ବିଶ୍ୱକପ୍ ବିଜୟୀ ଟିମ୍ ଇଣ୍ଡିଆକୁ ଟାଟା ମୋଟର୍ସର ବିଶାଳ ଉପହାର: ପ୍ରତ୍ୟେକ ଖେଳାଳିଙ୍କୁ ମିଳିବ…

ନୂଆଦିଲ୍ଲୀ,୬।୧୧: ଆଇସିସି ମହିଳା ବିଶ୍ୱକପ୍ ୨୦୨୫ ଜିତି ଇତିହାସ ରଚିଥିବା ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ଟାଟା ମୋଟର୍ସ ଏକ ବଡ଼ ଉପହାର ଦେବାକୁ ଘୋଷଣା କରିଛି। ପ୍ରଶଂସାର ସ୍ୱରୂପ, ଦଳର ପ୍ରତ୍ୟେକ ସଦସ୍ୟଙ୍କୁ କମ୍ପାନୀର ଖୁବ୍ ଶୀଘ୍ର ଲଞ୍ଚ୍ ହେବାକୁ ଥିବା ଆଇକନିକ୍ ‘ଟାଟା ସିଏରା’ (Tata Sierra) ଏସୟୁଭିର ଟପ୍-ଏଣ୍ଡ୍ ମଡେଲର ପ୍ରଥମ ବ୍ୟାଚ୍ ପ୍ରଦାନ କରାଯିବ।

ଗତ ସପ୍ତାହରେ ନଭି ମୁମ୍ବାଇରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ଭାରତୀୟ ମହିଳା ଦଳ ପ୍ରଥମ ବିଶ୍ୱକପ୍ ଟାଇଟଲ୍ ହାସଲ କରିଛି।

ଟାଟା ମୋଟର୍ସ ଏକ ବିବୃତ୍ତିରେ କହିଛି, “ଲିଜେଣ୍ଡ୍ସ ସହିତ ଲିଜେଣ୍ଡ୍ସଙ୍କର ଭେଟ। ଭାରତୀୟ ମହିଳା କ୍ରିକେଟ୍ ଦଳ ଏବଂ ସେମାନଙ୍କର ଐତିହାସିକ ଆଇସିସି ମହିଳା ବିଶ୍ୱକପ୍ ପ୍ରଦର୍ଶନକୁ ପାଳନ କରି ଟାଟା ମୋଟର୍ସ ପାସେଞ୍ଜର ଭେଇକିଲ୍ସ ଗର୍ବର ସହ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ‘ଟାଟା ସିଏରା’ ପ୍ରଦାନ କରୁଛି – ଯାହାକି ଏକ ସାହସୀ, ବହୁମୁଖୀ ଏବଂ କାଳଜୟୀ ଲିଜେଣ୍ଡ୍।”

ଏହି ଖୁସିର ମାହୋଲ ମଧ୍ୟରେ ଗୁରୁବାର ଦଳର ସଦସ୍ୟମାନେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ଅଧିନାୟକ ହରମନପ୍ରୀତ କୌର ସମସ୍ତ ଖେଳାଳିଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ଜର୍ସି ରାଷ୍ଟ୍ରପତିଙ୍କୁ ଭେଟି ଦେଇଥିଲେ ଏବଂ ବିଶ୍ୱକପ୍ ଟ୍ରଫି ମଧ୍ୟ ପ୍ରଦର୍ଶନ କରିଥିଲେ।

ରାଷ୍ଟ୍ରପତି ମୁର୍ମୁ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ସେମାନେ କେବଳ ଇତିହାସ ସୃଷ୍ଟି କରିନାହାଁନ୍ତି, ବରଂ ଯୁବପିଢ଼ି ପାଇଁ ଆଦର୍ଶ ପାଲଟିଛନ୍ତି। ସେ କହିଥିଲେ ଯେ ଏହି ଦଳ ଭାରତର ପ୍ରତିଫଳନ, ଯେଉଁଠି ବିଭିନ୍ନ ଅଞ୍ଚଳ, ସାମାଜିକ ପୃଷ୍ଠଭୂମିର ଖେଳାଳିମାନେ ଗୋଟିଏ ‘ଟିମ୍ – ଇଣ୍ଡିଆ’ ଭାବରେ ପ୍ରତିନିଧିତ୍ୱ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

ଇରାନ ଉପରୁ କଟକଣା ହଟାଇଲେ ଟ୍ରମ୍ପ୍‌, ତେହରାନ କହିଲା ଆମ ପାଖରେ…

ଓ୍ବାଶିଂଟନ/ତେହରାନ୍‌,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ପ୍ରଶମିତ କରିବା ପାଇଁ ଆମେରିକା ସମୁଦ୍ରରେ ଅଟକି…

ଜାହାଜ ଚଳାଚଳ ପକ୍ଷରୁ ବଡ଼ ସୂଚନା: ଆଉ ୨ ଭାରତୀୟ ଏଲ୍‌ପିଜି ବୋଝେଇ ଟ୍ୟାଙ୍କର ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଅତିକ୍ରମ କରିବ

ନୂଆଦିଲ୍ଲୀ,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ବିଶ୍ୱର ପ୍ରମୁଖ ତୈଳ ପରିବହନ ପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଇରାନ ଅବରୋଧ କରିଥିବା ବେଳେ ଭାରତରେ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍‌(ଏଲ୍‌ପିଜି)…

ବିଜେଡିର ୬ ବିଧାୟକ ଦଳରୁ ନିଲମ୍ବିତ

ଭୁବନେଶ୍ୱର,୨୧ା୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ଆକ୍ସନ ନେଇଛନ୍ତି। ଦଳରୁ ୬ ବିଧାୟକଙ୍କୁ ନବୀନ ନିଲମ୍ବନ କରିଛନ୍ତି।…

ଆଇପିଏଲ୍‌ ପୂର୍ବରୁ କେକେଆରକୁ ବଡ଼ ଝଟ୍‌କା

କୋଲକାତା, ୨୧ା୩: ଭାରତ ସିମର ଆକାଶ ଦୀପ୍‌ଙ୍କ ପିଠିର ନିମ୍ନ ଭାଗରେ ଆଘାତ ଲାଗିଛି। ଫଳରେ ସେ ଅତି କମ୍‌ରେ ୮ ସପ୍ତାହ ଖେଳିପାରିବେନି। ଫଳରେ ଆସନ୍ତା…

ଗ୍ୟାସ୍‌କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆସନ୍ତା ୨୩ରୁ…

ନୂଆଦିଲ୍ଲୀ,୨୧ା୩: କେନ୍ଦ୍ର ସରକାର ଏଲ୍‌ପିଜିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର ସରକାର କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT)କୁ ବାଣିଜ୍ୟିକ ଏଲ୍‌ପିଜିର ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri