ଟାଟା ଷ୍ଟିଲ୍‌ ଭାରତର ଶ୍ରେଷ୍ଠ ନିଯୁକ୍ତିଦାତା

ଭୁବନେଶ୍ୱର,୨୮।୬: ଦେଶର ପ୍ରମୁଖ ଶିଳ୍ପସଂସ୍ଥା ଟାଟା ଷ୍ଟିଲ୍‌କୁ ନିକଟରେ ଭାରତର ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ରାଣ୍ଡ୍‌ଷ୍ଟାଡ୍‌ ଏମ୍ପ୍ଲୟର ବ୍ରାଣ୍ଡ୍‌ ରିସର୍ଚ୍ଚ (ଆର୍‌ଇବିଆର୍‌)-୨୦୨୩ ସୂଚନା ଅନୁସାରେ ଟାଟା ଷ୍ଟିଲ୍‌ ଭାରତର ଶ୍ରେଷ୍ଠ-୩ କମ୍ପାନୀ ମଧ୍ୟରେ ସ୍ଥାନ ପାଇଛି, ଯାହା କର୍ମଚାରୀମାନଙ୍କ ବିଶ୍ୱାସ, ଅଭିବୃଦ୍ଧି ଓ ଯତ୍ନର ସଂସ୍କୃତି ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏପରିକି ଆର୍‌ଇବିଆର୍‌ ୨୦୨୨ ସୂଚୀ ଅନୁସାରେ ଟାଟା ଷ୍ଟିଲ୍‌ ଶ୍ରେଷ୍ଠ-୧୦ ସବୁଠୁ ଆକର୍ଷଣୀୟ ନିଯୁକ୍ତିଦାତା ମଧ୍ୟରେ ସ୍ଥାନ ପାଇଥିଲା। ଚଳିତ ବର୍ଷର ସର୍ବେକ୍ଷଣରେ ବିଶ୍ୱର ୩୨ବଜାରକୁ ସାମିଲ କରାଯାଇଥିଲା ଓ ଏଥିରେ ୧,୬୩,୦୦୦ଲୋକ ଅଂଶଗ୍ରହଣ କରିଥିଲେ। ବିଶେଷକରି ନିଯୁକ୍ତିଦାତା ଚୟନ ବେଳେ ଭାରତୀୟ କର୍ମଚାରୀମାନେ କର୍ମ-ଜୀବନ ସନ୍ତୁଳନ, ଭଲ ଲୋକପ୍ରିୟତା ଓ ଆକର୍ଷଣୀୟ ବେତନ ଓ ସୁବିଧା ସୁଯୋଗକୁ ଗୁରୁତ୍ୱ ଦେଉଥିବା ଜଣାପଡ଼ିଥିଲା।
ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ଉପସଭାପତି (ମାନବ ସମ୍ବଳ ପରିଚାଳନା) ଅତ୍ରାୟୀ ସାନ୍ୟାଲ କହିଛନ୍ତି, ରାଣ୍ଡ୍‌ଷ୍ଟାଡ୍‌ ଏମ୍ପ୍ଲୟର ବ୍ରାଣ୍ଡ୍‌ ରିସର୍ଚ୍ଚ ୨୦୨୩ ସୂଚନା ଅନୁସାରେ ଭାରତର ୩ ସବୁଠୁ ଆକର୍ଷଣୀୟ ନିଯୁକ୍ତିଦାତାଙ୍କ ମଧ୍ୟରେ ସ୍ଥାନ ପାଇଥିବାରୁ ଆମେ ବେଶ୍‌ ଉତ୍ସାହିତ । ଏପରିକି ଟାଟା ଷ୍ଟିଲ୍‌ରେ ଆମେ ଏକ ଆକର୍ଷଣୀୟ କର୍ମଚାରୀ ମୂଲ୍ୟ ଉପସ୍ଥାପନା ସୃଷ୍ଟି କରିବା ଏବଂ ଅଭିବୃଦ୍ଧି ଓ ନବସୃଜନ ଆଗକୁ ବଢ଼ାଉଥିବା ଏକ ଅନ୍ତର୍ଭୁକ୍ତୀକରଣ ବିକାଶ କରିବାକୁ ଗୁରୁତ୍ୱ ଦେଉଛୁ। ଏହି ସମ୍ମାନ ଆମକୁ ଆମ ପ୍ରତିଭାବାନ କର୍ମଚାରୀଙ୍କଠାରେ ନିବେଶ କରିବା ଲାଗି ଅନୁପ୍ରାଣିତ କରିଥିବା ବେଳେ ଏକ ଅଗ୍ରଣୀ ବ୍ରାଣ୍ଡ୍‌ ଭାବେ ଆମ ସ୍ଥିତିକୁ ସୁଦୃଢ଼ କରିଛି, ଯାହା ସମସ୍ତଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବ। କର୍ମଚାରୀମାନଙ୍କୁ ଏକ ଉଲ୍ଲେଖନୀୟ ପେସାଦାର ଯାତ୍ରା ଓ ଉନ୍ନତ ବ୍ୟକ୍ତିଗତ ଜୀବନ ପ୍ରଦାନ କରିବାକୁ ଟାଟା ଷ୍ଟିଲ୍‌ ପ୍ରତିବଦ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘୂର୍ଣ୍ଣିବଳୟ ପ୍ରଭାବରେ ସପ୍ତାହେ ଯାଏ ପ୍ରବଳ ବର୍ଷା: ଅରେଞ୍ଜ ଓ୍ବାର୍ନିଂ ଜାରି, ଘଣ୍ଟାପ୍ରତି…

ଭୁବନେଶ୍ୱର,୭ା୮(ବନ୍ଦନା ସେଠୀ): ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚତାରେ ଉତ୍ତର-ପଶ୍ଚିମ…

ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।…

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

ସ୍କୁଲ ଭିତରକୁ ଯାଉଥିଲେ ଛାତ୍ର, ହଠାତ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ କସନ୍ଦି ପଞ୍ଚାୟତର କାଲାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ ଭୁଶୁଡ଼ି ୨ ଛାତ୍ର ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri