ଟାଟା ସନ୍ସ-ସାଇରସ୍‌ ବିବାଦ

୨୦୧୬ ଅକ୍ଟୋବର ୨୪: ସାଇରସ୍‌ ମିସ୍ତ୍ରୀଙ୍କୁ ଟାଟା ସନ୍ସ ଚେୟାରମ୍ୟାନ୍‌ ପଦରୁ ହଟାଇ ରତନ ଟାଟାଙ୍କୁ ଅନ୍ତରୀଣ ଅଧ୍ୟକ୍ଷ କରାଯାଇଥିଲା।
୨୦୧୬ ଡିସେମ୍ବର ୨୦: ସାଇରସ୍‌ ମିସ୍ତ୍ରୀଙ୍କ ସାଇରସ୍‌ ଇନ୍‌ଭେଷ୍ଟମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଷ୍ଟାର୍ଲିଂ ଇନ୍‌ଭେଷ୍ଟମେଣ୍ଟ କର୍ପୋରେଶନ୍‌ ଲିମିଟେଡ୍‌ ମୁମ୍ବାଇ ସ୍ଥିତ ଏନ୍‌ସିଏଲ୍‌ଟିଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ବହିଷ୍କାରକୁ ଚ୍ୟାଲେଞ୍ଜ କରିଥିଲା। ଏଥିସହ ସାଇରସ୍‌ଙ୍କ ସଂସ୍ଥା ସଂଖ୍ୟାଲଘୁ ଅଂଶୀଦାରଙ୍କ ପ୍ରତି ଦମନଲୀଳା ଓ ଟାଟା ଗ୍ରୁପ୍‌ର କୁପରିଚାଳନା ଅଭିଯୋଗ ଆଣିଥିଲା।
୨୦୧୭ ଜାନୁୟାରୀ ୧୨: ଟାଟା ସନ୍ସ ଏନ୍‌. ଚନ୍ଦ୍ରଶେଖରନ୍‌ଙ୍କୁ ଚେୟାରମ୍ୟାନ୍‌ ନିଯୁକ୍ତ କରିଥିଲା।
୨୦୧୭ ଫେବୃୟାରୀ ୬: ସାଇରସ୍‌ଙ୍କୁ ଟାଟା ସନ୍ସ ବୋର୍ଡରୁ ହଟାଇ ଦିଆଯାଇଥିଲା।
୨୦୧୭ ମାର୍ଚ୍ଚ ୬: ମିସ୍ତ୍ରୀ ପରିବାରର ଦୁଇଟି ନିବେଶ ସଂସ୍ଥା ମାମଲା ଦାଏର ପାଇଁ ଟାଟା କମ୍ପାନୀରେ ୧୦% ପାର୍ଟନରଶିପ୍‌ କ୍ରାଏଟେରିଆ ପୂରଣ କରୁ ନ ଥିବା ଦର୍ଶାଇ ଏନ୍‌ସିଏଲ୍‌ଟି ମୁମ୍ବାଇ ଆବେଦନକୁ ରଦ୍ଦ କରିଦେଇଥିଲେ।
୨୦୧୭ ଏପ୍ରିଲ ୨୭: ମିସ୍ତ୍ରୀ ପରିବାରର ଦୁଇ ଇନ୍‌ଭେଷ୍ଟମେଣ୍ଟ ଫାର୍ମ ପକ୍ଷରୁ ଏନ୍‌ସିଏଲ୍‌ଟି ମୁମ୍ବାଇ ରାୟକୁ ଏନ୍‌ସିଏଲ୍‌ଏଟିରେ ଚ୍ୟାଲେଞ୍ଜ କରାଯାଇଥିଲା।
୨୦୧୭ ସେପ୍ଟେମ୍ବର ୨୧: ଟାଟା ସନ୍ସ ବିରୋଧରେ ଦୁଇ ସଂସ୍ଥାର ଆବେଦନକୁ ଏନ୍‌ସିଏଲ୍‌ଏଟି ଖଣ୍ଡପୀଠ ଗ୍ରହଣ କରିଥିଲେ।
୨୦୧୭ ଅକ୍ଟୋବର ୫: ଏହି ମାମଲାକୁ ମୁମ୍ବାଇରୁ ଦିଲ୍ଲୀକୁ ସ୍ଥାନାନ୍ତର ଦାବିରେ ଦୁଇ ନିବେଶକାରୀ ସଂସ୍ଥା ଜାତୀୟ ରାଜଧାନୀ ସ୍ଥିତ ଏନ୍‌ସିଏଲ୍‌ଟି ପ୍ରଧାନ ଖଣ୍ଡପୀଠରେ ଆବେଦନ କରିଥିଲା।
୨୦୧୭ ଅକ୍ଟୋବର ୬: ଏନ୍‌ସିଏଲ୍‌ଟି ପ୍ରିନ୍ସିପାଲ ବେଞ୍ଚ ଆବେଦନକୁ ଖାରଜ କରିଦେଇଥିଲେ।
୨୦୧୮ ଜୁଲାଇ ୯: ମୁମ୍ବାଇର ଏନ୍‌ସିଏଲ୍‌ଟି ଖଣ୍ଡପୀଠ ସାଇରସ୍‌ଙ୍କ ଆବେଦନକୁ ଖାରଜ କରିଥିଲେ।
୨୦୧୮ ଅଗଷ୍ଟ ୩: ଏନ୍‌ସିଏଲ୍‌ଟି ମୁମ୍ବାଇ ଅର୍ଡରକୁ ନିବେଶକାରୀ ଦୁଇ କମ୍ପାନୀ ଏନ୍‌ସିଏଲ୍‌ଏଟିରେ ଚ୍ୟାଲେଞ୍ଜ କରିଥିଲା।
୨୦୧୮ ଅଗଷ୍ଟ ୨୯: ଏନ୍‌ସିଏଲ୍‌ଏଟି ସାଇରସ୍‌ଙ୍କ ଆବଦେନକୁ ଗ୍ରହଣ କରି ଶୁଣାଣି ପାଇଁ ସହମତି ପ୍ରକାଶ କରିଥିଲେ।
୨୦୧୯ ମେ’ ୨୩: ଏନ୍‌ସିଏଲ୍‌ଏଟି ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ।
୨୦୧୯ ଡିସେମ୍ବର ୧୮: ଏନ୍‌ସିଏଲ୍‌ଏଟି ସାଇରସ୍‌ଙ୍କୁ ଟାଟା ସନ୍ସ ଏକ୍‌ଜିକ୍ୟୁଟିଭ୍‌ ଚେୟାରମ୍ୟାନ୍‌ ଭାବେ ପୁନଃ ଅବସ୍ଥାପିତ କରିଥିଲେ। ଏଥିସହ ଅପିଲ ପାଇଁ ଟାଟା କମ୍ପାନୀକୁ ୪ ସପ୍ତାହ ସମୟ ଦେଇଥିଲେ।
୨୦୨୦ ଜାନୁୟାରୀ ୨: ଟାଟା ସନ୍ସ ଏନ୍‌ସିଏଲ୍‌ଏଟି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା।
୨୦୨୦ ଜାନୁୟାରୀ ୧୦: ଏନ୍‌ସିଏଲ୍‌ଏଟି ରାୟ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଥିଲେ।
୨୦୨୦ ସେପ୍ଟେମ୍ବର ୨୨: ସୁପ୍ରିମକୋର୍ଟ ସାଇରସ୍‌ଙ୍କ ଶପୁରଜୀ ପାଲ୍ଲୋନଜୀ ଗ୍ରୁପ୍‌କୁ ଟାଟା ସନ୍ସରେ ୧୮% ଶେୟାର ଉପରେ ଋଣ ନେବା ପାଇଁ ବାରଣ କରିଥିଲେ।
୨୦୨୦ ଡିସେମ୍ବର ୮: ସୁପ୍ରିମକୋର୍ଟରେ ଚୂଡ଼ାନ୍ତ ଶୁଣାଣି ଆରମ୍ଭ।
୨୦୨୦ ଡିସେମ୍ବର ୧୭: ସର୍ବୋଚ୍ଚ ଅଦାଲତ ଏହି ଦୀର୍ଘ ବିବାଦର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ।
୨୦୨୧ ମାର୍ଚ୍ଚ ୨୬: ସୁପ୍ରିମକୋର୍ଟ ଏନ୍‌ସିଏଲ୍‌ଏଟି ରାୟକୁ ରଦ୍ଦ କରିବା ସହ ଟାଟା ଗ୍ରୁପ୍‌ ପକ୍ଷରୁ କରାଯାଇଥିବା ଆବେଦନକୁ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri