ଟେସଲା ସହିତ ସେମିକଣ୍ଡକ୍ଟର ଚିପ୍ସ ପାଇଁ ଚୁକ୍ତି ସ୍ଵାକ୍ଷର କଲା ଟାଟା ଇଲେକ୍ଟ୍ରୋନିକ୍ସ

ମୁମ୍ବାଇ,୧୫।୪: ଆମେରିକାର ଅଟୋମେକର୍ ଟେସଲା ଟାଟା ଇଲେକ୍ଟ୍ରୋନିକ୍ସ ସହିତ ସେମିକଣ୍ଡକ୍ଟର ଚିପ୍ସ ପାଇଁ ଏକ ରଣନୀତିକ ଚୁକ୍ତି ସ୍ୱାକ୍ଷର କରିଛି। ରିପୋର୍ଟ ଅନୁଯାୟୀ ଟେସଲା ଭାରତରେ ଏକ ଯୋଗାଣ ଶୃଙ୍ଖଳା ନିର୍ମାଣ କରିବାକୁ ଆଗ୍ରହୀ ଅଟେ ଯାହା ସ୍ଥାନୀୟ ରାଜସ୍ୱ ଉତ୍ପାଦନଠାରୁ ଅଧିକ। ଅର୍ଥାତ ଟେସଲା ବିଶ୍ୱର ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଏହାର ବିଭିନ୍ନ ଗାଡ଼ିରେ ଟାଟା ଦ୍ୱାରା ପ୍ରସ୍ତୁତ ସେମିକଣ୍ଡକ୍ଟର ଚିପ୍ସ ବ୍ୟବହାର କରିବ।

ଚୁକ୍ତି ସମ୍ବନ୍ଧରେ ସବିଶେଷ ତଥ୍ୟ, ଏହାର ମୂଲ୍ୟ ଏବଂ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ଉଭୟ କମ୍ପାନୀ ଏହି ଚୁକ୍ତିନାମା ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।

ଦି ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ଆମେରିକାର ଇଭି ଅଟୋମେକର୍ ଟେସଲା ଇଭି ଅଟୋମେକର୍ ମୁଖ୍ୟ ଏଲନ୍ ମସ୍କଙ୍କ ଭାରତ ଗସ୍ତର ପୃଷ୍ଠଭୂମିରେ ଏହା ଖବର ଆସିଛି। ଯେଉଁଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ଏବଂ ସମ୍ଭାବ୍ୟ ଭାରତୀୟ ପୁଞ୍ଜି ବିନିଯୋଗ ଘୋଷଣା କରିବେ ବୋଲି ଆଶା କରାଯାଉଛି

”ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବାକୁ ଉତ୍ସାହିତ! ”ମସ୍କ ଏପ୍ରିଲ ୧୦ ରେ ଏକ୍ସ(ପୂର୍ବରୁ ଟୁଇଟର)ରେ ଏକ ପୋଷ୍ଟରେ କହିଛନ୍ତି। ଭାରତରେ ବୈଦ୍ୟୁତିକ ଯାନ(ଇଭି) ଉତ୍ପାଦନ କାର୍ୟ୍ୟ ସ୍ଥାପନ ପାଇଁ ଟେସଲା ୨-୩ ବିଲିୟନ ଡଲାର ବିନିଯୋଗ କରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ଟ୍ରମ୍ପଙ୍କ ମିଛର ପର୍ଦ୍ଦାଫାସ କଲା ଆମେରିକୀୟ ରିପୋର୍ଟ: ଖୋଲିଗଲା ସବୁ ପୋଲ୍‌, ଏବେ ବି..

ନୂଆଦିଲ୍ଲୀ,୩।୪:ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ପ୍ରମୁଖ ଗୋଇନ୍ଦା ରିପୋର୍ଟ ଆମେରିକା ଏବଂ ଇସ୍ରାଏଲର ଦାବି ଉପରେ ପ୍ରଶ୍ନ ଉଠାଇଛି। ଆମେରିକୀୟ ଗୋଇନ୍ଦା ସୂତ୍ରରୁ ଜଣାପଡିଛି…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri