ଲାକ୍ଷାଦ୍ଵୀପରେ ତାଜ୍ ବ୍ରାଣ୍ଡର ଦୁଇଟି ରିସର୍ଟ ନିର୍ମାଣ କରିବ ଟାଟା ଗ୍ରୁପ୍

ନୂଆଦିଲ୍ଲୀ, ୯ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପରେ ଚର୍ଚ୍ଚାରେ ଥିବା ଲାକ୍ଷାଦ୍ଵୀପରେ ତାଜ୍ ବ୍ରାଣ୍ଡର ଦୁଇଟି ରିସର୍ଟ ନିର୍ମାଣ କରିବାକୁ ଘୋଷଣା କରିଛି ଟାଟା ସମୂହର ଇଣ୍ଡିଆନ ହୋଟେଲ କମ୍ପାନୀ(ଆଇଏଚସିଏଲ)। କେନ୍ଦ୍ର ଶାସିତ ଅଞ୍ଚଳର ସୁହେଲୀ ଏବଂ କଦମତ ଦ୍ବୀପରେ ଏହି ଦୁଇ ରିସର୍ଟ ନିର୍ମାଣ ହେବ। ପରିବେଶକୁ ଗୁରୁତ୍ୱ ଦେଇ ୨୦୨୬ ସୁଦ୍ଧା ଏହାର ନିର୍ମାଣ ସରିବ ବୋଲି କୁହାଯାଇଛି।

ଆଇଏଚସିଏଲ ହେଉଛି ଭାରତୀୟ ହସ୍ପିଟାଲିଟି କ୍ଷେତ୍ରର ସର୍ବବୃହତ କମ୍ପାନୀ। ଭାରତର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ କ୍ଷେତ୍ରରେ ଆଇଏଚସିଏଲ’ର ଉପସ୍ଥିତି ରହିଛି। ସେହିପରି ଲାକ୍ଷାଦ୍ଵୀପରେ ମଧ୍ୟ କମ୍ପାନୀ ଆଗନ୍ତୁକ ମାନଙ୍କୁ ଭିନ୍ନ ଚର୍ଚ୍ଚା ପରଷିଦେବାକୁ ଯୋଜନା କରୁଛି।

ବର୍ତମାନ ସମୟରେ ଟାଟାର ଏହି ଘୋଷଣା ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲାକ୍ଷାଦ୍ଵୀପ ଗସ୍ତ କରି ବିଦେଶ ଯାଉଥିବା ଭାରତୀୟ ମାନଙ୍କୁ ଲାକ୍ଷାଦ୍ଵୀପ ଆସିବାକୁ ଅପିଲ କରିଥିଲେ। ଏହାପରେ ମାଳଦ୍ଵୀପ ସହିତ ଭାରତର ମୁହାଁମୁହିଁ ସ୍ଥିତି ଉପୁଜିଛି। ଏଭଳି ସମୟରେ ଟାଟାର ଏହି ଘୋଷଣା ଭାରତର କୂଟନୈତିକ ସ୍ଥିତିକୁ ମଧ୍ୟ ମଜବୁତ କରୁଛି।

ତାଜ ସୁହେଲିରେ ୬୦ ଟି ବେଳାଭୂମି ଭିଲ୍ଲା ଏବଂ ୫୦ ଟି ୱାଟର ଭିଲ୍ଲା ସମେତ ୧୧୦ ଟି ରୁମ୍ କରିବାକୁ ଥିବାବେଳେ ତାଜ କଦମାଟ ୭୫ ଟି ବେଳାଭୂମି ଭିଲ୍ଲା ଏବଂ ୩୫ ଟି ୱାଟର ଭିଲ୍ଲାକୁ ନେଇ ୧୧୦ ଟି ରୁମ୍ କରିବ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri