Categories: ବାଣିଜ୍ୟ

ସିଆଇଆଇ ଦ୍ୱାରା ଟାଟା ଷ୍ଟିଲ୍‌ ମାଇନିଂ ପୁରସ୍କୃତ

ଭୁବନେଶ୍ୱର,୨୯।୮: ଦେଶର ପ୍ରମୁଖ ଘରୋଇ କମ୍ପାନୀ ‘ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼’ର ଓଡ଼ିଶାର ଗଞ୍ଜାମ ଓ ଯାଜପୁର ଜିଲାରେ ଯଥାକ୍ରମେ ଅବସ୍ଥିତ, ଗୋପାଳପୁର ଫେରୋକ୍ରୋମ କାରଖାନା ଏବଂ ସୁକିନ୍ଦା କ୍ରୋମାଇଟ ଖଣିକୁ ଭୁବନେଶ୍ୱରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି। ଏପରିକି ୨୦୨୧-୨୨ ବର୍ଷ ପାଇଁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ନିରାପତ୍ତା, ସ୍ବାସ୍ଥ୍ୟ ଓ ପରିବେଶ (ଏସ୍‌ଏଚ୍‌ଇ) କ୍ଷେତ୍ରରେ ମର୍ଯ୍ୟାଦାଜନକ ରାଜ୍ୟସ୍ତରୀୟ ପୁରସ୍କାରରେ ପୁରସ୍କୃତ କରାଯାଇଛି। ବିଶେଷ କରି ସୁକିନ୍ଦା କ୍ରୋମାଇଟ୍‌ ଖଣିକୁ ଖଣି ବିଭାଗରେ ବିଜେତା ଭାବେ ଘୋଷିତ କରାଯାଇଥିବାବେଳେ ଗୋପାଳପୁରର ଫେରୋକ୍ରୋମ କାରଖାନା ବୃହତ୍‌ ନିର୍ମାଣକାରୀ ବିଭାଗରେ ବିଜୟୀ ହୋଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଗୋପାଳପୁର ଫେରୋ ଆଲୟେଜ କାରଖାନାର ସହକାରୀ ମହାପ୍ରବନ୍ଧକ ବଥୁଲା ଶ୍ରୀନିବାସ ଏବଂ ସୁକିନ୍ଦା କ୍ରୋମାଇଟ୍‌ ଖଣିର ସହକାରୀ ମହାପ୍ରବନ୍ଧକ ସମ୍ବୁନାଥ ଝା ସିଆଇଆଇ ଓଡ଼ିଶା ପରିଷଦର ଉପାଧ୍ୟକ୍ଷ ଏସ୍‌.ଏସ୍‌.ମହାନ୍ତିଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ।
ଏ ସମ୍ପର୍କରେ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି, ଉପତ୍ାଦନରେ ଉନ୍ନତି ଓ ଶ୍ରମଶକ୍ତିର କଲ୍ୟାଣ ପାଇଁ ସୁରକ୍ଷିତ କାର୍ଯ୍ୟସ୍ଥଳୀ ଓ ସୁସ୍ଥ କର୍ମଚାରୀ ରହିବା ନିହାତି ଆବଶ୍ୟକ।

Share