ନ୍ୟୁୟର୍କ ଷ୍ଟକ୍‌ ଏକ୍ସଚେଞ୍ଜରୁ ନିଜ ଅଂଶଧନ ହଟାଇଲା ଟାଟା ମୋଟର୍ସ

ନୂଆଦିଲ୍ଲୀ,୨୪।୧: ଘରୋଇ ଅଟୋମେକର୍‌ ଟାଟା ମୋଟର୍ସ ନ୍ୟୁୟର୍କ ଷ୍ଟକ୍‌ ଏକ୍ସଚେଞ୍ଜରୁ ଏହାର ସାଧାରଣ ଅଂଶଧନକୁ ସ୍ବେଚ୍ଛାକୃତ ଭାବେ ହଟାଇବାକୁ ଯାଉଛି। ସୋମବାରର ବ୍ୟବସାୟ ବନ୍ଦ ହେବା ପରେ ଏହା କାର୍ଯ୍ୟକାରୀ ହେବ।

ଏକ ନିୟାମକ ବିଜ୍ଞପ୍ତିରେ କମ୍ପାନୀ ଏନେଇ ସୂଚନା ଦେଇ କହିଛି, ଭାରତୀୟ ନିୟମ ଅନୁଯାୟୀ ଲାଗୁ କରାଯାଇଥିବା ନିୟାମକ ପ୍ରତିବନ୍ଧକ ଯୋଗୁ ଆମେରିକାର ବଜାରରେ ଏହାର ଆମେରିକୀୟ ଡିପୋଜିଟୋରୀ ରସିଦ(ଏଡିଏସ୍‌) ସୋମବାରଠାରୁ ବ୍ୟବସାୟ ହେବ ନାହିଁ। ତେବେ ଏଡିଏସ୍‌ ଧାରକମାନେ ସେମାନଙ୍କ ଅଂଶଧନକୁ ନ୍ୟୁୟର୍କ ଏକ୍ସଚେଞ୍ଜରେ ଜମାକାରୀଙ୍କ ପାଖରେ ଜମା କରିପାରିବେ। ଏହି କାର୍ଯ୍ୟ ଜୁଲାଇ ୨୪,୨୦୨୩ ସୁଦ୍ଧା କରିବାକୁ ହେବ। ନିର୍ଦ୍ଧାରିତ ସମୟ ପରେ ଜମାକାରୀ ଅବଶିଷ୍ଟ ଇକ୍ୱିଟିରେ ଥିବା ସାଧାରଣ ଶେୟାରକୁ ବିକ୍ରି କରିପାରିବେ। ତେବେ ଏହି ପଦକ୍ଷେପ ଭାରତର ବିଏସ୍‌ଇ ଏବଂ ଏନ୍‌ଏସ୍‌ଇ ଉପରେ ଏହାର ଇକ୍ୱିଟି ଶେୟାର କାରବାର କିମ୍ବା ବର୍ତ୍ତମାନର ସ୍ଥିତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କମ୍ପାନୀ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୭ ତୁଳନାରେ କମ୍‌ ହୋଇଛି ୫୯୭ ଏଟିଏମ୍‌

ମୁମ୍ବାଇ,୯-୬: ଦେଶରେ ଏଟିଏମ୍‌ ସଂଖ୍ୟା ୨୦୧୭ ତୁଳନାରେ ୨୦୧୯ରେ କମିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ରିପୋର୍ଟରେ ପ୍ରକାଶ କରାଯାଇଛି। ୨୦୧୯ରେ ଏହି ସଂଖ୍ୟା ୫୯୭...

୩ ହଜାର କ୍ଷୁଦ୍ର ବାଣିଜ୍ୟକୁ ସହାୟତା କରିବ ଫେସ୍‌ବୁକ୍‌

ନୂଆଦିଲ୍ଲୀ,୧୬।୯:ଦେଶର ୩ ହଜାର କ୍ଷୁଦ୍ର ବାଣିଜ୍ୟକୁ ସହାୟତା କରିବା ଲାଗି ଫେସ୍‌ବୁକ୍‌ ଇଣ୍ଡିଆ ଯୋଜନା ରଖିଛି। ଦିଲ୍ଲୀ, ଗୁରୁଗ୍ରାମ, ମୁମ୍ବାଇ, ହାଇଦ୍ରାବାଦ ଏବଂ ବାଙ୍ଗାଲୋର ଭଳି...

ଆମ୍ରି ପକ୍ଷରୁ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ଭୁବନେଶ୍ୱର,୧୬-୧୧(ବ୍ୟୁରୋ): ଆମ୍ରି ହସ୍ପିଟାଲସ୍‌ ଭୁବନେଶ୍ୱର ପକ୍ଷରୁ ସ୍ଥାନୀୟ ଡଟ୍‌ କମ୍‌ ପରିସରରେ ଏକ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୦ରୁ ଉର୍ଦ୍ଧ୍ୱ...

ଖିମ୍‌ଜୀ ପକ୍ଷରୁ ‘ଗୋ ଗ୍ରୀନ୍‌’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର,୨୨।୨ ରାଜ୍ୟର ପ୍ରମୁଖ ଅଳଙ୍କାର ବ୍ରାଣ୍ଡ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଫଳରେ ପ୍ରତିଷ୍ଠାନ ଏକ ‘ପରିଷ୍କାର ସ୍ମାର୍ଟ ସିଟି’...

ବହୁସ୍ଥାନୀୟ ଦାବି ସମାଧାନ ସୁବିଧା ଦେଲା ଇପିଏଫ୍‌ଓ

ନୂଆଦିଲ୍ଲୀ,୧୫।୬: ଦେଶରେ ସେବା ପ୍ରଦାନର ଏକ ବ୍ୟବସ୍ଥିତ ମାନକ ସୁନିଶ୍ଚିତ କରିବା ତଥା କୋଭିଡ୍‌-୧୯ ମହାମାରୀ ସମୟରେ କର୍ମଚାରୀଙ୍କ ସଂଖ୍ୟାର ଠିକ୍‌ ଉପଯୋଗ ଲକ୍ଷ୍ୟରେ କର୍ମଚାରୀ...

ଆଇଡିଏଫ୍‌ସିର ୨ ଡିବିୟୁ ଶୁଭାରମ୍ଭ

ନୂଆଦିଲ୍ଲୀ,୧୯ା୧୦: ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କର ୨ଟି ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌ (ଡିବିୟୁ) ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଏପରିକି ବ୍ୟାଙ୍କର ଓଡ଼ିଶା...

ଘନଉଛି ଇଣ୍ଡିଗୋ ପ୍ରମୋଟରଙ୍କ ବିବାଦ

ନୂଆଦିଲ୍ଲୀ,୧୫-୭: ଦେଶର ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋର ଦୁଇ ପ୍ରମୋଟର ରାହୁଲ ଭାଟିଆ ଏବଂ ରାକେଶ ଗଙ୍ଗଓ୍ବାଲଙ୍କ ମଧ୍ୟରେ ବିବାଦ ଘନଉଛି। ଦୁଇ...

ଅନ୍ତରୀଣ ବଜେଟ ଆବଣ୍ଟନ ରହିପାରେ ଜାରି

ନୂଆଦିଲ୍ଲୀ,୬-୬: ଚଳିତ ବର୍ଷ ଫେବୃୟାରୀ ପହିଲାରେ ଉପସ୍ଥାପିତ ଅନ୍ତରୀଣ ବଜେଟରେ ଦିଆଯାଇଥିବା ଆବଣ୍ଟନକୁ ଚଳିତ ଆର୍ଥିକ ବର୍ଷ ଲାଗି ଜାରି ରଖିବାକୁ ଅର୍ଥ ମନ୍ତ୍ରଣାଳୟ ସଙ୍କେତ...

Advertisement
Archives

Model This Week