମଗ୍ରୀ ପରିବହନ ଫାଟକ ନିକଟରେ ୨ଟି ଅତିରିକ୍ତ ପାର୍କିଂୟାର୍ଡ ବିକଶିତ କରାଯାଉଛି। ଏଠାରେ ୯୦ଟି ଗାଡିର ପାର୍କିଂ ବ୍ୟବସ୍ଥା କରାଯାଉଛି। ଭବିଷ୍ୟତରେ ଆହୁରି ୧୦୦ଟି ଟ୍ରକ୍‌ ପାଇଁ କାରଖାନା ପାର୍ଶ୍ୱବର୍ତ୍ତୀ ଜାତୀୟ ରାଜପଥ ନିକଟରେ ଏକ ପାର୍କିଂସ୍ଥାନ କରାଯିବାର ଯୋଜନା ରହିଛି। କାରଖାନା ନିକଟସ୍ଥ ୫୫ନଂ ଜାତୀୟ ରାଜପଥରେ ଟ୍ରକ ପାର୍କିଂକୁ ନିୟନ୍ତ୍ରଣ କରିବା ପାଇଁ କମ୍ପାନୀର ସୁରକ୍ଷା ଲଜିଷ୍ଟିକ୍ସ ଓ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କରାଯାଉଛି। ଟ୍ରାଫିକ ପରିଚାଳନାକୁ ସୁଗମ କରିବା ପାଇଁ ଜାତୀୟ ରାଜପଥରେ ଅତିରିକ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହାସହିତ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ ପାଇଁ ନିୟମିତ ଭାବେ ଯାତ୍ରୀ, ସ୍ଥାନୀୟ ଗ୍ରାମବାସୀ ଓ ଛାତ୍ରୀଛାତ୍ରଙ୍କ ନିମନ୍ତେ ସଚେତନତା ଅଭିଯାନ ଆୟୋଜନ କରାଯାଉଛି। ପ୍ରଶାସନ ସହାୟତାରେ ୫୫ନଂ ଜାତୀୟ ରାଜପଥରେ ମେଗା ସଡକ ସୁରକ୍ଷା ସଚେତନତା ରାଲି, ମଦ୍ୟପାନ ଯାଞ୍ଚ ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri