ଭାରି ବଢ଼ିଆ ଠୁଙ୍କାପୁରୀ…

ଭୁବନେଶ୍ୱର,୩୧।୧ (ବ୍ୟୁରୋ)- ସୋମବାର ପବିତ୍ର ମାଘ ନବମୀ ଅବସରରେ ଖଣ୍ଡଗିରି କୁମ୍ଭମେଳାରେ ପରମ୍ପରା ମୁତାବକ ହୋମଯଜ୍ଞାଦି ବିଧି ଜାରି ରହିଥିଲା। ନବାହ୍ନ ପାରାୟଣ ଶୁଣିବାକୁ ଦିନ ତମାମ ଲୋକଙ୍କ ଭିଡ଼ ଜମିଥିଲା। ନାଗା ସାଧୁମାନେ ବିଶ୍ୱ କଲ୍ୟାଣ ପାଇଁ ତପସ୍ୟାରତ ଥିଲାବେଳେ ସେମାନଙ୍କ ଉପରେ ଆସ୍ଥା ପ୍ରକଟ କରୁଛନ୍ତି ଶ୍ରଦ୍ଧାଳୁ । କିଏ ଲଡ଼ୁ ଦେଇ ତ କିଏ ଫଳ ଦେଇ, ପୁଣି କିଏ ସିନ୍ଦୂର କିମ୍ବା ବିଭୂତି ଦେଇ ଭକ୍ତଙ୍କୁ ଆଶୀର୍ବାଦ କରୁଥିବା ଦେଖିବାକୁ ମିଳୁଛି। ଖରା କମିବା ମାତ୍ରେ ପାହାଡ଼ ପାଦଦେଶରେ ଜମୁଛି କିଣାବିକା। ସ୍ପେଶାଲ ଚାଟ୍‌, ଠୁଙ୍କାପୁରୀ, ମଥୁରା କେକ୍‌ ଷ୍ଟଲରେ ପ୍ରବଳ ଭିଡ଼ ଲାଗୁଛି। ମନ ପସନ୍ଦର ଖାଦ୍ୟ ଖାଇବା ସହ ଦୋଳିର ମଜା ନେଉଛନ୍ତି ରାଜଧାନୀବାସୀ। ପ୍ରଥମ ଦିନରେ ରାମଦୋଳି, ବ୍ରେକ୍‌ ଡ୍ୟାନ୍ସ, ମିକି ମାଉସ, ଡ୍ରାଗନ ଆଦିରେ ବସିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ସେହିପରି ସୋମବାରଠାରୁ ଆରମ୍ଭ ହୋଇଛି ଯାତ୍ରା ମହାସମର। ତେବେ ମଙ୍ଗଳବାରଠାରୁ ପାନ୍ଥିକା ପରିସରରେ ‘ଖଣ୍ଡଗିରି-ଉଦୟଗିରି’ ମହୋତ୍ସବ ଆରମ୍ଭ ହେବା ପରେ କୁମ୍ଭମେଳା ଆହୁରି କୋଳାହଳମୟ ହୋଇଉଠିବ।

ଦମ୍‌ଦାର ସଂଳାପ, ମେଲୋଡିରେ ଦୁଲୁକିଲା ଯାତ୍ରା ମଞ୍ଚ

ସୋମବାରଠାରୁ ଖଣ୍ଡଗିରି ପାଦଦେଶରେ ଆରମ୍ଭ ହୋଇଯାଇଛି ଯାତ୍ରା ମହାସମର। ଦୀର୍ଘ ୨ବର୍ଷ ପରେ ଯାତ୍ରା ଆୟୋଜନ ହୋଇଥିବାରୁ ମେଲୋଡିକୁ ଅଧିକ ରଙ୍ଗାରଙ୍ଗ କରିବା ପାଇଁ ସବୁ ଯାତ୍ରା ପାର୍ଟି ପକ୍ଷରୁ ପ୍ରୟାସ କରାଯାଇଛି। ଦମଦାର୍‌ ସଂଳାପ ସାଙ୍ଗକୁ ଅଭିନେତା ଅଭିନେତ୍ରୀଙ୍କ ରୋମାଣ୍ଟିକ୍‌ ଯୋଡ଼ି ମଞ୍ଚରେ ନିଆଁ ଲଗାଇଦେଇଥିଲା। ଖଳନାୟକଙ୍କ ଭୟଙ୍କର ସଂଳାପ ସାଙ୍ଗକୁ ପାରିବାରିକ କାହାଣୀ ଯାତ୍ରାପ୍ରେମୀଙ୍କୁ କନ୍ଦାଇଥିଲା। ଡ. ହରେକୃଷ୍ଣ ମହତାବ ପେଣ୍ଡାଲରେ ଯାତ୍ରାଶ୍ରୀ ବିଶ୍ୱ ଦରବାର ନାଟକ ‘ମୃତ୍ୟୁ ପରର ମଣିଷ’ ଦର୍ଶକଙ୍କୁ ଭେଟି ଦେଇଥିଲା। ସେହିପରି ସନାତନ ମଣ୍ଡପରେ ସୂର୍ଯ୍ୟ ମନ୍ଦିର, ଇନ୍ଦିରା ସାଂସ୍କୃତିକ ମଣ୍ଡପରେ ଶିବାନୀ ଗଣନାଟ୍ୟ ଦମ୍‌ଦାର ନାଟକ ପରିବେଷଣ କରିଥିଲେ। ଚଳିତ ବର୍ଷ ପାର୍ବତୀ ଓ ଧଉଳି ଗଣନାଟ୍ୟ ପଡ଼ିବ ନାହିଁ। ଫଳରେ ଯାତ୍ରା ପ୍ରେମୀ ଅନେକ ପ୍ରିୟ ଅଭିନେତା ଅଭିନେତ୍ରୀଙ୍କୁ ଚଳିତ ବର୍ଷ ମଞ୍ଚରେ ଦେଖିବାକୁ ପାଇବେ ନାହିଁ।

ମରି ଶୋଇଥିବା ଲୋକ ଚେଇଁଉଠିବ

ଖଣ୍ଡଗିରି କୁମ୍ଭମେଳାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦେରା ପକାଇଛନ୍ତି ଡାକ୍ତର ବାବା। ସେ ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ଅନେକ ରୋଗର ମୂଳନାଶ କରିପାରୁଥିବା ଦାବି କରୁଛନ୍ତି। ତାଙ୍କ ଔଷଧରେ ମରି ଶୋଇଥିବା ଲୋକ ଚେଇଁ ଉଠିବ ବୋଲି କଥା ଛଳରେ ବାବା କହିଛନ୍ତି । ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା ଡାକ୍ତର ବାବା ହିମାଳୟର ଗୁରୁ ଗୋଦାବରୀ ମହାରାଜଙ୍କ ବଂଶଧର ବୋଲି ସୂଚନା ମିଳିଛି। ମେଳାରେ ବିଭିନ୍ନ ସ୍ଥାନରେ ଯଜ୍ଞ ହେଉଥିବାରୁ ଏଠାକୁ ଆସୁଥିବା ଭକ୍ତମାନଙ୍କ ଶରୀରରୁ ବ୍ୟାକ୍ଟେରିଆ ସଂଖ୍ୟା ହ୍ରାସ ପାଇଥାଏ ଯାହକି ଅସୁସ୍ଥ ଲୋକମାନେ ଏହି ପରିବେଶରେ ରହିଲେ ନିରୋଗୀ ହୋଇଥାନ୍ତି। ଏଥିସହ ହିମାଳୟ ପାଦଦେଶରୁ ବିଭିନ୍ନ ଔଷଧୀୟ ଗଛରୁ ପ୍ରସ୍ତୁତ ଆୟୁର୍ବେଦିକ ଔଷଧ ଜନସାଧାରଣଙ୍କୁ ଦେଇଥାଉ ଯାହକି ରୋଗୀକୁ ବିଭିନ୍ନ ମାରାତ୍ମକ ରୋଗରୁ ଆଶ୍ୱସ୍ତି ଦେଇଥାଏ ବୋଲି ଡାକ୍ତର ବାବା କହିଛନ୍ତି।

ଯୁବପିଢ଼ିଙ୍କ ମଧ୍ୟରେ ସ୍ମୋକ୍‌ ବିସ୍କୁଟ୍‌ କ୍ରେଜ୍‌

ଖଣ୍ଡଗିରି ମେଳାରେ ପ୍ରଥମ ଥର ପାଇଁ ‘ସ୍ମୋକ୍‌ ବିସ୍କୁଟ୍‌’ ଷ୍ଟଲ୍‌ ପଡ଼ିଛ। ଏହି ଷ୍ଟଲଗୁଡ଼ିକରେ ଯୁବପିଢ଼ିଙ୍କ ଭିଡ଼ ଜମୁଛି। ୫୦ଟଙ୍କାରେ ୪ଖଣ୍ଡ ବିସ୍କୁଟ୍‌ ଥିବା ଗ୍ଲାସ୍‌ ଗ୍ରାହକଙ୍କ ହାତକୁ ବଢ଼ାଇଦେଉଛନ୍ତି ବ୍ୟବସାୟୀ। ଏହି ବିସ୍କୁଟ୍‌ ଖଣ୍ଡକୁ ପାଟିରେ ରଖି ଫୁଙ୍କିଲେ ବାହାରୁଛି ଧୂଁଆ। ଏପରି ଏକ ସ୍ବତନ୍ତ୍ର ବିସ୍କୁଟର ମଜା ନେବା ପାଇଁ ଗ୍ରାହକ ଭିଡ଼ ଜମାଉଛନ୍ତି। ଗ୍ରାହକଙ୍କ ଠାରୁ ଅଧିକ ଦେଖଣାହାରୀଙ୍କ ଭିଡ଼ ଲାଗୁଛି। ତେବେ ୧୮ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କୁ ଏହି ସ୍ମୋକ୍‌ ବିସ୍କୁଟ୍‌ ବିକ୍ରି ପାଇଁ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ ପକ୍ଷରୁ ବାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍‌ ଆରମ୍ଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri