ଭାରି ବଢ଼ିଆ ଠୁଙ୍କାପୁରୀ…

ଭୁବନେଶ୍ୱର,୩୧।୧ (ବ୍ୟୁରୋ)- ସୋମବାର ପବିତ୍ର ମାଘ ନବମୀ ଅବସରରେ ଖଣ୍ଡଗିରି କୁମ୍ଭମେଳାରେ ପରମ୍ପରା ମୁତାବକ ହୋମଯଜ୍ଞାଦି ବିଧି ଜାରି ରହିଥିଲା। ନବାହ୍ନ ପାରାୟଣ ଶୁଣିବାକୁ ଦିନ ତମାମ ଲୋକଙ୍କ ଭିଡ଼ ଜମିଥିଲା। ନାଗା ସାଧୁମାନେ ବିଶ୍ୱ କଲ୍ୟାଣ ପାଇଁ ତପସ୍ୟାରତ ଥିଲାବେଳେ ସେମାନଙ୍କ ଉପରେ ଆସ୍ଥା ପ୍ରକଟ କରୁଛନ୍ତି ଶ୍ରଦ୍ଧାଳୁ । କିଏ ଲଡ଼ୁ ଦେଇ ତ କିଏ ଫଳ ଦେଇ, ପୁଣି କିଏ ସିନ୍ଦୂର କିମ୍ବା ବିଭୂତି ଦେଇ ଭକ୍ତଙ୍କୁ ଆଶୀର୍ବାଦ କରୁଥିବା ଦେଖିବାକୁ ମିଳୁଛି। ଖରା କମିବା ମାତ୍ରେ ପାହାଡ଼ ପାଦଦେଶରେ ଜମୁଛି କିଣାବିକା। ସ୍ପେଶାଲ ଚାଟ୍‌, ଠୁଙ୍କାପୁରୀ, ମଥୁରା କେକ୍‌ ଷ୍ଟଲରେ ପ୍ରବଳ ଭିଡ଼ ଲାଗୁଛି। ମନ ପସନ୍ଦର ଖାଦ୍ୟ ଖାଇବା ସହ ଦୋଳିର ମଜା ନେଉଛନ୍ତି ରାଜଧାନୀବାସୀ। ପ୍ରଥମ ଦିନରେ ରାମଦୋଳି, ବ୍ରେକ୍‌ ଡ୍ୟାନ୍ସ, ମିକି ମାଉସ, ଡ୍ରାଗନ ଆଦିରେ ବସିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ସେହିପରି ସୋମବାରଠାରୁ ଆରମ୍ଭ ହୋଇଛି ଯାତ୍ରା ମହାସମର। ତେବେ ମଙ୍ଗଳବାରଠାରୁ ପାନ୍ଥିକା ପରିସରରେ ‘ଖଣ୍ଡଗିରି-ଉଦୟଗିରି’ ମହୋତ୍ସବ ଆରମ୍ଭ ହେବା ପରେ କୁମ୍ଭମେଳା ଆହୁରି କୋଳାହଳମୟ ହୋଇଉଠିବ।

ଦମ୍‌ଦାର ସଂଳାପ, ମେଲୋଡିରେ ଦୁଲୁକିଲା ଯାତ୍ରା ମଞ୍ଚ

ସୋମବାରଠାରୁ ଖଣ୍ଡଗିରି ପାଦଦେଶରେ ଆରମ୍ଭ ହୋଇଯାଇଛି ଯାତ୍ରା ମହାସମର। ଦୀର୍ଘ ୨ବର୍ଷ ପରେ ଯାତ୍ରା ଆୟୋଜନ ହୋଇଥିବାରୁ ମେଲୋଡିକୁ ଅଧିକ ରଙ୍ଗାରଙ୍ଗ କରିବା ପାଇଁ ସବୁ ଯାତ୍ରା ପାର୍ଟି ପକ୍ଷରୁ ପ୍ରୟାସ କରାଯାଇଛି। ଦମଦାର୍‌ ସଂଳାପ ସାଙ୍ଗକୁ ଅଭିନେତା ଅଭିନେତ୍ରୀଙ୍କ ରୋମାଣ୍ଟିକ୍‌ ଯୋଡ଼ି ମଞ୍ଚରେ ନିଆଁ ଲଗାଇଦେଇଥିଲା। ଖଳନାୟକଙ୍କ ଭୟଙ୍କର ସଂଳାପ ସାଙ୍ଗକୁ ପାରିବାରିକ କାହାଣୀ ଯାତ୍ରାପ୍ରେମୀଙ୍କୁ କନ୍ଦାଇଥିଲା। ଡ. ହରେକୃଷ୍ଣ ମହତାବ ପେଣ୍ଡାଲରେ ଯାତ୍ରାଶ୍ରୀ ବିଶ୍ୱ ଦରବାର ନାଟକ ‘ମୃତ୍ୟୁ ପରର ମଣିଷ’ ଦର୍ଶକଙ୍କୁ ଭେଟି ଦେଇଥିଲା। ସେହିପରି ସନାତନ ମଣ୍ଡପରେ ସୂର୍ଯ୍ୟ ମନ୍ଦିର, ଇନ୍ଦିରା ସାଂସ୍କୃତିକ ମଣ୍ଡପରେ ଶିବାନୀ ଗଣନାଟ୍ୟ ଦମ୍‌ଦାର ନାଟକ ପରିବେଷଣ କରିଥିଲେ। ଚଳିତ ବର୍ଷ ପାର୍ବତୀ ଓ ଧଉଳି ଗଣନାଟ୍ୟ ପଡ଼ିବ ନାହିଁ। ଫଳରେ ଯାତ୍ରା ପ୍ରେମୀ ଅନେକ ପ୍ରିୟ ଅଭିନେତା ଅଭିନେତ୍ରୀଙ୍କୁ ଚଳିତ ବର୍ଷ ମଞ୍ଚରେ ଦେଖିବାକୁ ପାଇବେ ନାହିଁ।

ମରି ଶୋଇଥିବା ଲୋକ ଚେଇଁଉଠିବ

ଖଣ୍ଡଗିରି କୁମ୍ଭମେଳାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦେରା ପକାଇଛନ୍ତି ଡାକ୍ତର ବାବା। ସେ ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ଅନେକ ରୋଗର ମୂଳନାଶ କରିପାରୁଥିବା ଦାବି କରୁଛନ୍ତି। ତାଙ୍କ ଔଷଧରେ ମରି ଶୋଇଥିବା ଲୋକ ଚେଇଁ ଉଠିବ ବୋଲି କଥା ଛଳରେ ବାବା କହିଛନ୍ତି । ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା ଡାକ୍ତର ବାବା ହିମାଳୟର ଗୁରୁ ଗୋଦାବରୀ ମହାରାଜଙ୍କ ବଂଶଧର ବୋଲି ସୂଚନା ମିଳିଛି। ମେଳାରେ ବିଭିନ୍ନ ସ୍ଥାନରେ ଯଜ୍ଞ ହେଉଥିବାରୁ ଏଠାକୁ ଆସୁଥିବା ଭକ୍ତମାନଙ୍କ ଶରୀରରୁ ବ୍ୟାକ୍ଟେରିଆ ସଂଖ୍ୟା ହ୍ରାସ ପାଇଥାଏ ଯାହକି ଅସୁସ୍ଥ ଲୋକମାନେ ଏହି ପରିବେଶରେ ରହିଲେ ନିରୋଗୀ ହୋଇଥାନ୍ତି। ଏଥିସହ ହିମାଳୟ ପାଦଦେଶରୁ ବିଭିନ୍ନ ଔଷଧୀୟ ଗଛରୁ ପ୍ରସ୍ତୁତ ଆୟୁର୍ବେଦିକ ଔଷଧ ଜନସାଧାରଣଙ୍କୁ ଦେଇଥାଉ ଯାହକି ରୋଗୀକୁ ବିଭିନ୍ନ ମାରାତ୍ମକ ରୋଗରୁ ଆଶ୍ୱସ୍ତି ଦେଇଥାଏ ବୋଲି ଡାକ୍ତର ବାବା କହିଛନ୍ତି।

ଯୁବପିଢ଼ିଙ୍କ ମଧ୍ୟରେ ସ୍ମୋକ୍‌ ବିସ୍କୁଟ୍‌ କ୍ରେଜ୍‌

ଖଣ୍ଡଗିରି ମେଳାରେ ପ୍ରଥମ ଥର ପାଇଁ ‘ସ୍ମୋକ୍‌ ବିସ୍କୁଟ୍‌’ ଷ୍ଟଲ୍‌ ପଡ଼ିଛ। ଏହି ଷ୍ଟଲଗୁଡ଼ିକରେ ଯୁବପିଢ଼ିଙ୍କ ଭିଡ଼ ଜମୁଛି। ୫୦ଟଙ୍କାରେ ୪ଖଣ୍ଡ ବିସ୍କୁଟ୍‌ ଥିବା ଗ୍ଲାସ୍‌ ଗ୍ରାହକଙ୍କ ହାତକୁ ବଢ଼ାଇଦେଉଛନ୍ତି ବ୍ୟବସାୟୀ। ଏହି ବିସ୍କୁଟ୍‌ ଖଣ୍ଡକୁ ପାଟିରେ ରଖି ଫୁଙ୍କିଲେ ବାହାରୁଛି ଧୂଁଆ। ଏପରି ଏକ ସ୍ବତନ୍ତ୍ର ବିସ୍କୁଟର ମଜା ନେବା ପାଇଁ ଗ୍ରାହକ ଭିଡ଼ ଜମାଉଛନ୍ତି। ଗ୍ରାହକଙ୍କ ଠାରୁ ଅଧିକ ଦେଖଣାହାରୀଙ୍କ ଭିଡ଼ ଲାଗୁଛି। ତେବେ ୧୮ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କୁ ଏହି ସ୍ମୋକ୍‌ ବିସ୍କୁଟ୍‌ ବିକ୍ରି ପାଇଁ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ ପକ୍ଷରୁ ବାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍‌: ଜୋର୍‌ ଧରିଲା ଚର୍ଚ୍ଚା…

ଭୁବନେଶ୍ୱର,୧ା୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍‌ର ଏହି…

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

ବସ୍‌କୁ ଧକ୍କାଦେଲା ଟ୍ରକ୍‌, ପରେ ସ୍କୁଟି ଉପରେ ଚଢ଼ିଗଲା ବସ୍‌, ଆଉ ତା’ ପରେ…

ଛତ୍ରପୁର,୧ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଗୁରୁବାର ଏକ ଅଭାବନୀୟ ସିରିଜ ଦୁର୍ଘଟଣା ଘଟି…

ବକେୟା ଚାଲାଣ ଥିଲେ ସାବଧାନ! ସୁପ୍ରିମକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ, ଜାଣନ୍ତୁ କେଉଁ କେଉଁ ସେବା ହେବ ବନ୍ଦ

ନୂଆଦିଲ୍ଲୀ, ୧।୧୦: ଆପଣଙ୍କ ଗାଡ଼ିରେ ଦୀର୍ଘଦିନ ଧରି ଇ-ଚାଲାଣ ବକେୟା ରହିଛି କି? ତେବେ ଏହାକୁ ଅଣଦେଖା କରିବା ମହଙ୍ଗା ପଡ଼ିପାରେ। ଟ୍ରାଫିକ ଜରିମାନା ଆଦାୟକୁ ନେଇ…

ଶେଷ ମିନିଟ୍‌ରେ ଗୋଲ୍, ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ହକି ସେମିଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ପରାସ୍ତ କରିଛି ଭାରତ । ଗୁରୁବାର (୧ ଅକ୍ଟୋବର) ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ…

୪ ବଡ଼ ଗ୍ରହ ପରିବର୍ତ୍ତନ: ଆଜିଠୁ କର୍କଟ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଅକ୍ଟୋବର ମାସରେ ଅନେକ ଗ୍ରହଙ୍କ ଚଳନ ଓ ରାଶି ପରିବର୍ତ୍ତନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗ୍ରହ ପରିବର୍ତ୍ତନର ପ୍ରଭାବ କିଛି ରାଶିର ଲୋକଙ୍କ…

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?