ଡିସେମ୍ବରରେ ଟାଟା ମୋଟର୍ସର ଘରୋଇ ବିକ୍ରି ୪% ବୃଦ୍ଧି

ନୂଆଦିଲ୍ଲୀ,୨।୧: ଟାଟା ମୋଟର୍ସର ମୋଟ ଘରୋଇ ବିକ୍ରି ବର୍ଷ ତୁଳନାରେ ୪% (ବାର୍ଷିକ ଭିତ୍ତିରେ)କୁ ବୃଦ୍ଧି ଘଟିଛି। ଏପରିକି ୨୦୨୩ ଡିସେମ୍ବରରେ କମ୍ପାନୀ ମୋଟ ୭୬,୧୩୮ୟୁନିଟ୍‌ ଯାନ ବିକ୍ରି କରିଥିଲାବେଳେ ୨୦୨୨ ଡିସେମ୍ବରରେ ଏହି ସଂଖ୍ୟା ୭୨,୯୯୭ ୟୁନିଟ୍‌ ଥିଲା ବୋଲି ସୋମବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ଫାଇଲିଂରେ କମ୍ପାନୀ ଉଲ୍ଲେଖ କରିଛି। ସେହିଭଳି ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ କମ୍ପାନୀର ମୋଟ ୨୨୮,୧୬୯ ୟୁନିଟ୍‌ ଯାନ ବିକ୍ରି ତୁଳନାରେ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକରେ କମ୍ପାନୀ ମୋଟ ୨,୩୪,୯୮୧ ୟୁନିଟ୍‌ ଗାଡ଼ି ବିକ୍ରି କରିଛି। ଏପରିକି ସାମଗ୍ରିକ ବିକ୍ରିରେ ସାମାନ୍ୟ ବୃଦ୍ଧି ଘଟିଥିବାର କମ୍ପାନୀ ରିପୋର୍ଟ କରିଛି। ସେହିପରି ୨୦୨୩ ଡିସେମ୍ବରରେ କମ୍ପାନୀର ମୋଟ ୩୪,୧୮୦ ୟୁନିଟ୍‌ ଯାନ ବିକ୍ରି ହୋଇଥିବାରୁ ବ୍ୟବସାୟିକ ଯାନ (ସିଭି) ଚାହିଦା ହ୍ରାସ ହୋଇଥିଲା, ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ସମୟ ତୁଳନାରେ ୧% ବୃଦ୍ଧି ରେକର୍ଡ କରିଛି। ବିଶେଷକରି ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକରେ ସାମଗ୍ରିକ ସିଭି ବିକ୍ରୟ ମଧ୍ୟ ୯୬,୫୨୬ ୟୁନିଟ୍‌ରେ ରହିଥିଲା, ଯାହା ବାର୍ଷିକ ଭିତ୍ତିରେ ୧% ଅଭିବୃଦ୍ଧି ରେକର୍ଡ କରିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ବର୍ଗରେ ଯାତ୍ରୀବାହୀ ଯାନଗୁଡ଼ିକ ୨୦୨୩-୨୪ ଆର୍ଥିକ ବର୍ଷର ୩ୟ ତ୍ରୈମାସିକରେ ୧୯% ଅଭିବୃଦ୍ଧି ବାର୍ଷିକ ଭିତ୍ତିରେ ଅନ୍ୟମାନଙ୍କ ତୁଳନାରେ ଅଧିକ ଥିଲା ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନ କମିଶନଙ୍କ AI ଭିଡିଓ ଭାଇରାଲ, X ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୬।୩: କେରଳ ପୋଲିସର ସାଇବର ଶାଖା ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବଂ ଏହାର ଏକ ହ୍ୟାଣ୍ଡେଲ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି…

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri