Posted inଖେଳ

ଟାଟା ଷ୍ଟିଲ ଚେସ୍‌ରେ ମହିଳା ଟୁର୍ନାମେଣ୍ଟ ସାମିଲ

ଭୁବନେଶ୍ୱର, ୧୧।୮ (କ୍ରୀଡ଼ା ପ୍ରତିନିଧି): ଚଳିତ ବର୍ଷ ନଭେମ୍ବର ୨୯ରୁ ଡିସେମ୍ବର ୪ ପର୍ଯ୍ୟନ୍ତ କୋଲକାତାରେ ହେବାକୁଥିବା ଟାଟା ଷ୍ଟିଲ୍‌ ଚେସ୍‌ର ଚତୁର୍ଥ ସଂସ୍କରଣରେ ମହିଳା ଟୁର୍ନାମେଣ୍ଟକୁ ସାମିଲ କରାଯିବ। ଏପର୍ଯ୍ୟନ୍ତ ଓପନ ଟୁର୍ନାମେଣ୍ଟର ୩ଟି ସଂସ୍କରଣ ଅନୁଷ୍ଠିତ ହୋଇଛି। ଆଗାମୀ ଚତୁର୍ଥ ସଂସ୍କରଣରେ ଓପନ ବିଭାଗ ସହିତ ମହିଳା ଟୁର୍ନାମେଣ୍ଟ ଖେଳାଯିବ। ଏହା ସେହି ସମାନ ରାପିଡ ଏବଂ ବ୍ଲିଜ୍‌ ଫର୍ମାଟରେ ଆୟୋଜନ ହେବ। ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର, ଭାରତର ପୁରୁଷ ଓ ମହିଳା ଗ୍ରାଣ୍ଡମାଷ୍ଟର, ଯୁବ ଭାରତୀୟ ପ୍ରତିଭା ଏହି ପ୍ରତିଯୋଗିତାରେ ଦେଖିବାକୁ ମିଳିବେ। ବିଶ୍ୱନାଥନ୍‌ ଆନନ୍ଦ ଟୁର୍ନାମେଣ୍ଟର ଆମ୍ବାସାଡର ତଥା ପରାମର୍ଶଦାତା ରହିଛନ୍ତି। କ୍ରୀଡା ଇତିହାସରେ ପ୍ରଥମ ଥର ପାଇଁ ଉଭୟ ମହିଳା ଓ ପୁରୁଷ ବର୍ଗରେ ପୁରସ୍କାର ପରିମାଣ ସମାନ ରହିବ।

ଆଗାମୀ ପ୍ରତିଯୋଗିତାରେ ଭାଗ ନେବାକୁ ସମ୍ମତି ଜଣାଇ ସାରିଥିବା ମହିଳା ଗ୍ରାଣ୍ଡମାଷ୍ଟରଙ୍କ ମଧ୍ୟରେ ଅଛନ୍ତି ୟୁକ୍ରେନର ଆନ୍ନା ଏବଂ ମାରିୟା ମୁଜିଚୁକ୍‌, ଜର୍ଜିଆର ନାନା ଜାଗ୍‌ନିଜେ ଏବଂ ପୋଲାଣ୍ଡର ଆଲିନା କାଶଲିନସ୍କାୟା। ସେହିପରି ଭାରତୀୟ ଚେସ୍‌ ସୁପରଷ୍ଟାର କୋନେରୁ ହମ୍ପି, ଦ୍ରୋଣାବଳୀ ହାରିକା ଏବଂ ପ୍ରତିଭା ସମ୍ପନ୍ନ ଆର. ବୈଶାଳୀଙ୍କ ସମେତ ନିକଟରେ ଚେନ୍ନାଇରେ ସମାପ୍ତ ହୋଇଥିବା ଚେସ୍‌ ଅଲିମ୍ପିଆଡରେ ବ୍ରୋଞ୍ଜ ପଦକ ହାସଲକାରୀ ଦଳର ସମସ୍ତ ସଦସ୍ୟ ଭାଗନେବେ।

”ସମ୍ପ୍ରତି ଚେସ୍‌ର ଗୁରୁତ୍ୱ ବଢ଼ିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଟାଟା ଷ୍ଟିଲ ଚେସ୍‌ ଇଣ୍ଡିଆ ଭଳି ଟୁର୍ନାମେଣ୍ଟ ଗୁଡ଼ିକରେ ଆମର ଯୁବ ଖେଳାଳିମାନେ ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟରମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପରିପ୍ରେକ୍ଷୀରେ ନୂଆ ଚାମ୍ପିୟନ ସୃଷ୍ଟି ଦିଗରେ ସହାୟକ ହୋଇ ପାରୁଛି। ସମ୍ପ୍ରତି ଭାରତ ଚେସ୍‌ର ଗନ୍ତାଘର ଭାବରେ ବିବେଚିତ ହେଉଛି ଏବଂ ଆମ ଦେଶରେ ଉଭୟ ପୁରୁଷ ଏବଂ ମହିଳାମାନେ ଏହି କ୍ରୀଡାରେ ଉତ୍କର୍ଷ ଲାଭ କରୁଛନ୍ତି। ପୁରୁଷଙ୍କ ସହିତ ସମାନ ପରିମାଣର ପୁରସ୍କାର ରାଶି ସହିତ ମହିଳାଙ୍କ ଟୁର୍ନାମେଣ୍ଟ ପ୍ରଚଳନ ସ୍ବାଗତଯୋଗ୍ୟ ପଦକ୍ଷେପ। ଚେସ୍‌ ଏକ ସମତାର କ୍ରୀଡା ହୋଇ ରହିଛି ଏବଂ ରହିବା ଉଚିତ“ ବୋଲି ଆନନ୍ଦ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଟାଟା ଷ୍ଟିଲ୍‌ ଉପସଭାପତି (କର୍ପୋରେଟ ସର୍ଭିସେସ) ଚାଣକ୍ୟ ଚୌଧାରୀ କହିଛନ୍ତି ଯେ, ଚଳିତ ବର୍ଷ ସଂସ୍କରଣରେ ମହିଳା ଟୁର୍ନାମେଣ୍ଟ ସାମିଲ ହୋଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। ଫିଡେ ପକ୍ଷରୁ ‘ଚେସ୍‌ରେ ମହିଳାଙ୍କର ବର୍ଷ’ ପାଳନ କରାଯାଉଛି। ତେଣୁ ଆଗାମୀ ଟୁର୍ନାମେଣ୍ଟରେ ମହିଳାଙ୍କ ପ୍ରତିଯୋଗିତା ସାମିଲଠାରୁ ଆଉ ଭଲ କ’ଣ ହୋଇପାରେ। ଏହି ଟୁର୍ନାମେଣ୍ଟ ଯୁବ ଭାରତୀୟ ପ୍ରତିଭାଙ୍କୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟରମାନଙ୍କ ବିପକ୍ଷରେ ଖେଳିବାକୁ ସୁଯୋଗ ଦେବ। ଆମକୁ ମିଳିଥିବା ଅନୁଭୂତିକୁ ନେଇ ଆମେ ବିଶ୍ୱ ଶ୍ରେଣୀର ଚେସ୍‌ ପ୍ରତିଯୋଗିତାକୁ ଆହୁରି ଭଲ କରିବା ଦିଗରେ ପ୍ରତିବଦ୍ଧ ରହିଛୁ“।


Enter your email to get our daily news in your inbox.

All Right Reserved By Dharitri.Com

ଆଶଙ୍କାରେ ପେନ୍‌ସନ୍‌ଭୋଗୀଙ୍କ ଭବିଷ୍ୟତ, ସମସ୍ତେ ଏକାଠି ହୋଇ…

କେନ୍ଦୁଝର,୨୦ା୩(ନରେଶ ଚନ୍ଦ୍ର): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ବୈଠକ ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଭବନ କେନ୍ଦୁଝରଠାରେ…

ଶ୍ୱଶୁରଙ୍କୁ ନେଇ ଏମିତି କହିଦେଲେ ଧୋନୀଙ୍କ ସ୍ତ୍ରୀ: ଚାରିଆଡ଼େ ହେଉଛି ଚର୍ଚ୍ଚା

ରାଞ୍ଚି,୨୦।୩: ଭରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନୀଙ୍କ ପରିବାର ସମ୍ପର୍କରେ ଏକ ଭାବପ୍ରବଣ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ…

ଇରାନକୁ ଆଉ ଏକ ବଡ଼ ଝଟକା, ଇସ୍ରାଏଲୀ ଆକ୍ରମଣରେ IRGC ମୁଖପାତ୍ର ଅଲି ମହମ୍ମଦଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦ା୩: ଇସ୍ରାଏଲ ଏବଂ ଆମେରିକା ସହିତ ଇରାନର ବିବାଦ ଜାରି ରହିଛି । ଏହି ବିବାଦ ମଧ୍ୟରେ ଇରାନକୁ ଆଉ ଏକ ବଡ଼ ଧକ୍କା ଲାଗିଛି ।…

ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଲେ ମା’ କନକ ଦୁର୍ଗା

ଦେବଗଡ,୨୦।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ଦ୍ୱିତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶୁକ୍ରବାର ମା’ କନକ…

ଲିଭ୍‌ ଇନ୍‌ରେ ରହୁଥିଲେ; ବାହାରେ ଜଗିଥିଲା ପୋଲିସ, ଭିତରେ ଘଟିଲା…

ପୁରୁଣା ଭୁବନେଶ୍ୱର/ପିପିଲି, ୨୦ା୩ (ସୁବାସ ଚନ୍ଦ୍ର ପ୍ରଧାନ/ଦୁର୍ଗାମାଧବ ମିଶ୍ର):ଲିଭ୍‌ ଇନ୍‌ରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଆଧାରରେ ଗିରଫ କରିବା ପାଇଁ ଘର ବାହାରେ ପୋଲିସ ଜଗିଥିଲା, ହେଲେ…

ମାଓବାଦୀ ନେତା ଶୁକ୍ରୁ ବିପଦରେ

ଭୁବନେଶ୍ୱର,୨୦।୩: ଡିଜିପି ଓ୍ବାଇ.ବି ଖୁରାନିଆଙ୍କ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ରାଜ୍ୟରୁ ମାଓବାଦୀ ନିପାତ ଲକ୍ଷ୍ୟରେ ଶେଷ ଲଢ଼େଇ ଜାରି…

ଇରାନ ବିବାଦ: ଟ୍ରମ୍ପଙ୍କ ନାଁ ନନେଇ ଏମିତି କହିଦେଲେ ମୋହନ ଭାଗବତ, ବିଶ୍ବକୁ ଦେଲେ ଶାନ୍ତିର ମନ୍ତ୍ର

ନୂଆଦିଲ୍ଲୀ,୨୦।୩: ଇରାନ-ଆମେରିକା ବିବାଦ ଭିତରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ…

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ: ମାଟ୍ରିକ ପରୀକ୍ଷା ଦେଲେନି ୯୯୩୦ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୦।୩: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଗୃହରେ ଏକ ବଡ଼ ବୟାନ ଦେଇଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୯୩୦ଜଣ ଛାତ୍ରୀଛାତ୍ର ଅନୁପସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri