Posted inଜାତୀୟ

ପାକିସ୍ତାନ ଜିଡିପିକୁ ଟପିଲା ଟାଟା ଗ୍ରୁପ୍‌ର ବଜାର ପୁଞ୍ଜି

ନୂଆଦିଲ୍ଲୀ,୨୦।୨: ଟାଟା ଗ୍ରୁପ୍‌ର କମ୍ପାନୀଗୁଡ଼ିକର ମୋଟ ବଜାର ପୁଞ୍ଜି ଏବେ ପାକିସ୍ତାନର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ଟପିଯାଇଛି। ସଦ୍ୟତମ ତଥ୍ୟ ଅନୁଯାୟୀ ଟାଟା ଗ୍ରୁପ୍‌ର ମୋଟ ବଜାର ପୁଞ୍ଜି ୩୬୫ ବିଲିୟନ ଡଲାରରୁ ଅଧିକ (୩୦.୩ ଲକ୍ଷ କୋଟି ଟଙ୍କା)। ଏବେ ପାକିସ୍ତାନର ଜିଡିପି ୩୪୧ ବିଲିୟନ ଡଲାର ରହିଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ରିପୋର୍ଟରୁ ଜଣାପଡ଼ିଛି। କେବଳ ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସ୍‌ (ଟିସିଏସ୍‌)ର ମୋଟ ବଜାର ପୁଞ୍ଜି ୧୭୮ ବିଲିୟନ ଡଲାର, ଯାହା ପାକିସ୍ତାନ ଜିଡିପିର ଅଧାରୁ ଅଧିକ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପରେ ଏହା ଭାରତର ସର୍ବବୃହତ୍‌ କମ୍ପାନୀ।
ଅନ୍ୟପକ୍ଷରେ ବିଶ୍ୱବ୍ୟାଙ୍କ ଆକଳନ ଅନୁଯାୟୀ ପାକିସ୍ତାନର ଜିଡିପି ୩୭୬ ବିଲିୟନ ଡଲାର, ଯାହା ଟାଟା ଗ୍ରୁପ୍‌ର ମୋଟ ବଜାର ପୁଞ୍ଜିଠାରୁ ସାମାନ୍ୟ ଅଧିକ। ଚଳିତ ମାସ ଆରମ୍ଭରେ ଟାଟା ଗ୍ରୁପ୍‌ର ମୋଟ ବଜାର ପୁଞ୍ଜି ୩୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିଲା, ଯାହାକି ଏହି ସଫଳତା ହାସଲ କରିବାରେ ପ୍ରଥମ ଭାରତୀୟ ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌। ଟିସିଏସ୍‌, ଟାଟା ମୋଟର, ଟାଟା ପାଓ୍ବାର ଏବଂ ଇଣ୍ଡିଆନ୍‌ ହୋଟେଲ୍ସର ଅଂଶଧନ କାରବାର ବୃଦ୍ଧି ଯୋଗୁ ଟାଟା ଗ୍ରୁପ୍‌ର ବଜାର ପୁଞ୍ଜି ବଢ଼ିଛି। ଗତବର୍ଷ ଏହାର ବଜାର ପୁଞ୍ଜି ୬.୧୩ ଲକ୍ଷ କୋଟି ଟଙ୍କା ରହିଥିଲା। ସେପଟେ ପାକିସ୍ତାନ ଗତ କିଛିବର୍ଷ ହେଲା ଆର୍ଥତ୍କ ସଙ୍କଟ ଦେଇ ଗତି କରୁଛି। ଏହାର ଋଣ ଭାର ବଢ଼ିଚାଲିଥିବାବେଳେ ବିଦେଶ ପୁଞ୍ଜି ବିନିମୟ ଭଣ୍ଡାର (ଫରେକ୍ସ) ହ୍ରାସ ପାଇବାରେ ଲାଗିଛି। ଏଥିସହିତ ଦୀର୍ଘବର୍ଷ ଧରି ରାଜନୈତିକ ଅସ୍ଥିରତା ଜାରି ରହିଥିବାରୁ ପାକିସ୍ତାନର ଅର୍ଥନୀତି ଅଧିକ ଖରାପ ହେବାରେ ଲାଗିଛି। ୨୦୧୧ରୁ ଇତିମଧ୍ୟରେ ପାକିସ୍ତାନର ବାହ୍ୟ ଋଣ ଭାର ପାଖାପାଖି ୨ ଗୁଣା ହୋଇଥିବାବେଳେ ଘରୋଇ ଋଣ ୬ ଗୁଣ ବୃଦ୍ଧି ପାଇଛି। ଆଇଏମ୍‌ଏଫ୍‌ର ଆକଳନ ତୁଳନାରେ ପାକିସ୍ତାନର ଋଣ ସ୍ଥିତି ଆହୁରି ଖରାପ ବୋଲି ଇସ୍‌ଲାମାବାଦର ଏକ ଥିଙ୍କ୍‌ ଟ୍ୟାଙ୍କ ଟାବଡଲାବ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri